ସଂଗ୍ରାମୀଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ ଓଡିଶା ସରକାର
ଭୁବନେଶ୍ୱର:13/01- ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ 20 ହଜାର ଟଙ୍କାର ପେନସନ ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ଆଜି ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ। ସୂଚନା ଯୋଗ୍ୟ ଯେ 25 ଜୁନ୍ 1975 ମସିହାରୁ 21 ମାର୍ଚ୍ଚ 1977 ମସିହା ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ।