• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ରେଜିଷ୍ଟ୍ରେସନ ବେଳେ ଅନ୍ୟ କାହାର ସର୍କୁଲାର ବା ନିର୍ଦେଶ ନ ମାନିବାକୁ ସବ-ରେଜିଷ୍ଟ୍ରାରଙ୍କୁ ନିର୍ଦେଶ

Share on FacebookShare on TwitterShare on Whatsapp

ଭୁବନେଶ୍ୱର: 25/9-କାହିଁକି ଧନ୍ଦି ହେଉଛନ୍ତି ସବ ରେଜିଷ୍ଟ୍ରାର ଓ ଲୋକଙ୍କୁ ନାନା ଆଇନର ଆଳରେ ଛନ୍ଦି ହଇରାଣ କରୁଛନ୍ତି। କାହିଁକି ସବ ରେଜିଷ୍ଟ୍ରାରଙ୍କ ପାଖରେ ନାହିଁ ସ୍ପଷ୍ଟତା। ଦ୍ୱନ୍ଦ୍ୱ କିଏ ବଢ଼ାଉଛି। ପାର୍ଟ ଚାଷଜମିର ପଞ୍ଜୀକରଣ ବେଳେ ଅନେକ ଦ୍ୱନ୍ଦ୍ୱକୁ ଦେଖି ଏହା ପଛର କାରଣକୁ ଅନୁଧ୍ୟାନ କରିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ। ଶେଷରେ ଆଇଜିଆରଙ୍କ ସମେତ ସମସ୍ତ ଡିଏସଆରଙ୍କୁ ଏ ସମ୍ପର୍କରେ ସ୍ପଷ୍ଟ ନିର୍ଦେଶ ଜାରି କରିଛନ୍ତି ଶ୍ରୀ ସିଂ। ରାଜସ୍ୱ ବିଭାଗ ବ୍ୟତୀତ କୌଣସି ବିଭାଗ, ଉନ୍ନୟନ କର୍ତ୍ତୃପକ୍ଷ କି ଏଜେନ୍ସିର କୌଣସି ସର୍କୁଲାର କି ନିର୍ଦେଶକୁ ମାନିବାକୁ ସଫା ସଫା ବାରଣ କରିଦେଇଛନ୍ତି ଶ୍ରୀ ସିଂ।

ଯିଏ ଯେତେବେଳେ ପାରିଲା ସେତେବେଳେ ପଞ୍ଜୀକରଣ ଅଧିକାରୀଙ୍କୁ ସର୍କୁଲାର ଓ ନିର୍ଦେଶାନାମା ଜାରି କରୁଛି। ଏଣିକି ଏହା ଚଳିବନି। କାରଣ ଏହାକୁ ନେଇ ସବ-ରେଜିଷ୍ଟ୍ରାର ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କାହାକୁ ମାନିବେ କାହାକୁ ମାନିବେନି। ସେଥିଲାଗି ସଚିବ ସ୍ପଷ୍ଟ କରିଦେଇଛନ୍ତି ଯେ ରେଜିଷ୍ଟ୍ରେସନ ଅଧିକାରୀ ରେଜିଷ୍ଟ୍ରେସନ ବେଳେ ରାଜସ୍ୱ ବିଭାଗ ଜାରି କରୁଥିବା ନିର୍ଦେଶାନାମାକୁ କେବଳ ଅନୁପାଳନ କରିବେ। ଭବିଷ୍ୟତରେ ରାଜସ୍ୱ ବିଭାଗର ବିନା ସହମତି, ଅନୁମତି ଓ ଆଲୋଚନା ବିନା କୌଣସି ଅଲଗା ବିଭାଗ କି ସଂସ୍ଥା କୌଣସି ସର୍କୁଲାର ଜାରି କରିଥିଲେ ବା ଭବିଷ୍ୟତରେ ଜାରି କଲେ ତାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇଯିବାକୁ ସେ ନିର୍ଦେଶ ଦେଇଛନ୍ତି। ଏମିତିରେ ସୁପ୍ରିମକୋର୍ଟଙ୍କ ନିର୍ଦେଶାନାମାର ନଜିର ଦେଇ ସବ-ରେଜିଷ୍ଟ୍ରାର ସମ୍ମିଳନୀରେ ବି ସଚିବ ସ୍ପଷ୍ଟ ସଙ୍କେତ ଦେଇଥିଲେ ଯେ କୌଣସି ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ ହେବାକୁ ଆସିଲେ ଏହାର ବୈଧତା ଦେଖି ରେଜିଷ୍ଟ୍ରେସନ କରିବାକୁ ଅଧିକାରୀ ବାଧ୍ୟ। ନାନା ଆଳ ଦେଖାଇ ଏହାକୁ ସେ ମନା କରିପାରିବେନି।


