ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଗରିବଙ୍କ ପାଇଁ ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ କାର୍ଯ୍ୟକାରୀ ହେଉଛି I ତେବେ ବି ପଲିଥିନ ତଳେ ଅନେକ ପରିବାର ଜୀବନ ବିତାଉଛନ୍ତି I ଆଜିବି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ଗରିବ ଅସହାୟ ପରିବାର ଅଛନ୍ତି ଯେଉଁମାନଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ଭଂଗା ଦଦରା ଘରେ ପଲିଥିନ ତଳେ ପରିଣତ ବୟସରେ ସେମାନେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଘର ବାହାର ଅବସ୍ଥା ଠାରୁ ଭିତର ଅବସ୍ଥା ଅଧିକ ଖରାପ । ଘର ଭିତରେ ସୂର୍ଯ୍ୟ, ଚନ୍ଦ୍ର ଦିଶୁଛନ୍ତି। ଏହାରି ଭିତରେ ସେମାନେ ରହିବାକୁ ବାଧ୍ୟ ହେଉଛନ୍ତି ଦୁଇ ଅସହାୟ ବୃଦ୍ଧ ଦମ୍ପତିI ତରଭା ବ୍ଲକ କଟାପାଲି ଗ୍ରାମର ଅସହାୟ ବୃଦ୍ଧ ସମାରୁ ଗୁରୁ I ଗୋଟିଏ ଭଙ୍ଗା ଘରେ ରୋଷେଇ, ଖାଇବା ଆଉ ଶୋଇବା ହୋଇଥାଏ । ଏତେ କଷ୍ଟରେ ଏହି ପରିବାର ରହୁଥିଲେ ବି ଆଜି ଯାଏଁ ତାଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡେ ମିଳିପାରିନି । ଘରଟି ଗତ ବର୍ଷାରେ ଭାଂଗିଯିବାରୁ ଅତି ଦୟନୀୟ ଭାବେ ଦିବ୍ୟlଙ୍ଗ ପତ୍ନୀଙ୍କୁ ନେଇ ରହିବାକୁ ବାଧ୍ୟ ହେଉଛନ୍ତି।ସମାରୁଙ୍କ ସନ୍ତାନ ସନ୍ତତି ନାହାନ୍ତି l ଦିବ୍ୟାଙ୍ଗ ପତ୍ନୀ ଚାଲିପାରୁନାହାନ୍ତି କି କୌଣସି କାମ କରିପାରୁନାହାନ୍ତି l ତାଙ୍କ ପାଖରେ ଜମିବାଡି କିଛି ନାହିଁ I ବୟସ ବୃଦ୍ଧି ଯୋଗୁଁ କାମ କରିପାରୁନାହାନ୍ତି। କୌଣସି ପ୍ରକାରେ ପରିବାର ଚଳାଇ ନେଉଛନ୍ତି I ଘର ଖଣ୍ଡିଏ ନିର୍ମାଣ କରିବା ପାଇଁ ବଳ ନାହିଁ କି ପାଖରେ ଅର୍ଥ ନାହିଁ। ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଅନେକ ଥର ଦରଖାସ୍ତ କରିବା ସହ ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇଛନ୍ତି । ହେଲେ ଏଯାଏଁ ସରକାରୀ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ମିଳି ପାରିନାହିଁ । ଉଭୟେ ଆଜିବି ପଲିଥିନ ଢାଙ୍କି ଦୟନୀୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି I ସମାରୁ ଙ୍କ ପରିବାରକୁ ସରକାରୀ ଯୋଜନାରେ ସାମିଲ କରାଇ ବାସଗୃହ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି I
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more
