• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପାରିତ ବିଧେୟକକୁ ସ୍ୱୀକୃତି ନଦେବା ପାଇଁ ରାଜ୍ୟପାଳଙ୍କୁ ପ୍ରସାଦ ହରିଚନ୍ଦନଙ୍କ ଚିଠି

Share on FacebookShare on TwitterShare on Whatsapp

-ବଢିଲା ଭତ୍ତାକୁ ନା
-ସମସ୍ତେ ସମ୍ପତି ତାଲିକା ଦିଅନ୍ତୁ

ଭୁବନେଶ୍ୱର:୧୯/୧୨-ବର୍ଦ୍ଧିତ ଭତ୍ତା ନେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ନିକଟରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ବିଧେୟକ ପାରିତ ହୋଇଛି। ହେଲେ ପୂର୍ବତନ ବିଧାୟକଙ୍କ ଭତ୍ତା ବାବଦକୁ ବଢ଼ିଥିବା ରାଶି ସେ ଗ୍ରହଣ କରିବେ ନାହିଁ ବୋଲି ଆଜି ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସାମ୍ବିଧାନିକ ବିଧି ବିଧାନ ଅନୁଯାୟୀ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ନିଷ୍ପତ୍ତି ହୁଏ। ଏପରି ସାମ୍ବିଧାନିକ ଅଧିକାରକୁ ଅତି ସଂଯମତା ଓ ସତର୍କତାର ସହ ପାଳନ କରାଯିବା ଉଚିତ। କିନ୍ତୁ ଡବଲ ଇଞ୍ଜିନ ସରକାରରେ ଏବେ ରାଜ୍ୟ ବିଧାନସଭାର ସଦସ୍ୟ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଓ ଭତ୍ତା ତିନି ଗୁଣ ବଢ଼ାଯାଇଛି। ଏହି ବୃଦ୍ଧି ସାଧାରଣ ଲୋକଙ୍କର ହଜମ ହଉନି। ଏ ଦରମା ଓ ଭତ୍ତା ବୃଦ୍ଧିକୁ ମୁଁ ନାପସନ୍ଦ କରୁଛି, ମାତ୍ର ଭତ୍ତା କ୍ଷେତ୍ରରେ ଆଇନରେ ଅନ୍ୟ ଏକ ବ୍ୟବସ୍ଥା ଅଛି। ଯାହାକି ପାଳନ ହେଉନାହିଁ। ଏହି ନିୟମ ଅନୁଯାୟୀ, ଦରମା ପ୍ରାପ୍ତ ସଦସ୍ୟମାନଙ୍କ ଦରମାରୁ ଭତ୍ତାକୁ ବାଦ ଦିଆଯାଇ ଦେୟ ପ୍ରଦାନ କରାଯାଏ। ଏହା ସହିତ ଜଣେ ସଦସ୍ୟ ଏକାଧିକ ଭତ୍ତା ନେଇ ପାରିବେ ନାହିଁ। କିନ୍ତୁ ବତ୍ତର୍ମାନ ରାଜ୍ୟରେ ତିନି ଶ୍ରେଣୀର ଭତ୍ତାଧାରୀ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାନସଭା ସଦସ୍ୟ ଅଛନ୍ତି। ପ୍ରଥମତଃ ସରକାରୀ ଚାକିରିଆ ଅବସର ପରେ ଭତ୍ତା ପାଉଛନ୍ତି। ଏହାସହ ସେମାନେ ସାଂସଦ କିମ୍ବା ବିଧାୟକ ହେଲେ ମଧ୍ୟ ଭତ୍ତା ନେଉଛନ୍ତି। ଅନ୍ୟ ଶ୍ରେଣୀରେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଭାବରେ ଦୁଇଟି ଭତ୍ତା ନେଉଛନ୍ତି।


