• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ସଙ୍କଟମୟ ସ୍ଥିତିରେ ଗଣମାଧ୍ୟମ : ପ୍ରଭୁ ଚାୱଲା

ସଙ୍କଟମୟ ସ୍ଥିତିରେ ଗଣମାଧ୍ୟମ : ପ୍ରଭୁ ଚାୱଲା
Share on FacebookShare on TwitterShare on Whatsapp

-ଗଣତନ୍ତ୍ରର ତୃତୀୟ ନୟନ ହେଉ ଗଣମାଧ୍ୟମ: ସୌମ୍ୟରଞ୍ଜନ

ଭୁବନେଶ୍ୱର: ୩୦ା୧୦: ଚାରି ଦଶନ୍ଧି ଭିତରେ ଗଣମାଧ୍ୟମରେ ଅନେକ ପରିବର୍ତ୍ତନ ଘଟିଛି l ଛାପା ଗଣମାଧ୍ୟମରୁ ବୈଦ୍ୟୁତିକ ଗଣମାଧ୍ୟମ ଓ ପରେ ସାମାଜିକ ଗଣମାଧ୍ୟମରେ ପହଞ୍ଚିଛି ଗଣମାଧ୍ୟମ ସଂସ୍ଥା l ପରିବର୍ତ୍ତୀତ ପରିସ୍ଥିତିରେ ଖବରକାଗଜର ପାଠକ ସଂଖ୍ୟା ହ୍ରାସ ପାଉଥିବା ବେଳେ ଟେଲିଭିଜନର ଦର୍ଶକ ସଂଖ୍ୟା ପ୍ରାୟ ୮୦ ଭାଗ ହ୍ରାସ ପାଇ ସାରିଲାଣି l ତଥାପି ଆଞ୍ଚଳିକ ଗଣମାଧ୍ୟମର ଆବଶ୍ୟକତା ରହିଛି l ମୁଖ୍ୟକଥା ହେଲା ଗଣମାଧ୍ୟମ ନିଜର ବିଶ୍ୱାସନୀୟତା ହରାଇବା ଯୋଗୁଁ ଏକ ସଙ୍କଟମୟ ପରିସ୍ଥିତିରେ ପଡ଼ିଛି ବୋଲି ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦେଶକ ପ୍ରଭୁ ଚାୱଲା ମତ ପ୍ରକାଶ କରିଛନ୍ତି ।

ବୁଧବାର ଶ୍ରୀ ଚାୱାଲା ହୋଟେଲ ତାଜ ଭିଭାନ୍ତରେ ଦୈନିକ ଖବରକାଗଜ ଓ ଡିଜିଟାଲ ଟିଭି ସର୍କାରର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଗଣମାଧ୍ୟମ ଡରିବା କଥା ନୁହେଁ କି ଡରାଇବା କଥା ନୁହେଁ l ସବୁବେଳେ କିଭଳି ଖବର ପରିବେଷଣ ବେଳେ ନିରପେକ୍ଷତା ବଜାୟ ରହିବ ସେ ଦିଗକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଆମେ ଯାହା ଦେଖିବା ଓ ଯାହା ଶୁଣିବା ତାହା ହିଁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ହେବ। ଯଦି ସର୍କାର ଏହି ଗୁରୁଦାୟିତ୍ୱ ନିର୍ବାହ କରିପାରିବ ତେବେ ନିଶ୍ଚିତ ଭାବେ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ l

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ Eastern media Group ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ, ଗଣମାଧ୍ୟମ ଚତୁର୍ଥସ୍ତମ୍ଭ ବୋଲି ନିଜକୁ ବିଚାର ନ କରି ତୃତୀୟ ନୟନ ଭାବେ କାର୍ଯ୍ୟ କରିବା ଉଚିତ। ସରକାରର ଦୁଇଟି ନୟନ ହେଲା ଦଳର କର୍ମୀ ଓ ସରକାରୀ କର୍ମଚାରୀ । ଅନେକ ସମୟରେ ସେମାନେ ସରକାରଙ୍କୁ ଠିକ କଥା କହି ନ ଥାନ୍ତି । ଏହି ଶୂନ୍ୟସ୍ଥାନ ଗଣମାଧ୍ୟମ ପୂରଣ କରିବା ଉଚିତ। ଏହି ଦିଗରେ ନୂଆ କରି ଜନ୍ମ ନେଇଥିବା ସର୍କାର ଖବରକାଗଜ କାର୍ଯ୍ୟ କରିବ ବୋଲି ସେ କହିଥିଲେ l ଯେତିକି ପୃଷ୍ଠାର କାଗଜ ହେଉନା କାହିଁକି ତାହାର ଖବରର ଗୁଣବତ୍ତା ଲୋକଙ୍କ ଦ୍ୱାରା ଆଦୃତ ହୁଏ । ତେଣୁ ସେ ସର୍କାର ଖବରକାଗଜକୁ ଉଚ୍ଚକୋଟିର ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଛନ୍ତି ।

 

ଅନ୍ୟତମ ଅତିଥି ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିିବ ବିଜୟ ପଟ୍ଟନାୟକ ତାଙ୍କ ଅନୁଭୂତିରୁ ପରାମର୍ଶ ଦେଇ କହିଥିଲେ, ଗଣମାଧ୍ୟମ ନିରପେକ୍ଷ ଭାବେ କାର୍ଯ୍ୟ କଲେ ଲୋକଙ୍କ ଦ୍ୱାରା ଆଦୃତ ହେବ ।
ସର୍କାର Group ର ମୁଖ୍ୟ ତଥା ସର୍କାର ଖବରକାଗଜର ପ୍ରତିଷ୍ଠାତା ଜଗଦୀଶ ନାୟକ ମିଡ଼ିଆକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ବର୍ଣ୍ଣନା କରି ଏହା ଦାୟିତ୍ୱ ସହାକାରେ ସବୁ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଚିତ ବୋଲି ପ୍ରକାଶ କରିଥିଲେ l କେଉଁ ଖବର ପରିବେଷଣ କରାଯିବ, କେତିକି କରାଯିବ ଏବଂ କେଉଁଠି ତାହାକୁ ବନ୍ଦ କରାଯିବ ତାହା ଗୋଟାଏ ଦାୟିତ୍ୱବାନ ଗଣମାଧ୍ୟମ ସଂସ୍ଥାର କର୍ତ୍ତବ୍ୟ l ବିଭିନ୍ନ ଘଟଣା ସମ୍ପର୍କିତ ଖବରକୁ ବିନା ପକ୍ଷପାତିତାରେ ସର୍କାର Group ପରିବେଷଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ସର୍କାର ଖବରକାଗଜର ମୁଖ୍ୟ ସମ୍ପାଦକ ପ୍ରକାଶ ରଥ କହିଥିଲେ ଯେ, ସର୍କାର ଖବରକାଗଜ ସର୍ବଦା ନିର୍ଭୀକ ଭାବରେ ଲୋକଙ୍କ ଅସୁବିଧାକୁ ସରକାରଙ୍କ ପାଖରେ ପହଞ୍ଚାଇବ l ସର୍କାର ଗ୍ରୁପର ଅନୁଭୂତି ସମ୍ପନ୍ନ ଟିମ ଖବର ଗୁଡ଼ିକୁ ଅତିରଞ୍ଜିତ ନ କରି ବା ଶସ୍ତା ଖବରକୁ ପରିବେଷଣ ନ କରି ଲୋକଙ୍କ ହିତ ସମ୍ବଳିତ ଖବର ଗୁଡ଼ିକ ପରିବେଷଣ କରିବ ବୋଲି ସେ କହିଥିଲେ । ସମସ୍ତ ପରାମର୍ଶକୁ ବିଚାରକୁ ନେଇ ସର୍କାର ଖବରକାଗଜ ଦାୟିତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ ନିର୍ବାହ କରିବ ବୋଲି ଖବରକାଗଜର ସମ୍ପାଦକ ରବି ନାରାୟଣ ଜେନା କହିଥିଲେ l
ଉତ୍ସବରେ ମୁଖ୍ୟ ସମ୍ପାଦକ ପ୍ରକାଶ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରବି ନାରାୟଣ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଅତିଥି ପ୍ରଭୁ ଚାୱଲା, ବିଜୟ ପଟ୍ଟନାୟକ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଭୌମିକା ଦାଶ, ଶିବାନୀ ସଙ୍ଗୀତା, ରିୟା ଦେ, ଶୀତଲ ପାତ୍ର, ଦେବାଶିଷ ପାତ୍ର, ଶୁଭାଶିଷ ମିଶ୍ର ଏବଂ ଗାୟିକା ରଶ୍ମିତା ଦାଶଙ୍କୁ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାଡରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com