• About
  • Contact
Sunday, June 8, 2025
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିଜୁବାବୁଙ୍କ ଅସ୍ଥି ବିସର୍ଜନକୁ ନେଇ ରାଜନୈତିକ ଚର୍ଚ୍ଚା

Share on FacebookShare on TwitterShare on Whatsapp

ଭୁବନେଶ୍ୱର 10/3- ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କର ଅସ୍ଥି କିଏ ରଖିଥିଲା ଓ ଏହା କିଭଳି ବିସର୍ଜନ କରାଯାଇଥିଲା ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବିଜେପି ବିଧାୟକ ବାବୁ ସିଂଙ୍କ ମନ୍ତବ୍ୟ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ବିଜୟ ମହାପାତ୍ର ଶ୍ରୀ ସିଂଙ୍କ କଥାକୁ ସମର୍ଥନ କରିବା ପରେ ଏହା ଏବେ ଏକ ରୋଚକ ମୋଡ ନେଇଛି। ଶ୍ରୀ ସିଂ ଗଣମାଧ୍ୟମକୁ କହିଛନ୍ତି, ବିଜୁବାବୁଙ୍କ ଅସ୍ଥିକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ରଖି ନ ଥିଲେ। ଏହାକୁ ବିଜୟ ମହାପାତ୍ର ରଖିଥିଲେ। ବିଜୟ ବାବୁ ତିନି ବର୍ଷ କାଳ ଅସ୍ଥି ରଖି ନବୀନ ବାବୁଙ୍କୁ ଅପେକ୍ଷା କରିବା ପରେ ଶେଷରେ ପ୍ରୟାଗରାଜରେ ବିସର୍ଜନ କରିଥିଲେ। ବିଜୁବାବୁଙ୍କୁ ପୁଅ ନବୀନବାବୁ କେମିତି ଭଲ ପାଉଥିଲେ ତା’ର ଉଦାହରଣ ଅବତରଣ କରି ସେ ସୋମବାର ବିଧାନସଭା ବାହାରେ ଗଣମାଧ୍ୟମକୁ ଏହା କହିଛନ୍ତି।


ଶ୍ରୀ ସିଂଙ୍କର ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ ସମ୍ପର୍କ ଥିଲା। ନବୀନ ନିବାସକୁ ସେ ଯାଉଥିଲେ। ୧୯୯୭ ମସିହାରେ ବିଜୁବାବୁଙ୍କ ଦେହାନ୍ତ ପରେ ସେ ନବୀନବାବୁଙ୍କ ନେତୃତ୍ୱରେ ଗଠିତ ରାଜନୈତିକ ଦଳ ବିଜେଡିରେ ୨୨ ବର୍ଷ ଧରି କାମ କରିଥିଲେ। ବିଜୁବାବୁଙ୍କ ସମ୍ପର୍କରେ ୨୦୧୭ରେ ସେ ଏକ ପୁସ୍ତକ ଲେଖିଥିଲେ। ବିଜୁବାବୁଙ୍କ ପରିବାରର ସହଯୋଗୀ ଥିବା ବାବୁ ସିଂ ଏବେ ବିଜେପି ବିଧାୟକ।

ସେ କହିଛନ୍ତି, ବିଜୁବାବୁ ଶେଷ ଜୀବନରେ ଦିଲ୍ଲୀପ ରାୟଙ୍କ ଦିଲ୍ଲୀସ୍ଥିତ ସରକାରୀ କ୍ୱାଟର୍ସରେ ରହୁଥିଲେ। ଅସୁସ୍ଥ ହୋଇ ଏସକର୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ନବୀନବାବୁ ତାଙ୍କୁ ଦେଖିବାକୁ ମଧ୍ୟ ଯାଇ ନ ଥିଲେ। ତାଙ୍କର ଚିକିତ୍ସା ବାବଦ ୨୨ ଲକ୍ଷ ଟଙ୍କା ଦିଲ୍ଲୀପ ରାୟ ଦେଇଥିଲେ। ବାପାଙ୍କ ଦଶାହରେ ଲଣ୍ଡା ହେବାକୁ ନବୀନ ବାବୁ ଇଚ୍ଛା କରି ନ ଥିଲେ। ତାଙ୍କୁ ବାଧ୍ୟ କରି ଲଣ୍ଡା କରାଯାଇଥିଲା। ବିଜୁ ବାବୁଙ୍କୁ ସେ କେମିତି ଭଲ ପାଉଥିଲେ ତାହା ଏଥିରୁ ସ୍ପଷ୍ଟ ଜଣାପଡେ।

