ନୟାହାଟ:22/7- ଗତମାସ ୨୭ ତାରିଖରେ ସର୍ବ ଧର୍ମ ପୀଠ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ପରିସରରେ ଆଶ୍ରମର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କର ନାମକରଣ ଉତ୍ସବ ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରରେ ପୂଜାର୍ଚ୍ଚନା ପରେ ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଧନ ନାମ କୀର୍ତ୍ତନରେ ଗୁରୁଦେବଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ଶହ ଶହ ଭକ୍ ଙ୍କ ଗ୍ରହଣରେ ସ୍ୱତନ୍ତ୍ର ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ବାବାଜୀ ଅକ୍ଷୟ କୁମାର ଦାସ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିଥିଲେ।

ମାଆମାନଙ୍କ ଦ୍ୱାରା ବନ୍ଦାପନା ଓ ଝୁଲଣ ହୋଇଥିଲା। ପବିତ୍ର ଚମ୍ପକ ଦ୍ୱାଦଶୀ ତିଥି ୬ ତାରିଖରେ ଜନ୍ମ ଉତ୍ସବ ପରେ ପରେ ପଞ୍ଚୁୟାତି ପୁଜା ,ସଠୀ ପୁଜା ଓ ପବିତ୍ର ରଥଯାତ୍ରା ଦିନ ନାମକରଣ ଉତ୍ସବ କରାଯାଇଛି ବୋଲି ସେବକ ପ୍ରୀତି ରଂଜନ ଦାସ ସୂଚନା ଦେଇଛନ୍ତି। ଏହି ଉପଲକ୍ଷେ ସୁଦୂର ପଶ୍ଚିମା ପଶ୍ଚିମାଞ୍ଚଳର ପାଲାଗାୟକ ସୁରେଶ ଦାସ ଶ୍ରୀ ଗୁରୁଦେବଙ୍କ ଜୀବନୀ ଉପରେ ଆଧାରିତ ପାଲା ପରିବେଷଣ କରିଥିଲେ। ଏଥିରେ ମିତ୍ରଭାନୁ, ପଞ୍ଚାନନ, ଜଳନ୍ଧର,ମୀନକେତନଓ ଟିକେଶ୍ୱର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବାବାଜୀ ବିବେକାନନ୍ଦ ଦାସ, ଡାକ୍ତର ରତ୍ନାକର ମହାନ୍ତି, କୃଷ୍ଣ ଚନ୍ଦ୍ର ଓଝା, ରମୟ ରାଉତ ପ୍ରମୁଖ ପରିଚାଳନା କରିଥିଲେ।