• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ଦାଦନ ସମସ୍ୟା ସମାଧାନରେ ସରକାର ବିଫଳ

Share on FacebookShare on TwitterShare on Whatsapp

କାମକରିବ ସ୍ଵେଚ୍ଛାସେବୀ ଅନୁଷ୍ଠାନ

ଭୁବନେଶ୍ୱର : ୨୦/୧୧/୨୦୨୪ ରାଜ୍ୟରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି l କେତେ ଲୋକ ଦାଦନ ଭାବେ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି ତାର ହିସାବ ମଧ୍ୟ ଶ୍ରମ ବିଭାଗ କି ଜିଲା ପ୍ରଶାସନ ନିକଟରେ ଉପଲବ୍ଧି ହେଉ ନାହିଁ l ବର୍ଷବର୍ଷ ଧରି ଲାଗିରହିଛି ଏହି ସମସ୍ୟା l ସରକାର ପରେ ସରକାର ବଦଳୁଛି କିନ୍ତୁ ସମସ୍ୟା ଅପରିବର୍ତ୍ତିତ l ଏବେ ପୁଣି ମୋହନ ସରକାର ଏହା ଉପରେ ଧ୍ୟାନ ଦେଇଛନ୍ତି l ସରକାରୀ ବାବୁଙ୍କ ଉପରେ ଭରସା ନାହିଁ l ସ୍ଵେଚ୍ଛାସେବୀ ଅନୁଷ୍ଠାନ ନଜ ଫାଉଣ୍ଡେସନ ଓଡ଼ିଶାରେ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟା ସମାଧାନ ଦିଗରେ କାମ କରିବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନଜ ଫାଉଣ୍ଡେସନ ଓଡ଼ିଶାରେ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବ l

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ସମାଧାନ ଦିଗରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଥିଲା l ଦାରିଦ୍ର୍ୟ ମୁକ୍ତ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ନଜ ଫାଉଣ୍ଡେସନ ଓଡ଼ିଶାରେ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟକରିବାକୁ ଆଗ୍ରହୀ ବୋଲି ଏଥିରେ କୁହା ଯାଇଥିଲା l ଏହା ପୂର୍ବରୁ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରେ ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଫଳତାର ସହ କାର୍ଯ୍ୟ ସମାପନ କରିଥିବା ସୂଚନା ପ୍ରଦାନ କରାଯାଇଥିଲା l ଏହି ସଂସ୍ଥା ଏ ଦିଗରେ କାମ କରିବା ନିଶ୍ଚିତ ହୋଇଛି l
ବୈଠକରେ କୁହାଯାଇଥିଲା ଯେ ରାଜ୍ୟ ବାହାରକୁ ଦାଦନ ହିସାବରେ କାମ କରିବାକୁ ପ୍ରମୁଖ ଦୁଇଟି କାରଣ ପାଇଁ ଲୋକ ଯାଇଥାନ୍ତି l ପ୍ରଥମତଃ ଆଶାନୁରୂପ ଅଧିକ ରୋଜଗାର, ଦ୍ଵିତୀୟତଃ ନିଜ ଅଞ୍ଚଳରେ ଜୀବିକା ନିର୍ବାହ କରିବା ସମ୍ଭବପର ନ ହେବା ସେମାନେ ଭିଟାମାଟି ଛାଡ଼ିଥାନ୍ତି l ଗଞ୍ଜାମ, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡା, ବରଗଡ଼ ପ୍ରଭୃତି ଜିଲ୍ଲାରୁ ଅପେକ୍ଷାକୃତ ଅଧିକ ଲୋକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କମ ଅନ୍ଵେଷଣରେ ଯାଇଥାନ୍ତି l ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଥିବା ଲୋକେ ମୁଖ୍ୟତଃ ଅଧିକ ଟଙ୍କା ରୋଜଗାର ଆଶାରେ ଯାଇଥାନ୍ତି ଏବଂ ଅନ୍ୟ ଜିଲ୍ଲା ଗୁଡିକରୁ ଜୀବିକା ନିର୍ବାହ ଅନ୍ଵେଷଣରେ ଯାଇଥାନ୍ତି l

ଜୀବିକା ନିର୍ବାହ ଅନ୍ଵେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କୁ ନିଜ ରାଜ୍ୟରେ ସ୍ଥାୟୀ ଜୀବିକା ଅର୍ଜନର ସମସ୍ତ ସୁବିଧା ଯୋଗାଇ ଦେଲେ ଏହି ସମସ୍ୟାର କିଛିମାତ୍ରାରେ ଅନ୍ତ ଘଟିବ l ସମ୍ପୃକ୍ତ ଅଞ୍ଚଳର ଜଳବାୟୁ, ପରିବେଶ ଏବଂ ଆବଶ୍ୟକତାଅନୁଧ୍ୟାନ କରି ନଜ ଫାଉଣ୍ଡେସନ ଲୋକଙ୍କୁ ଜୀବିକା ଅର୍ଜନର ପନ୍ଥା ଯୋଗାଇ ଦେବ l ଏସବୁ ନିମନ୍ତେ ପ୍ରଥମେ ଓଡ଼ିଶାର ଦାଦନ ପ୍ରବଣ ଜିଲ୍ଲା ତଥା ଗ୍ରାମ ପଞ୍ଚାୟତ ଗୁଡିକରେ ଏହାର ମୂଳ କାରଣ ଓ ସମାଧାନ ଦିଗରେ ନଜ ଫାଉଣ୍ଡେସନ ଅନୁଧ୍ୟାନ କରିବ l ଅନୁଧ୍ୟାନକୁ ନେଇ ସରକାରଙ୍କ ସହ ଆଲୋଚନା ଭିତ୍ତିରେ ଭବିଷ୍ୟତ ପନ୍ଥା ନିରୂପଣ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି l

ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ଥାୟୀ ଜୀବିକା ଅର୍ଜନ ପନ୍ଥା ଓ ଆଶାନୁରୂପ ରୋଜଗାର ଦ୍ଵାରା ଏହି ସମସ୍ୟାର ନିରାକରଣ ହୋଇପାରିବ l ଥରେ ଜୀବିକା ଅର୍ଜନ ପନ୍ଥା ଯୋଗାଇ ଦେବା ପରେ ନିୟମିତ ବ୍ୟବଧାନରେ ନଜ ଫାଉଣ୍ଡେସନ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସ୍ଥିତି ଅନୁଧ୍ୟାନ କରିବ l ଯେଉଁ ପଞ୍ଚାୟତ କିମ୍ବା ବ୍ଲକରେ ଅଧିକ ମାଇଗ୍ରେସନ ହେଉଛି ସେଠାରେ କ୍ଲଷ୍ଟର ଆପ୍ରୋଚ ବ୍ୟବହାର କରିବା ପାଇଁ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ମତ ଦେଇଥିଲେ l

ଟାସ୍କ ଫୋର୍ସର ଅନ୍ୟ ସଦସ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ,ପରିବେଶ ଓ ଜଳବାୟୁ, ଶ୍ରମିକ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର ପ୍ରମୁଖ ବୈଠକରେ ଯୋଗଦେଇଥିଲେ l

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com