ଓଡ଼ିଶା ବିକାଶ ଅଭିଯାନ ଏ କ୍ଷେତ୍ରରେ ନିରନ୍ତର ଭାବେ ରାଜସ୍ୱ ମନ୍ତ୍ରୀ, ସଚିବ, ଆଇଜିଆର ଓ ଡିଏସଆରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲା। ପାର୍ଟ-ପ୍ଲଟ ହେଉ ବା ଯୁଗ୍ମ ସମ୍ପତ୍ତିର ଅଂଶ ରେଜିଷ୍ଟ୍ରେସନ ବେଳେ କେତେବେଳେ ରେରା ତ କେତେବେଳେ ବିଡିଏ ତ କେତେବେଳେ ନଗର ଉନ୍ନୟନ ବିଭାଗର କ୍ଲାରିଫିକେସନ ଆଳରେ ସମୟ ଗଡ଼ାଉଥିଲେ ସବ-ରେଜିଷ୍ଟ୍ରାର। ପଞ୍ଜୀକରଣ ଅଧିକାରୀ ବାସ୍ତବରେ କେଉଁ ବିଭାଗ ଅଧୀନରେ ବୋଲି ପଚାରୁଥିଲା ଓଡ଼ିଶା ବିକାଶ ଅଭିଯାନ। ଯଦି ରାଜସ୍ୱ ବିଭାଗର ତାହେଲେ ରାଜସ୍ୱ ବିଭାଗ ନିଜେ କାହିଁକି କୌଣସି ସ୍ପଷ୍ଟ ନିର୍ଦେଶ ଜାରି ନ କରି ଅନ୍ୟ ବିଭାଗର ଆକ୍ଟକୁ ନେଇ ସ୍ପଷ୍ଟତାର ସନ୍ଦେହରେ ବୁଲୁଛି। ଆଉ ରାଜସ୍ୱ ସଚିବଙ୍କ ଏଭଳି ସ୍ପଷ୍ଟ ନିର୍ଦେଶ ଏଣିକି ସବ-ରେଜିଷ୍ଟ୍ରାରଙ୍କୁ ଆଉ ଦ୍ୱନ୍ଦ୍ୱରେ ପକାଇବନି। କୌଣସି ଅଲଗା ବିଭାଗର ଅଯଥା ହସ୍ତକ୍ଷେପରେ ଆଉ ସନ୍ତୁଳିତ ହେବେନି ପଞ୍ଜୀକରଣ ଅଧିକାରୀ କି ଲୋକେ ବି ହଇରାଣ ହେବେନି। ରାଜସ୍ୱ ମନ୍ତ୍ରୀ ବି ମାନିଥିଲେ, ରେରା ତ କେତେବେଳେ ଓଡିଏ ଆକ୍ଟରେ ଛନ୍ଦି ଦିଆଯାଉଥିଲା। ଫଳରେ ଜମି ରେଜିଷ୍ଟ୍ରେସନ ହୋଇପାରୁ ନ ଥିବାରୁ ବିପୁଳ ରାଜସ୍ୱ ହାନୀ ବି ହେଉଥିଲା। ନିଜ ଚିଠିରେ ସଚିବ ବି ଏଭଳି ନାନା ଦ୍ୱନ୍ଦ୍ୱରୁ ରାଜସ୍ୱ ହାନୀ କଥାର ଅବତାରଣା କରିଛନ୍ତି।
ଜମି ପଞ୍ଜୀକରଣରେ ସ୍ପଷ୍ଟତା ରହୁ। ନା ସବ-ରେଜିଷ୍ଟ୍ରାର ଦ୍ୱନ୍ଦ୍ୱରେ ରହିବେ ନା ଲୋକେ ହଇରାଣ ହେବେ। ପଞ୍ଜୀକରଣ ସରଳ ଓ ସହଜ ହେଉ। ଆଇନଗତ ହେଉ। ରାଜସ୍ୱ ବି ଆସୁ ଓ ଲୋକେ ବିନା ବିଭ୍ରାନ୍ତିରେ ଜମି ଖଣ୍ଡେ କିଣାବିକା କରିବାର ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତୁ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com