• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନାଲକୋ ହେବ ମହାରତ୍ନ କମ୍ପାନୀ-ସିଏମଡି

Share on FacebookShare on TwitterShare on Whatsapp

-ଦାମନଯୋଡି ରିଫାଇନାରୀର ସମ୍ପ୍ରସାରଣ କରାଯିବ

-ବଢ଼ିବ ସିଏସଆର ପାଣ୍ଠି ଅର୍ଥ

 

ଭୁବନେଶ୍ୱର,୧୯ା୮-ନବରତ୍ନ କମ୍ପାନୀ ନାଲକୋ ମହାରତ୍ନ କମ୍ପାନୀର ସମସ୍ତ ଦକ୍ଷତା ବହନ କରୁଛି। ଆମେ ଆମର କର୍ତ୍ତବ୍ୟନିଷ୍ଠା ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ମାଧ୍ୟମରେ ବିଶ୍ୱ ଦରବାରରେ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂ। ସେ କହିଥିଲେ ସମୟ ସହିତ ତାଳ ଦେଇ ନାଲକୋ ଆଗକୁ ବଢ଼ୁଛି। ଖୁବ୍ ଶୀଘ୍ର ଦାମନଯୋଡ଼ି ଠାରେ ପଞ୍ଚମ ଆଲୁମିନା ରିଫାଇନାରୀ ସମ୍ପ୍ରସାରଣ କରାଯିବ। ଏଥିସହ ପଟାଙ୍ଗୀ ବକ୍ସାଇଟ ଖଣି ମଧ୍ୟ କାର୍ଯ୍ୟକ୍ଷମ ହେବ। ଏହି ଖଣିରୁ ଶୀଘ୍ର ଉତ୍ତୋଳନ ଆରମ୍ଭ ହେବାକୁ ଯାଉଛି। ଏହା କାର୍ଯ୍ୟକ୍ଷମ ହେଲେ ବିକାଶ ତ୍ୱରାନ୍ୱିତ ହୋଇପାରିବ ଏବଂ କଞ୍ଚାମାଲ ପାଇବା କ୍ଷେତ୍ରରେ ଆମେ ଆତ୍ମନିର୍ଭର ହୋଇପାରିବୁ।


ପରିବେଶ ସୁରକ୍ଷା ଦିଗରେ ନାଲକୋ ଯଥେଷ୍ଟ ଯତ୍ନାବନ ଅଛି। ଦାମନଯୋଡି ସ୍ଥିତ ପଞ୍ଚମ ଆଲୁମିନା ରିଫାଇନାରୀ ସମ୍ପସ୍ରାରିତ ହେଲେ ଆମର ଉତ୍ପାଦ ବହୁ ଗୁଣରେ ବୃଦ୍ଧି ପାଇବ। ସେହିପରି ସ୍ମେଲଟର ପ୍ଲାଣ୍ଟ ଓ କ୍ୟାପଟିଭ ପାୱାର ପ୍ଲାଣ୍ଟକୁ ମଧ୍ୟ ସମ୍ପ୍ରସାରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ଭାରତରେ ଉପଯୋଗ ପାଇଁ ବାର୍ଷିକ ୮ ନିୟୁତ ଟନ ଆଲୁମିନା ଆବଶ୍ୟକ ହେଉଥିବା ବେଳେ ଏହି ଆବଶ୍ୟକତାର ଏକ ବୃହତ୍ତ ଅଂଶ ନାଲକୋ ପୂରଣ କରି ପାରିବ। ସେ କହିଥିଲେ,, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ବକ୍ସାଇଟ ପରିବହନ ୬.୫୬% ବୃଦ୍ଧି ପାଇଥିବା ବେଳେ ଆଲୁମିନା ହାଇଡ୍ରେଟ୍ ୩୫.୫%, କାଲସିନେଡ ଆଲୁମିନା ୫୨.୨୫%, ଆଲୁମିନା କାଷ୍ଟ ମେଟାଲ ଉତ୍ପାଦନ ୨.୬୮% ବୃଦ୍ଧି ପାଇଛି। ଆଲୁମିନା ରପ୍ତାନୀରେ ୨୦୯% ଅଭିବୃଦ୍ଧି ଆସିଥିବା ବେଳେ ଘରୋଇ କ୍ଷେତ୍ରରେ ବିକ୍ରି ୧୦୯% ବଢ଼ିଛି। କ୍ୟାପିଟିଭ୍ ପାୱାର ପ୍ଲାଣ୍ଟରୁ ଗତବର୍ଷ ୬୬୪୧ ନିୟୁତ ୟୁନିଟ ଶକ୍ତି ଉତ୍ପାଦିତ ହୋଇଥିଲା।