ସେ କହିଛନ୍ତି, ମୁଁ ୨୦୦୯ ମସିହାରେ ଗୃହର ସଦସ୍ୟ ଭାବରେ ସତ୍ୟବାଦୀରୁ ନିର୍ବାଚିତ ହେବାପରେ ବିଧି ବିଧାନ ଅନୁଯାୟୀ, ଭତ୍ତାକୁ ବାଦ୍ ଦେଇ ଦରମା ଦେବା ପାଇଁ ବିଧାନସଭା ସଚିବାଳୟ, ପ୍ରମୁଖ ଲେଖାକାର ଓ ସରକାରଙ୍କୁ ଲିଖିତ ଆକାରରେ ଜଣାଇଥିଲି। କିନ୍ତୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ। ସେପରି ସ୍ଥଳେ ସେତେବେଳର ଅର୍ଥମନ୍ତ୍ରୀ ମାନ୍ୟବର ପ୍ରଫୁଲ୍ଲ ଘଡ଼େଇଙ୍କୁ ଏ ସମ୍ପର୍କରେ ମୌଖିକ ଓ ଲିଖିତ ଭାବେ ଜଣାଇଥିଲି। ସରକାର ମୋର ଟାଣ ମନୋଭାବକୁ ଲକ୍ଷ୍ୟ କରିବା ପରେ ବାଧ୍ୟ ହୋଇ ପଇସା ଫେରସ୍ତ ଦେବା ପାଇଁ ଅନୁମତି ଦେଇଥିଲେ। ଏହା ପରେ ମୁଁ ସରକାରଙ୍କ ତହବିଲକୁ ଅର୍ଥ ଫେରାଇଥିଲି। ଏହା ଭିତରେ ଷୋହଳ ବର୍ଷ ବିତିଗଲାଣି। ଆଉ କୌଣସି ମାନ୍ୟବର ସଦସ୍ୟ ହୁଏତ, ଏଭଳି ଅର୍ଥ ଫେରସ୍ତ କରିଥାଇ ପାରନ୍ତି। କିନ୍ତୁ ମୋ ପାଖେ ସେଭଳି ତଥ୍ୟ ନାହିଁ।
ଏହା ବ୍ୟତୀତ ସେ ଆହୁରି କହିଛନ୍ତି, ମୁଁ ତ୍ରୟୋଦଶ ବିଧାନସଭାର ସଭ୍ୟ ଥିବାବେଳେ ସଦାଚାର କମିଟିର ମଧ୍ୟ ସଭ୍ୟ ଥିଲି ଏବଂ ବିଧାୟକମାନେ ସେମାନଙ୍କର ସମ୍ପତ୍ତି ତାଲିକା ପ୍ରତିବର୍ଷ ଓଡ଼ିଶା ବିଧାସଭା ଓ ସଂସଦୀୟ ବ୍ୟାପାର ବିଭାଗ ନିକଟରେ ଦାଖଲ କରିବା ପାଇଁ ସଦାଚାର କମିଟି ସୁପାରିଶ କରିଥିଲେ। ସରକାର ମଧ୍ୟ ତାହା ଗ୍ରହଣ କରିଥିଲେ। ମୁଁ ତୁରନ୍ତ ମୋର ସମ୍ପତ୍ତି ତାଲିକା ଯଥା ବିଧି ଦାଖଲ କରିଥିଲି। କିନ୍ତୁ ଏବେ ତାହାର ଅନୁସରଣ କରାଯାଉ ନାହିଁ।
ବିଧାୟକ, ସାଂସଦ ।ନେ ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି, ତେଣୁ ଏଭଳି ନିଷ୍ପତ୍ତି ନେବା କଥା ନୁହେଁ। ରାସ୍ତା ଉପରେ ତୃତୀୟ, ଚତୁର୍ଥ ଶ୍ରେଣୀର ତଳିଆ କମର୍ଚାରୀ, ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କମର୍ଚାରୀ, ଗାଁ ରାସ୍ତାରେ କାମ କରୁଥିବା ଆଶା, ଅଙ୍ଗନୱାଡି କମର୍ଚାରୀ, ପାଚିକା, ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ନିଯୁକ୍ତ ଠିକା କମର୍ଚାରୀ, ପ୍ରାଣୀ ଚିକିତ୍ସକ, ସଫେଇ ଓ ନିରାପତ୍ତା କ୍ଷେତ୍ରରେ ନିୟୋଜିତ ସିକ୍ୟୁରିଟିଗାର୍ଡ ପ୍ରଭୃତି ସେମାନଙ୍କର ମାସିକ ପ୍ରାପ୍ୟ ବଢ଼ାଇବା ପାଇଁ ବିଧାୟକ, ସାଂସଦ ଓ ସରକାରଙ୍କ ପାଖରେ ଗୁହାରି କରିଆସୁଥିବା ବେଳେ ରାଜ୍ୟର ଆଥିର୍କ ଅବସ୍ଥା ଦୃଷ୍ଟିରୁ ଏହା ସମ୍ଭବ ହେଉଥିଲେ ମଧ୍ୟ ପୂର୍ବବର୍ତ୍ତୀ ବିଜେଡି ସରକାର ଏବଂ ବତ୍ତର୍ମାନର ବିଜେପି ସରକାର ସେ ଦିଗରେ ଏଯାଏଁ ନଜର ଦେଉନାହାନ୍ତି। ସେମାନଙ୍କର ହକ୍ ପ୍ରାପ୍ୟ ପ୍ରଦାନ ପାଇଁ ଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଅନେୁରାଧ କରିଛନ୍ତି। ସେମାନଙ୍କ ଦରମା ବଢ଼ୁନି। ତେଣୁ ଆମର କାହିଁକି ଦରମା ବଢିବ।
ବର୍ତ୍ତମାନ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏହି ବିଲ୍‍ ରହିଛି। ରାଜ୍ୟପାଳ ଏହି ବିଲର ପୁନର୍ବିଚାର ପାଇଁ ଗୃହକୁ ଫେରେଇ ଦେଇପାରିବେ। ଏହା ହେଲେ ସରକାରଙ୍କ ଚେତା ପଶିବ ଓ ସରକାର ବିଚାର କରିବେ ବୋଲି ପ୍ରସାଦ ଆଶା ପ୍ରକଟ କରିଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com