ଭୁବନେଶ୍ୱର: 25/1-କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତବର୍ଷର ପଦ୍ମ ସମ୍ମାନ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି।
ଓଡ଼ିଶାର ଅଦ୍ୱୈତ ଗଡ଼ନାୟକ-କଳା, ଅଶୋକ କୁମାର ମହାପାତ୍ର-ମେଡିସିନ, ଦୁର୍ଗାଚରଣ ରଣଭୀର-ଓଡ଼ିଶୀ ଓ ପ୍ରତିଭା ଶତପଥୀ-ସାହିତ୍ୟ ଓ ଶିକ୍ଷା ପାଇଁ ମନୋନୀତ ହୋଇଛନ୍ତି । ତାଲିକାରେ ଥିବା ତଥ୍ୟ ଅନୁଯାୟୀ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି।