ବାବୁ ସିଂଙ୍କ ମନ୍ତବ୍ୟ ପରେ ବିଜୟ ମହାପାତ୍ର ନବୀନଙ୍କ ମୁଖା ଖୋଲିଛନ୍ତି। ବିଜୟ ଗଣମାଧ୍ୟମକୁ କହିଛନ୍ତି, ବିଜୁବାବୁଙ୍କ ଅସ୍ଥି ବିଜୟଙ୍କ ଘରେ ତିନି ଚାରି ବର୍ଷ ଧରି ରହିଥିଲା। ନବୀନବାବୁ ଥରେ ଦେଖିବାକୁ ଆସିଥିଲେ। ଅସ୍ଥି ଗୋଟିଏ ଦିନ ତାଙ୍କ ଘରେ ଉତ୍ପାତ କରିଥିଲା। କବାଟ ସବୁ ବାଡ଼େଇ ହେଲା ଓ ପବନ ବହିଲା। ପଣ୍ଡିତମାନଙ୍କ ସହ ଆଲୋଚନା କରି ସେ ବିସର୍ଜନ ନିଷ୍ପତ୍ତି ନେଇଥିଲେ। ବିସର୍ଜନ ପାଇଁ ପ୍ରୟାଗରାଜକୁ ଯାଇଥିଲେ। କିନ୍ତୁ ନବୀନବାବୁ ଗଲେ ନାହିଁ। ଅସ୍ଥି ବିସର୍ଜନ ପାଇଁ ବହୁତ ସମୟ ଲାଗିଥିଲା। ଅସ୍ଥି ବିସର୍ଜନ ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ବୋଲି ବିଜୟ କହିଛନ୍ତି।


ସେ କହିଛନ୍ତି ବିଜୁବାବୁଙ୍କ ଦେହ ଖରାପ ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଲ୍ଲୀ ନିଆ ଯାଇଥିଲା । ଦିଲ୍ଲୀପ ରାୟ ଏ କଥା ତାଙ୍କୁ ଫୋନ୍ କରି ଜଣାଇଲେ। ଦିଲ୍ଲୀପ ବାବୁ ନିୟମିତ ହସ୍ପିଟାଲ ଯାଇ ସବୁ ବୁଝାବୁଝି କରୁଥିଲେ। ମୁଁ ସେଠାକୁ ଗଲି ସେଠାରେ ପ୍ରେମ ପଟ୍ଟନାୟକ ଏବଂ ଝିଅ ଗୀତା ମେହେଟ୍ଟା ଥିଲେ କିନ୍ତୁ ନବୀନ ନଥିଲେ। ବିଜୁବାବୁଙ୍କ ଅସ୍ଥି ବିସର୍ଜନ ସମ୍ପର୍କରେ ବିଜୟ ମହାପାତ୍ରଙ୍କ କଥା ସମ୍ପୂର୍ଣ୍ଣ ମିଛ ବୋଲି ନବୀନଙ୍କ ସମର୍ଥକମାନେ କହିଛନ୍ତି। ଏତେ ଦିନ ପରେ ବିଜୟ ଏହି ପ୍ରସଙ୍ଗ କାହିଁକି ଉଠାଇଲେ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପାଳନ କରୁନାହାନ୍ତି ସରକାରୀ ଅଧିକାରୀ

by ସଂକ୍ଷିପ୍ତ ଖବର
June 7, 2025

  ମାସ ମାସ ଧରି ପଡ଼ିରହୁଛି ଚିଠି        

Read more

ଚର୍ଚ୍ଚାରେ ପିନାକୀ ମହୁଆଙ୍କ ବାହାଘର

June 5, 2025

ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି

June 5, 2025

ASI NABBED BY VIGILANCE

June 4, 2025

ଡିଜିଟାଲ ଗିରଫ ଧମକ ଦେଇ ସାଇବର ଅପରାଧୀ ଠକୁଛନ୍ତି, ସତର୍କ ରହିବାକୁ ପୁଲିସର ପରାମର୍ଶ

June 3, 2025

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

June 3, 2025

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com