-ସଡ଼କ ଯୋଗୋଯାଗ ବ୍ୟବସ୍ଥାର ଉନ୍ନତି ପାଇଁ ନୂଆ ପଦକ୍ଷେପ
-ଗଠନ ହେବ ରାଜ୍ୟ ରାଜପଥ ପ୍ରାଧିକରଣ
-ଓଡ଼ିଶାରେ ହେବ ରୋଡ କଂଗ୍ରେସ ବୈଠକ

ଭୁବନେଶ୍ୱର:୧୨ା୩: ଉନ୍ନତ ସଡ଼କ ମାଧ୍ୟମରେ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ପୂର୍ବ ସରକାର ଅମଳେର ଯେଉଁ ସବୁ ପ୍ରକଳ୍ପ ଆରମ୍ଭ ହୋଇଥିଲା ସେଗୁଡିକ ସମ୍ପୂର୍ଣ୍ଣ କରାଯିବା ସହ ପାଞ୍ଚ ବର୍ଷରେ ୧୫ହଜାର କିମି ରାସ୍ତା ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ସଡ଼କ ଯୋଗୋଯାଗ ବ୍ୟବସ୍ଥାକୁ ଦେଶର ପ୍ରଥମ ସ୍ଥାନରେ ପହଞ୍ଚାଇବା ପାଇଁ ସରକାର କାମ କରୁଛନ୍ତି। ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ତ୍ତ ବିଭାଗର ଖର୍ଚ୍ଚଦାବୀ ଆଲୋଚନାର ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସେ କହିଛନ୍ତି, ନୂଆ ଓ ପୁରୁଣା ସଡ଼କର ନିର୍ମାଣ ତଥା ମରାମତି ସମେତ ସଡକ ବ୍ୟବସ୍ଥାର ଉନ୍ନତି କ୍ଷେତ୍ରରେ ସଂସ୍କାରମୂଳକ ପରିବତ୍ତର୍ନ ଅଣାଯିବ। ଚଳିତ ବର୍ଷ ଓଡ଼ିଶାରେ ଭାରତୀୟ ସଡ଼କ କଂଗ୍ରେସ ବୈଠକଆୟୋଜିତ ହେବ। ଜାତୀୟ ତୀୟ ରାଜପଥ ପ୍ରାଧିକରଣ ଢାଞ୍ଚାରେ ରାଜ୍ୟ ରାଜପଥ ପ୍ରାଧିକରଣ ଗଠନ କରାଯିବ। ଏହାବ୍ୟତୀତ ନୂଆ ଓ ପୁରୁଣା ନିର୍ମାଣ ପ୍ରକଳ୍ପ ଗୁଡିକର ଗୁଣବତ୍ତା, ସମୟାନୁବର୍ତ୍ତିତା ତଥା ଉତ୍ତରଦାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ବିଭାଗ ଏକ ଡ୍ୟାସ ବୋର୍ଡ଼ ପ୍ରସ୍ତୁତ କରିଛି। ଏହା ଖୁବଶୀଘ୍ର ଲୋକାର୍ପିତ ହେବ। ଏଥିରେ ବିଭାଗର ବିସ୍ତୃତ ବିବରଣୀ ସହିତ ଠିକାଦାର, କାମର ଅଗ୍ରଗତି ଓ ସମ୍ପୂର୍ଣ୍ଣ ହେବାର ସମ୍ଭାବ୍ୟ ତଥ୍ୟ ଉପଲବ୍ଧ ହେବ। ସେହିପରି ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ବିଭାଗର ସଡ଼କ ଗୁଡିକୁ ନିର୍ମାଣ ବିଭାଗକୁ ଆଣିବା ପାଇଁ ସରକାର ଏକ ସଡ଼କ ନୀତି ପ୍ରଣୟନ କରିବେ।
ନୂଆ ସରକାର ଆସିବା ପରେ ୨୮୩ଟି ସଡକ ପ୍ରକଳ୍ପର ଟେଣ୍ଡର ଚୂଡାନ୍ତ ହୋଇଛି। ସେହିପରି କେନ୍ଦ୍ର ସରକାର ୭୮୦ କୋଟି ଟଙ୍କାର ଟେଣ୍ଡର ଚୂଡାନ୍ତ କରିଛନ୍ତି। ଅଦାଲତି ମାମଲା ଶେଷ ହୋଇଥିବାରୁ ଶୀଘ୍ର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା। ଓପିଡବ୍ଲୁଡି କୋଡରେ ସଂଶୋଧନ, ଜମି ଅଧିଗ୍ରହଣ ତଥା ଆଇନଗତ ପ୍ରକ୍ରିୟା ପରିଚାଳନା ପାଇଁ ପଦେକ୍ଷ ନିଆଯାଇଛି।
ଭୁବେନଶ୍ୱର ସେମତ ରାଜ୍ୟର ପ୍ରମୁଖ ସହରରେ ଭିଡ଼ ହ୍ରାସ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ନିର୍ମାଣ ବିଭାଗ ଏଥିପାଇଁ ୧୨୪୪୮ କୋଟି ଟଙ୍କା ବ୍ୟୟବରାଦ କରିଛି। ସେଥିରୁ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୯୪୫୧ କୋଟି ଟଙ୍କା ରଖାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲାର ୩୦ କିମି ରାସ୍ତା ଓ ୨ଟି ସେତୁ ନିର୍ମାଣ ପାଇଁ ଆଗାମୀ ଆର୍ଥିକ ବର୍ଷରେ ୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମୋଟୁ ଠାରୁ ତିରିଂ ପର୍ଯ୍ୟନ୍ତ ୯୬୯ କିମି ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ୧୫୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ନୂଆପଡ଼ାରୁ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦରକୁ ୪୯୧ କିମି ରାସ୍ତା, ଝାରସୁଗୁଡ଼ାରୁ ବାଲେଶ୍ୱର ପର୍ଯ୍ୟନ୍ତ ୩୮୩ କିମି, କଳାହାଣ୍ଡିର ବୃନ୍ଦାବାହାଲ ଠାରୁ ଗୋପାଳପୁର ବନ୍ଦରକୁ ୩୫୭ କିମି ଓ ସମ୍ବଲପୁରରୁ ସାତଭାୟା ପର୍ଯ୍ୟନ୍ତ ୪୦୪ କିମି ରାସ୍ତା ନିର୍ମାଣ ପାଇଁ ପରିକଳ୍ପନା କରାଯାଇଛି। ରାସ୍ତା ଉନ୍ନୟନ ପାଇଁ ୬୦୮୦ କୋଟି, ଐତିହ୍ୟ, ସ୍ମାରକୀ ଓ ମନ୍ଦିରର ସଂରକ୍ଷଣ ଓ ଉନ୍ନୟନ ପାଇଁ ୨୫୦ କୋଟି, ଅବଢ଼ା ଯୋଜନାରେ ୩୪୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ସେ କହିଛନ୍ତି।