• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ଜୟଦେବ ଭବନ ଓ ଲୋକସମ୍ପର୍କ ଭବନରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ

ଜୟଦେବ ଭବନ ଓ ଲୋକସମ୍ପର୍କ ଭବନରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ
Share on FacebookShare on TwitterShare on Whatsapp

ଭୁବନେଶ୍ୱର : 16.11-ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ -2024 ଆଜି ପୂର୍ବାହ୍ନରେ ଜୟଦେବ ଭବନ ଏବଂ ଲୋକସମ୍ପର୍କ ଭବନ ଠାରେ ସମାରୋହରେ ପାଳିତ ହୋଇଯାଇଅଛି l ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏବଂ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ସହଯୋଗରେ ସର୍ବ ପୁରାତନ, ପୁରାତନ ଓ ନୂତନ ଦୈନିକ,ସାପ୍ତାହିକ, ପାକ୍ଷିକ, ମାସିକ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବିଦେଶୀ  ସାମ୍ବାଦପତ୍ର, ମାଗଜିନ ପ୍ରଦର୍ଶନୀକୁ  ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଭାରତ ବର୍ଷକୁ ସ୍ବାଧୀନତା ଆଣିବାରେ ଏବଂ ପରବର୍ତ୍ତୀ ସମୟରେ ସାମ୍ବାଦପତ୍ର ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରି ଆସୁଛି l ଗଣମାଧ୍ୟମ କଣ୍ଠମୁକ୍ତ ହୋଇ କାର୍ଯ୍ୟ କରି ସମାଜକୁ ଦିଗଦର୍ଶନ ଦେବାପାଇଁ ଶ୍ରୀ ସିଂହ ପରାମର୍ଶ ଦେବାସହ ସାମ୍ବାଦିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ l

ପରେ ସୂଚନା ଓ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦେଶକ ସରୋଜ କୁମାର ସାମାଲଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥିଭାବେ ଅଖିଳ କୁମାର ମିଶ୍ର, ଅତିରିକ୍ତ ମହାନିର୍ଦେଶକ, ପତ୍ରସୂଚନା କାର୍ଯ୍ୟାଳୟ, ଭାରତ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଓଡିଶା, ଭୁବନେଶ୍ୱର ଯୋଗଦେଇ କହିଲେ ଗଣମାଧ୍ୟମର ସ୍ୱାଧୀନତା ଜନସାଧାରଣଙ୍କ କଲ୍ୟାଣରେ ବିନିଯୋଗହୁଏ l ଗଣମାଧ୍ୟମର ସ୍ୱାଧୀନତା ଜନସାଧାରଣଙ୍କ ଚେତନାକୁ ଜାଗ୍ରତ କରାଇ କର୍ତ୍ତବ୍ୟ ଓ ମୂଲ୍ୟବୋଧ ବଜାୟ ରଖିବା ଦିଗରେ ପ୍ରେରଣା ଦିଏ l ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାରସାହୁ କହିଥିଲେ ଗଣମାଧ୍ୟମ ସାମ୍ବାଦ ପରିବେଷଣ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି l ନୁଆ ଯୁଗ ସହ ତାଳଦେଇ ଗଣମାଧ୍ୟମ ସାମ୍ବାଦ ପରିବେଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଛି`l ସାମ୍ବାଦ ପରିବେଷଣରେ ସତ୍ୟତା, ଅନୁସନ୍ଧାନ ଆଦି ଦିଗକୁ ଦେଖି ସାମ୍ବାଦ ପରିବେଷଣ କରିବାକୁ ସେ ବକ୍ତବ୍ୟରେ ପ୍ରକାଶ କରିଥିଲେ l

ସାମ୍ବାଦିକତା ଓ ଗଣ ଯୋଗାଯୋଗର କୃତି ପ୍ରତିଯୋଗୀ ଲିପ୍ସିତା ପରିଡା, ରେଶମା ନାଏକ, ଜ୍ୟୋତିର୍ମୟୀ ମିଶ୍ର ଓ ଚା୍ରମିନ ଗଣ୍ଡବା ଚେଞ୍ଜଜିଙ୍ଗ ନେଚର ଅଫ ପ୍ରେସ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l
ନିର୍ଦେଶକ ସରୋଜ କୁମାର ସାମଲ କହିଥିଲେ ଯେ ଗଣତନ୍ତ୍ରରେ ଲୋକମାନଙ୍କର ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଶାସନ ବ୍ୟବସ୍ଥାକୁ ବୁଝାଏ l ତତ୍କାଳୀନ ନଅଙ୍କ ଦୁର୍ଭିକ୍ଷ ଓ ଦୁର୍ଦଶ ବ୍ରିଟିଶ ସରକାରଙ୍କ ସାମ୍ରଜ୍ୟର ପତନ ପାଇଁ ଉତ୍କଳ ଦୀପିକା ଅନେକ ପରିବର୍ତ୍ତନ ଆଣିଥିଲା l ଗଣମାଧ୍ୟମ ସତ୍ୟତାର ପୁଞ୍ଜି କରି କଳେବର ବୃଦ୍ଧି କରିବା ସହ ଭାଷାର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ଏକ ବିକଶିତ ସମାଜ ଓ ରାଷ୍ଟ୍ର ପାଇଁ କଲମ ଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ l ଶେଷରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର ଛଅ ଜଣ କୃତି ପ୍ରତିଯୋଗୀ ଲିପ୍ସିତା ପରିଡା, ରେଶମା ନାଏକ, ବର୍ଷା ନାଏକ, ଜ୍ୟୋତିର୍ମୟୀ ମିଶ୍ର, ଚା୍ରମିନ ଗଣ୍ଡବା ଏବଂ ଆହାନା ମାଝିଙ୍କୁ ମୁଖ୍ୟ ଅତିଥି ଓ ଅତିଥି ମାନେ ସାର୍ଟିଫିକେଟ, ଟ୍ରଫି ଓ ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ l

ସେହିପରି ସାମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବା ଶଶାଙ୍କ ଶେଖର ଦାଶ ପେପେରମ୍ୟାନ ଇଣ୍ଡିଆଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଟ୍ରଫି ଓ ଶାଲ ଦେଇ ସମ୍ବର୍ଦ୍ଧିତ କରିଥିଲେl ବିଭାଗର ଉପ ନିର୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ନିର୍ଦେଶକ(ବୈଷୟିକ)ସୁରେନ୍ଦ୍ର ନାଥ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ବିଷ୍ନୁପ୍ରିୟା ସାହୁ, ଅତିରିକ୍ତ ନିର୍ଦେଶକ ଗୁରବୀର ସିଂ, ଯୁଗ୍ମ ନିର୍ଦେଶକ ବିଶ୍ୱଜିତ ଦାଶ, ଉପଶାସନ ସଚିବ ସେକ କଳାମୁଦ୍ଦିନ, ସହକାରୀ ଅର୍ଥ ପରାମର୍ଶଦାତା ତଥା ଅନୁଶାସନ ସଚିବ ପୃଥ୍ଵୀରାଜ ପାଣି, ପ୍ରାକ୍ତନ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଉ୍ୟୁ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର, ଉପ ନିର୍ଦେଶିକା , ଜୟଦେବ ଭବନ, ଦିପ୍ତିମୟୀ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ରଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିବୃନ୍ଦ, ସୂଚନା ଅଧିକାରୀ, ଲୋକସମ୍ପର୍କ ଅଧିକାରୀ, ଛାତ୍ରଛାତ୍ରୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭୁବନେଶ୍ୱର ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ l

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com