• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପିସିସିର ତିନିଟି ତଥ୍ୟ ଅନୁଧ୍ୟାନ କମିଟି ଗଠନ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୧/୮-ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ନର୍ସିଂ ଛାତ୍ରୀଙ୍କୁ ନିର୍ଯ୍ୟାତନା ଏବଂ ତଦଜନିତ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ଦୀର୍ଘ ୧୪ଦିନ ଧରି ଜୀବନ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ମନୋରଞ୍ଜନ ତ୍ରିପାଠୀ ଉକ୍ତ କମିଟିର ଅଧ୍ୟକ୍ଷ ଥିବାବେଳେ ସନରାଜ ଗଣ୍ଡ, ଲିପିକା ମାଝୀ, ସୁଶ୍ରୀ ହାରାବତୀ ଗଣ୍ଡ, ମନଷା ତ୍ରିପାଠୀ, ଅଖିଳ ସାଉନ୍ତା ଓ କ୍ଷମରାଜ ବାଗ ସଭ୍ୟ ଭାବରେ ରହିଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଏକ ନବମଶ୍ରେଣୀ ନାବାଳିକା ଛାତ୍ରୀକୁ ଗତ ୧୦ ତାରିଖ ରବିବାର ଦିନ ଅନ୍ତରା ଅଞ୍ଚଳର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏହି ଘଟଣାର ଅନୁଧ୍ୟାନ ପାଇଁ ମଧ୍ୟ କମିଟି ଗଠନ ହୋଇଛି । ବନ୍ଦିତା ପରିଡା ଉକ୍ତ କମିଟିର ଅଧ୍ୟକ୍ଷା ଥିବାବେଳେ ମଧୁସ୍ମିତା ସେଠୀ, ଅମିତା ବିଶ୍ୱାଳ, ନିରୁପମା ପାତ୍ର,ବାସନ୍ତୀ ସାମଲ, ଶ୍ରେୟା ମହାନ୍ତି, ସହିୟତା ପରୱିନ, ଜୟଶ୍ରୀ ପଟନାୟକ, କନକଲତା ମଲ୍ଲିକ ସଭ୍ୟା ଭାବରେ ରହିଛନ୍ତି ।
ସେହିପରି ବରଗଡ଼ ଜିଲା ଫିରିଙ୍ଗିମାଳ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ପୋଡ଼ି ଓ ତାଙ୍କର ବୁର୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥିପାଇଁ ହମିଦ ହୁସେନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏଥିରେ ହରଦୀପ ସିଂହ, ନିପନ ଦାସ, ଅନନ୍ତ ପାଢ଼ୀ, କିଷଶାର ଦପାଦର, ଅଭିଶେଷ ସେଠ, ସୁନିତା ବାଗ, ନୀଳିମା ଅଗ୍ରୱାଲ, ସୁଧାରାଣୀ ସାହୁ, ରବି ପଣ୍ଡା ଓ କିଶୋର ସାହୁ ସଭ୍ୟ ଅଛନ୍ତି । କମିଟିଗୁଡ଼ିକ ଘଟଣାସ୍ଥଳକୁ ଯାଇ ସେମାନଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com