ଭୁବନେଶ୍ୱର :23/5-ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଧିକାରୀସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ଗତ ଏପ୍ରିଲ ୨୨ତାରିଖରୁ ଅତିରିକ୍ତ ଦାୟିତ୍ୱରେ ଥିବା ଦେବପ୍ରସାଦ ଦାଶଙ୍କୁ ହଟାଇ ଦିଆଯାଇଛି।

ଶ୍ରୀ ଦାଶ ଏବେ ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ବଦଳି କରାଯାଇଛି।
ଖୋର୍ଦ୍ଧା ଜିଲା ଟାଙ୍ଗୀର ପୂର୍ବତନ ତହସିଲଦାର ଓଏଏସ୍ ମିତାଲି ପାତ୍ରଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଶାସନିକ ଅଫିସର ଭାବେ ଅବସ୍ଥାପିତ କରାଯାଇଛି। ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓଏଏସ୍ ଅଜୟ କୁମାର ପ୍ରଧାନଙ୍କ ବଦଳି ବାତିଲ କରି ତାଙ୍କୁ ସେଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।