ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର
ଭୁବନେଶ୍ୱର:୩୧/୧୨-ଟାଟା ପାୱାର ବିରୋଧରେ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ବସାଇବା ପ୍ରସ୍ତାବକୁ ବିରୋଧ କରି ଏହି ମମାଲା କରାଯାଇଛି । ଏହକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି । ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଆଇନ ଏବଂ ଓଡିଶା ବିଦ୍ୟୁତ ନିର୍ଦେଶାବଳୀର ଉଲ୍ଲଙ୍ଘନ ଅଭିଯୋଗ କରି ଭଏସ ଅଫ କଟକ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି ।

ମମାଲାରେ ମୁଖ୍ୟ ଶାସନ ସଚିବ, ଶକ୍ତି ସଚିବ, ଟାଟା ପାୱାର ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗକୁ ପକ୍ଷଭୁକ୍ତ କରାଯାଇଛି । ପୂର୍ବରୁ ସୁରକ୍ଷା ଜମା ଥାଇ ପୁନର୍ବାର ଟଙ୍କା ଦାବି କରିବା ଏବଂ ଏହା ଜମା ନଦେଲେ ବିଦ୍ୟୁତ କାଟିବାକୁ ଧମକ ଦେବା ବେଆଇନ ବୋଲି ଏଥିରେ ଦର୍ଶାଯାଇଛିି । ଟାଟା ପାୱାର ୭,୨୧୫ କୋଟିର ଅତିରିକ୍ତ ଶୁଳ୍କ ଆଦାୟ କରିଥିବା ମଧ୍ୟ ଏଥବରେ କୁହାଯାଇଛି ।
ସେହିପରି ସ୍ମାର୍ଟ ମିଟର ଲଗାଇବା ପ୍ରକ୍ରିୟା ବିଦ୍ୟୁତ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ ର ଖୋଲା ଉଲ୍ଲଂଘନ। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନ କରିବାକୁ ଏବଂ ଅତିରିକ୍ତ ଜମା ନୋଟିସକୁ ରଦ୍ଦ କରିବାକୁ ଆବେଦନରେ ଦର୍ଶାଯାଇଛି । ଆବଦେନକାରରୀଙ୍କ ପକ୍ଷରୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଏହି ମମାଲା ପରିଚାଳନା କରୁଛନ୍ତି ।