ଭୁବନେଶ୍ୱର:୧ ଜାନୁଆରୀ ୨୦୨୪- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ପଦବୀ ସଂଖ୍ୟା ବୃଦ୍ଧି କରାଯାଇ ନୂଆ ପଦବୀ ସୃଷ୍ଟି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସ.ପି (Additional SP), ୨୪ଟି ଡି.ଏସ.ପି ପଦବୀ (DSP) ଓ ୧୬ ଟି ପୋଲିସ ସବ୍ ଇନ୍ସପେକ୍ଟର (Sub Inspector of Police) ପଦବୀ ସୃଷ୍ଟି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more