• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ – ୨୦୨୫

Share on FacebookShare on TwitterShare on Whatsapp

ଭୁବନେଶ୍ୱର: ୧୪/୪- ଓଡ଼ିଶା ପୋଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ – ୨୦୨୫ ସୋମବାର ଖେଳାଯାଇଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ ଉତ୍ତର ପ୍ରଦେଶ ଓ ସିଆରପିଏଫ( ମହିଳା ) ପୋଲିସ ମଧ୍ୟରେ ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସିଆରପିଏଫ, ଉତ୍ତର ପ୍ରଦେଶ ମହିଳା ପୋଲିସ ଦଳକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ସେହିପରି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଘରୋଇ ଓଡିଶା ଓ ଏସଏସବି ( ମହିଳା ) ପୋଲିସ ଦଳ ମଧ୍ୟରେ ଖେଳା ଯାଇଥିଲା। ଏହି ପ୍ରତିଦ୍ବନ୍ଦିତାମୂଳକ ମ୍ୟାଚରେ ଏସଏସବି, ଓଡିଶା ପୋଲିସ ଦଳକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତା କାଲି ଅପରାହ୍ନ 4 ଟା ସମୟରେ ସିଆରପିଏଫ ଏବଂ ଏସଏସବି ( ମହିଳା ) ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ସେହିପରି ପଞ୍ଜାବ ଓ ଆଇଟିବିପି ( ପୁରୁଷ) ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ପଞ୍ଜାବ, ଆଇଟିଵିପି ଦଳ କୁ ୭-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ୟ ଏକ ସେମି ଫାଇନାଲ ମ୍ୟାଚ ବିଏସଏଫ ଏବଂ ସିଆରପିଏଫ ( ପୁରୁଷ) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସିଆରପିଏଫ ଟିମ ବିଏସଏଫ ଦଳ କୁ 3-1 ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତା କାଲି ସନ୍ଧ୍ୟା 6 ଟା ସମୟରେ ପଞ୍ଜାବ ଏବଂ ସିଆରପିଏଫ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ଆଜିର ବିଭିନ୍ନ ମ୍ୟାଚ ସମୟରେ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବହାଦୁର ଖୁରାନିଆ,ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିଚାଳନା ନିର୍ଦ୍ଦେଶକ, IDCO ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଯୁଗ୍ମ ନିର୍ଦ୍ଦେଶକ, ଆଇବି,ରାଜେଶ ସୁବର୍ଣ୍ଣ ଆଇଜିପି (ମହିଳା ଓ ଶିଶୁ ଅପରାଧ ଶାଖା ଏସ. ସାଇନି, ଆଇଜିପି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com