
ଭୁବନେଶ୍ଵର:7/7- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଦଳର ସଭାପତି ହେବାକୁ ଯାଉଛନ୍ତି । ଏହି ସଭାପତି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ଭୋଟ ଗ୍ରହଣ ହେବନାହିଁ ।

ସେ ବିଜେପି ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ। ଦଳ କାଲି ବିଧିବଦ୍ଧ ଭାବେ ସାମଲଙ୍କ ନାମ ଘୋଷଣା କରିବ। ସେ ୨୦୨୩ରେ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ । ଏଥର କେବଳ ସେ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।