ସେହିପରି ନାଲକୋର ଲାଡ଼ଲି କାର୍ଯ୍ୟକ୍ରମରେ ୧୩୦୦ରୁ ଅଧିକ ମେଧାବୀ ଛାତ୍ରୀଙ୍କ ପାଠ ପଢ଼ା ଖର୍ଚ୍ଚ ନାଲକୋ ବହନ କରୁଛି। ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମରେ ୧୮ ଟି ଆଦିବାସୀ ଗ୍ରାମର ଏକ ହଜାରରୁ ଅଧିକ ପିଲାଙ୍କୁ ବିଭିନ୍ନ ଆବାସିକ ବିଦ୍ୟାଳୟରେ ଆବାସିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ନାଲକୋର ଭାଗିଦାରୀ ବୃଦ୍ଧି ପାଇଛି। ମୋବାଇଲ ହେଲଥ ୟୁନିଟ ମାଧ୍ୟମରେ ୨୫୦ ଗ୍ରାମରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ୱ ବୋଧ ପ୍ରତି ଆମେ ନିଜ ଲାଭାଂଶର ୨% ଖର୍ଚ୍ଚ କରୁଛୁ। ଏବେ ଏହା ବୃଦ୍ଧି ପାଇବ ବୋଲିସେ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦେଶକ (ଉତ୍ପାଦନ) ପଙ୍କଜ କୁମାର ଶର୍ମା, ନିର୍ଦେଶକ(ପ୍ରକଳ୍ପ ଓ ବୈଷୟିକ) ଜଗଦୀଶ ଅରୋରା, ନିର୍ଦେଶକ(ଏଚ୍‌ଆର) ଡ଼ ତାପସ କୁମାର ପଟ୍ଟନାୟକ, ବିତ୍ତ ନିର୍ଦେଶକ ଅଭୟ କୁମାର ବେହୁରିଆ ଉପସ୍ଥିତ ଥିଲେ। ନିର୍ବାହୀ ନିର୍ଦେଶକ (ଏଚ୍‌ଆର) ଆଶୁତୋଷ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Media connect

Nalco will be Maharatn company

 

Bhubaneswar, 19th August 2025: National Aluminium Company Limited (NALCO), the Navratna CPSE under the Ministry of Mines, Govt. of India, held an interactive session titled “Media Connect 2025” in Bhubaneswar today, bringing together prominent media houses of the city.


The meet was graced by Shri Brijendra Pratap Singh, Chairman-cum-Managing Director, NALCO. Shri Pankaj Kumar Sharma, Director (Production), Shri Jagdish Arora, Director (Projects & Technical), Dr. Tapas Kumar Pattanayak, Director (HR)and Shri Abhay Kumar Behuria, Director (Finance) were notably present at the event. At the outset, Shri Asutosh Rath, Executive Director (HR), extended a warm welcome to the media fraternity, and made a presentation highlighting the activities and services of the company.


Addressing the gathering, CMD NALCO emphasised the company’s unwavering commitment towards the holistic development of the aluminium and metal industry, while simultaneously contributing to the progress and well-being of society. He expressed his earnest gratitude towards the Ministry of Mines, Govt. of India, the State Government and the stakeholders for believing in the vision and philosophies of the company. He also highlighted the importance of fostering strong partnerships between the media and the company for transparent communication.


“Media Connect 2025” provided an interactive platform, where media representatives and NALCO leadership discussed the company’s vision, growth trajectory, upcoming projects, and CSR initiatives. The initiative was well received by the media community and underscored NALCO’s approach of strengthening engagement with stakeholders through openness and collaboration.

 

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com