
ଭୁବନେଶ୍ୱର:୨୮/୨-ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ କାଉନସିଲ ସଦସ୍ୟ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ବହିଷ୍କୃତ ହୋଇଛନ୍ତି। ବହିଷ୍କାର ପରେ ପ୍ରତିକ୍ରିୟା ରଖି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ସେ ବିଜେଡି ଫଣ୍ଡ ସ୍କାମ ଆଡକୁ ଇଙ୍ଗିତ କରିଥିଲେ। ବାହାର ରାଜ୍ୟରେ ବିଜେଡିର ଆକାଉଣ୍ଟ ଖୋଲିବା ଗ୍ରହଣୀୟ ନୁହେଁ। ଦଳର ଅଜାଣତରେ ଏପରି କଲେ ବରଦାସ୍ତ କରାଯିବନି। ସେଥିପାଇଁ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ରହିଛି। ଯେଉଁମାନେ ତାଙ୍କୁ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି। ରାତି ଅନିଦ୍ରା ହୋଇ ସେ ନବୀନ ନିବାସ ମଧ୍ୟ ଯାଇଥିଲେ। ସମୟ ଆସିଗଲା ଏଣିକି ସତ୍ୟର ପରିପ୍ରକାଶ ହେବ।