ଭୁବନେଶ୍ୱର: ୨୩/୯- ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ ସମିତିକୁ ସେ ବେଆଇନ ଭାବରେ ସାର ପରିବହନ କରୁଥିଲେ ।
ସୂଚନାଯୋଗ୍ୟ, ବାସୁଦେବପୁର କୃଷି ସମବାୟ ସମିତିର ଲାଇସେନସ୍ ବା ସରକାରୀ ଅନୁମତି ପତ୍ର ନାହିଁ । ଲାଇସେନସ୍ ନଥିବା ଏକ ପାକ୍ସକୁ ବିନା ଅନୁମତିରେ ପରିବହନ କରୁଥିବା ସମୟରେ ସେ ଧରା ପଡ଼ିଥିଲେ। ସାର ଅନିୟମିତତାରେ ଲିପ୍ତ ରହିଲେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁଲଭ ଦରରେ ସାର ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ସାର କଳାବଜାରୀ ରୋକିବା ପାଇଁ ଏନଫୋର୍ସମେଣ୍ଟ ଟିମ୍ ସମଗ୍ର ରାଜ୍ୟରେ ଚଢ଼ଉ ଜାରି ରଖିଛନ୍ତି ।
ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
ଭୁବନେଶ୍ୱର:୨୨/୭-ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା...
Read more