• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ସୁଦୃଢ ପ୍ରାକ ପ୍ରସ୍ତୁତି ଏବଂ ଟିମ୍‌ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲ : ମୁଖ୍ୟମନ୍ତ୍ରୀ

ସୁଦୃଢ ପ୍ରାକ ପ୍ରସ୍ତୁତି ଏବଂ ଟିମ୍‌ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲ : ମୁଖ୍ୟମନ୍ତ୍ରୀ
Share on FacebookShare on TwitterShare on Whatsapp

-ପ୍ରତି ଗାଁରେ ଗୋଟେ ଲେଖାଏଁ Response Team ଗଠନ କରାଯିବ

-ଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ହେବ

ଭୁବନେଶ୍ୱର:29.10.2024

ପ୍ରାକୃତିକ ବିପର୍ଯ୍ୟୟ ଆଜି ଆମ ସହଚର ପାଲଟିଛି। ଆମ ପାଖରେ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ଉପକରଣ ସବୁ ରହିଛି। ଆଜି ଓଡିଶା ସରକାର ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ୧୯୯୯ ମହାବାତ୍ୟା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ଯୋଗୁ ଯେଉଁ ସବୁ ମୂଲ୍ୟବାନ ଜୀବନହାନୀ ହୋଇଛି, ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଗତ ସପ୍ତାହରେ ଆମ ରାଜ୍ୟ ବାତ୍ୟା ‘ଦାନା’ର ସମୁଖୀନ ହୋଇଥିଲା। ଏହି ବାତ୍ୟାରେ ୧୧ଟି ଜିଲ୍ଲାର ୬୦୦୦ରୁ ଅଧିକ ଗାଁ ଓ ସହରାଞ୍ଚଳ ପ୍ରଭାବିତ ହୋଇଥିଲା। ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍‌ ୱାର୍କ ଯୋଗୁ ଆମେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲୁ। ନିର୍ଭୁଲ ପ୍ରାକ ସତର୍କ ସୂଚନା ଏବଂ ବୈଷୟିକ ଜ୍ଞାନର ବ୍ୟବହାର ଦ୍ୱାରା ବିପର୍ଯ୍ୟୟ ପ୍ରବଣ ସ୍ଥାନମାନଙ୍କରେ Response Team ନିୟୋଜନକୁ ତ୍ୱରାନ୍ୱିତ କରାଯାଇଥିଲା। NDRF, ODRAF, Fire, Forest ଏବଂ Policeର ମୋଟ ୩୮୮ Response Team ନିୟୋଜିତ ହୋଇଥିଲେ। ଆମର ଲକ୍ଷ୍ୟ ଥିଲା ‘ଶୂନ୍ୟ ଜୀବନହାନୀ’। ଏହି ବାତ୍ୟାରେ ଆମେ ଆମର ଲକ୍ଷ୍ୟ ହାସଲ କରିଛୁ। ବିଗତ ୨୫ ବର୍ଷରେ ଓଡିଶା ବହୁ ବାତ୍ୟାର ସମୁଖୀନ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ବନ୍ଦ କରିପାରିବା ନାହିଁ। ଆମେ କ୍ଷୟକ୍ଷତିକୁ କମେଇ ପାରିବା ଓ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଏସବୁ ପ୍ରାକୃତିକ ବିପର୍ଯ୍ୟୟରୁ ଆମକୁ ବହୁତ ଶିକ୍ଷା ମିଳିଛି। ନୂଆ କାମ କରିବା ପାଇଁ ନୂଆ ଚିନ୍ତାଧାରା ମିଳିଛି। ଆଗକୁ ପ୍ରତି ଗାଁରେ ଗୋଟେ ଲେଖାଏଁ Response Team ଗଠନ କରାଯିବ। ରାଜ୍ୟରେ ଥିବା ୮୪୪ଟି ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀର ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ଏହାକୁ ସ୍କୁଲ ତଥା ଆଶ୍ରୟସ୍ଥଳୀରେ ପରିଣତ କରାଯିବ। ରାଜ୍ୟରେ ଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବ। ରାଜ୍ୟର ସମୁଦ୍ରତଟବର୍ତ୍ତୀ ୪୮୦ କିଲୋମିଟର ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ହେନ୍ତାଳବନ ସୃଷ୍ଟି କରାଯିବ। ରାଜ୍ୟରେ ଥିବା ୨୦ଟି ODRAF Team କୁ ବୃଦ୍ଧି କରାଯାଇ ୩୦ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ OSDMA ର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ୧୯୯୯ ମହାବାତ୍ୟାର ଆଜି ୨୫ ବର୍ଷ ପୂରିଲା। ୧୯୯୯ ବାତ୍ୟାର କୃରତା ଦେଖିଲା ପରେ ଆମ ଆଖି ଫିଟିଲା। ପୂର୍ବରୁ ସରକାର ନିଜର ପ୍ରଶାସନିକ ଦକ୍ଷତା, ଅନୁଭୂତି ଓ ଅନୁଭବ ବଳରେ ବିପର୍ଯ୍ୟୟକୁ ମୁକାବିଲା କରୁଥିଲେ। ଆଜି କେବଳ ସରକାର ନୁହେଁ, ପରିସ୍ଥିତିର ମୁକାବିଲା କରିବା ପାଇଁ ଜନସାଧାରଣ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନ ଆଗେଇ ଆସୁଛନ୍ତି। ଶ୍ରୀ ପୂଜାରୀ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଆସନ୍ତୁ ସମାଜକୁ ଶକ୍ତିଶାଳୀ କରିବା, ବ୍ୟବସ୍ଥାକୁ ମଜବୁତ କରିବା, ଯେତେ ଶକ୍ତିଶାଳୀ ବିପର୍ଯ୍ୟୟ ଆସୁ ତାକୁ ପରାସ୍ତ କରିବା।

ଅନ୍ୟତମ ଅତିଥି ଭାବେ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱ ପାଇଁ ଦୃଷ୍ଟାନ୍ତ ହୋଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ‘ଦାନା’ର ସଫଳ ମୁକାବିଲାରେ ଉଲ୍ଲେଖନୀୟ ଭୂମିକା ନେଇଥିବା ବିଭିନ୍ନ ବର୍ଗର ୧୪୨ ଜଣଙ୍କୁ ମାନପତ୍ର ଓ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ।
ମୁଖ୍ୟମନ୍ତ୍ରୀ ଆୟୋଜିତ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ଵlକ୍ଷର କରିଥିଲେ। ଓଡ଼ିଶାର ୧୦ ଟି ସହରରେ heatwave management ପାଇଁ Council for Energy Environment and Water ସହିତ ରାଜିନାମା ହୋଇଥିଲା। ଅନଲାଇନ ବିପର୍ଯ୍ୟୟ ପରିଚାଳନା ସଚେତନତା ପାଇଁ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ସହିତ ରାଜିନାମା ସ୍ଵlକ୍ଷରିତ ହୋଇଥିଲା।

କାର୍ଯ୍ୟକ୍ରମରେ ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ OSDMA ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com