• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଗୋଟିଏ ଦିନରେ ପାଖାପାଖି ଦେଢ଼ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ପ୍ରଶଂସା

Share on FacebookShare on TwitterShare on Whatsapp

ଭୁବନେଶ୍ୱର: ୧୭/୯- ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକଵଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି, ଓଡ଼ିଆମାନେ ଐକଵଦ୍ଧ ହେଲେ କଳ୍ପନା ଠାରୁ ଅଧିକ କିଛି କରିପାରନ୍ତି । ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ଦେଢ଼ କୋଟି ଚାରା ରୋପଣ କରି ଓଡିଆମାନେ ସାରା ବିଶ୍ୱକୁ ଦେଖେଇ ଦେଇଛନ୍ତି ସେମାନେ କିପରି ଏକ ମହାନ ଜାତି । ସେପ୍ଟେମ୍ବର ୧୭, ୨୦୨୫ ତାରିଖ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଯେତେବେଳେ ଚାରା ରୋପଣ, ସାମାଜିକ ଏକତା ଓ ଏକ ଅଭିଯାନକୁ କିପରି ଆନ୍ଦୋଳନରେ ପରିବର୍ତ୍ତନ କରାଯାଏ ସେକଥା ସାମ୍ନାକୁ ଆସିବ ସେତେବେଳେ ମନେ ପଡିବ ଶ୍ରୀଜଗନ୍ନାଥଙ୍କ ପବିତ୍ର ପ୍ରାଙ୍ଗଣ ଓଡିଶା, ନଦନଦୀର ଉଚ୍ଚରିତ ଓଡିଶା, ସବୁଜ-ସୁଶୋଭିତ ଓଡିଶା, ଏକତା ଓ ସମତାର ଓଡିଶାର କଥା ।

“ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ” ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଥିଲେ । ଏହି ଆହ୍ୱାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରି ଓଡ଼ିଶାବାସୀ ଅପରାହ୍ନ ୪.୩୦ ସୁଦ୍ଧା ୧,୪୯,୧୧,୩୩୯ ଗୋଟି ଚାରା ରୋପଣ କରି କେବଳ ଭାରତ ବର୍ଷ ନୁହଁ ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେଥିପାଇଁ ସମ୍ପୃକ୍ତ ସମସ୍ତ ବିଭାଗ, ସ୍ବେଛାସେବୀ ଅନୁଷ୍ଠାନ, ଛାତ୍ର-ଛାତ୍ରୀ, ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କୁ ବିଭାଗ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାର ଗୋଟିଏ ଦିନରେ ୧୧ ଲକ୍ଷ ଚାରା ରୋପଣ କରି ରେକର୍ଡ ସୃଷ୍ଟିକରିଥିଲା। ତା’ପୂର୍ବରୁ ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରା ରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା। କିନ୍ତୁ, ଆଜି ଓଡିଶା ମାତ୍ର କେଇ ଘଣ୍ଟା ଭିତରେ ୧.୫ କୋଟି ଚାରା ରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ସ୍ଥାପନ କରିଛି ଏକ ଅବିଶ୍ୱାସନୀୟ ଓ ଅବିସ୍ମରଣୀୟ ମହାମାନବୀୟ କୀର୍ତ୍ତି । ସଂଖ୍ୟାଦୃଷ୍ଟିରୁ ବିରଳ ରେକର୍ଡ କରିବା, ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଓ ଅନ୍ୟ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସାଜିବା ଓଡିଶା ସରକାରଙ୍କ ପାଇଁ ଗୌରବର କଥା କିନ୍ତୁ ତାଠୁ ବଡ ଲକ୍ଷ ହେଉଛି ଆଗାମୀ ପିଢ଼ିଙ୍କ ପାଇଁ ଏକ ସ୍ୱଚ୍ଛ-ସବୁଜ-ସୁନ୍ଦର-ସମୃଦ୍ଧ-ସ୍ୱୟଂ ସମ୍ପୂର୍ଣ୍ଣ ଓଡିଶା ନିର୍ମାଣ କରିବା। ଅପରାହ୍ନ ୪.୩୦ ସୁଦ୍ଧା, ୩୦ଟି ଜିଲ୍ଲାରେ ମୋଟ ୧,୪୯,୧୧,୩୩୯ ଚାରା ସଫଳତାର ସହିତ ରୋପଣ କରାଯାଇଛି। ୭୧,୯୨୪ଟି ପୂର୍ବ ନିର୍ଦ୍ଧାରିତ ସ୍ଥାନ ସମେତ ରାଜ୍ୟବ୍ୟାପୀ ଏହି ସଘନ ଚାରା ରୋପଣ କାର୍ଯ୍ୟ ସମାହିତ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ଜିଲ୍ଲା ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ଵିତୀୟ ଏବଂ କେନ୍ଦୁଝର ଜିଲ୍ଲା ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି। ମୟୁରଭଞ୍ଜ ଜିଲ୍ଲା ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ଜିଲ୍ଲା ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ଜିଲ୍ଲା ତାଲିକାର ଶେଷରେ ରହିଛି ।

ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରେ ସାରା ରାଜ୍ୟରେ ରେକର୍ଡ ସଂଖ୍ୟକ ୧,୪୯,୧୧, ୩୩୯ ଟି ଚାରା ଲଗାଯାଇଛି। ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସରେ ୭୫ ଲକ୍ଷ ଗଛ ଲଗାଇ ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ସଶ୍ରଦ୍ଧ ଉପହାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିକଳ୍ପନା କରିଥିଲେ ଏବଂ ରାଜ୍ୟବାସୀଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ଗଛ ଲଗାଇବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାରାରୋପଣ କାର୍ଯ୍ୟକ୍ରମ ଥିଲେ ମଧ୍ୟ ଅପରାହ୍ଣ ୧.୩୩ ସୁଦ୍ଧା ୭୫ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ପୂରଣ ହୋଇଯାଇଥିଲା। ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ଦୁଇ ଗୁଣ ଗଛ ଲାଗିଛି । ରାଜ୍ୟର ସମୁଦାୟ ୭୧, ୯୨୪ ଟି ସ୍ଥାନରେ ଏହି ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏହି ଭଲପାଇବା ତାଙ୍କୁ ଅଭିଭୂତ କରିଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମର ସଫଳତା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହିତ ସମସ୍ତ ସମ୍ପୃକ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com