• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି

Share on FacebookShare on TwitterShare on Whatsapp

ଆୟୁର୍ବେଦ କ୍ଷେତ୍ରରେ ଅସ୍ପର୍ଶ ହୋଇ ରହିଥିବା ଦିଗ ଉପରେ ଗବେଷଣା ଆବଶ୍ୟକ

ଭୁବନେଶ୍ୱର :4/12/2024-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀଠାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମୟ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଥ୍ରୀ-ଡି ପ୍ରିଣ୍ଟିଂ ଭଳି ଟେକ୍ନୋଲୋଜି ଉଭୟ ଅଧ୍ୟୟନ ଓ ବିକାଶରେ ସହାୟକ ହେଉଛି। ଆମକୁ ବର୍ତ୍ତମାନର ଆବଶ୍ୟକତାକୁ ଚିହ୍ନିବାକୁ ହେବ ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ। କିନ୍ତୁ ଆମର ଅତୀତକୁ ନ ଜାଣି ଆମେ ବର୍ତ୍ତମାନକୁ ବୁଝିପାରିବା ନାହିଁ କି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିପାରିବା ନାହିଁ । ଆମର ଗୌରବମୟ ଅତୀତ ବିଷୟରେ ଆମେ ସଚେତନ ହେବା ଉଚିତ। ଭାରତରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର, ଔଷଧ, ଗଣିତ ଓ ସ୍ଥାପତ୍ୟ କ୍ଷେତ୍ରରେ ସମୃଦ୍ଧ ପରମ୍ପରା ରହିଛି। ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ, ବରାହମିହିର ଓ ଭାସ୍କରାଚାର୍ଯ୍ୟଙ୍କ ଭଳି ବୈଜ୍ଞାନିକମାନେ ଦେଶର ବିଜ୍ଞାନ କ୍ଷେତ୍ରକୁ ସମୃଦ୍ଧ କରିଛନ୍ତି। ସେହିପରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚରକ ଓ ସୁଶ୍ରୁତଙ୍କ ଅବଦାନ ଉଲ୍ଲେଖନୀୟ।
ରାଷ୍ଟ୍ରପତି କହିଥିଲେ ଯେ ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତି ନିରାକରଣ ଏବଂ ଚିକିତ୍ସାକୁ ସମାନ ଗୁରୁତ୍ୱ ଦେଇଥାଏ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡାକ୍ତର ଭାବେ କାର୍ଯ୍ୟ କରିବା ସହ ଆୟୁର୍ବେଦ କ୍ଷେତ୍ରରେ ଅସ୍ପର୍ଶ ହୋଇ ରହିଥିବା ଦିଗ ଉପରେ ଗବେଷଣା କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଗବେଷଣା ଏହି ପ୍ରାଚୀନ ଚିକିତ୍ସା ପଦ୍ଧତିର ପ୍ରାମାଣିକତାକୁ ଦୃଢ଼ ଭାବେ ପ୍ରତିଷ୍ଠା କରିବ ଏବଂ ସମଗ୍ର ବିଶ୍ୱରେ ଏହାର ସ୍ୱୀକୃତି ବୃଦ୍ଧି କରିବ ଆଦିବାସୀ ଲୋକମାନେ ପ୍ରାଚୀନ କାଳରୁ ଚେରମୂଳି ଏବଂ ଏହାର ଔଷଧୀୟ ଉପକାରିତା ବିଷୟରେ ଜାଣିଛନ୍ତି । କିନ୍ତୁ ଏହି ପାରମ୍ପରିକ ଜ୍ଞାନ ଏବେ ଧିରେ ଧିରେ ଲୋପ ପାଇବାରେ ଲାଗିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ଭିତ୍ତିଭୂମି ଅନୁସନ୍ଧାନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏପରି କରିବା ଦ୍ୱାରା ସେମାନେ ଏହି ପାରମ୍ପରିକ ବ୍ୟବସ୍ଥାକୁ ବିଲୁପ୍ତ ହେବାରୁ ରକ୍ଷା କରିବେ ବୋଲି ସେ କହିଛନ୍ତି।

ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଥିଲେ, ସର୍ବପ୍ରଥମେ ଏହି ପବିତ୍ର ମାଟିରୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣିପାତ କରୁଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ପ୍ରଣାମ ଜଣାଉଛି।ବିଶେଷ କରି, କଲେଜର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦ ଓ ଖୁସିର ମୁହୂର୍ତ୍ତ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ତଥା ଆମ ରାଜ୍ୟର ପ୍ରଥମ ନାଗରିକ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତି ଆପଣମାନଙ୍କ ଏବଂ ଆମ ସମସ୍ତଙ୍କର ଗହଣରେ ଉପସ୍ଥିତ ରହି ଏହି ଉତ୍ସବର ଶୋଭା ଏବଂ ବିଭବତାକୁ ଦ୍ଵି-ଗୁଣିତ କରିଛି। ଯେ କୌଣସି ଶିକ୍ଷାନୁଷ୍ଠାନ ପାଇଁ ଏହା ନିଶ୍ଚିତ ଭାବେ ଏକ ଅପୂର୍ବ ସଂଯୋଗ। ଏହି ସମାରୋହ ନିଶ୍ଚୟ ଆପଣଙ୍କ ସାରା ଜୀବନ ପାଇଁ ଏକ ସୁଖଦ ଅନୁଭୂତି ହୋଇ ରହିବ, ଏଥିରେ ସନ୍ଦେହ ନାହିଁ। ୧୯୪୯ ମସିହାରେ ଏକ ଆୟୁର୍ବେଦିକ ବିଦ୍ୟାପୀଠ ଭାବେ ଏହି ଅନୁଷ୍ଠାନ ଗଢି ଉଠିଥିଲା। ଆଜି ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଏହି ଅନୁଷ୍ଠାନ ଦେଶର ଏକ Model Institute ଭାବେ ସୁନାମ ହାସଲ କରିଛି। ଆୟୁର୍ବେଦରେ ଉଚ୍ଚ ଶିକ୍ଷା ପାଇଁ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକର୍ଷଣର ଏକ କେନ୍ଦ୍ର ହୋଇପାରିଛି। ଏହି ଅନୁଷ୍ଠାନର ଅନେକ ଛାତ୍ର ଛାତ୍ରୀ ଆଜି ଆୟୁର୍ବେଦ ବିଶେଷଜ୍ଞ ଭାବେ ସାରା ରାଜ୍ୟ ଓ ଦେଶରେ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି।ଆୟୁର୍ବେଦ ଏକ ପୁରାତନ ଓ ସମୃଦ୍ଧ ଚିକିତ୍ସା ବିଜ୍ଞାନ। ଭାରତର ପ୍ରାଚୀନ ଋଷି ଓ ଆଚାର୍ଯ୍ୟ ଯଥା ଚରକ, ସୁଶୃତ ଓ ବାଗ୍‌ଭଟ୍ଟ ରଚିତ ସଂହିତାଦ୍ୱାରା ଏହି ବିଜ୍ଞାନ ପରିପୁଷ୍ଟ । ଦୀର୍ଘ ୫ ହଜାର ବର୍ଷରୁ ଅଧିକ ସମୟ ଧରି ଏହା ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି।

ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡିବ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ ଜାଣିପାରିବା। ଦେବସ୍ନାନ ପୂର୍ଣ୍ଣିମା ପରେ ତିନି ଠାକୁର ଜ୍ବରରେ ପୀଡିତ ହୋଇଥାନ୍ତି। ତେଣୁ ଆୟୁର୍ବେଦ ରୀତି-ନୀତି ଭାବେ ଜୀଉମାନଙ୍କର ଉପଚାର କରାଯାଇଥାଏ। ଚିକିତ୍ସା ସହିତ ବିଶେଷ ପ୍ରକାର ପଥି ମଧ୍ୟ ଲାଗି କରାଯାଏ। ଆୟୁର୍ବେଦର କରାମତି ଆମେ ସମସ୍ତେ ରାମାୟଣରୁ ଜାଣିଛୁ। ଯେତେବେଳେ ଲକ୍ଷ୍ମଣ ରଣାଙ୍ଗନରେ ମୂର୍ଚ୍ଛିତ ଅବସ୍ଥାରେ ଥିଲେ ହିମାଲୟର ବିଶଲ୍ୟକରଣୀ ତାଙ୍କୁ ସୁସ୍ଥ କରାଇଥିଲା। ଏପରି, ଅନେକ ଉଦାହରଣ ଆମ ଧର୍ମଶାସ୍ତ୍ରରେ ଉଲ୍ଲିଖିତ। ଆୟୁର୍ବେଦ ଏକ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ ଜୀବନ ଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇ ପାରିବ। ମାନବ ଶରୀର, ୫ଟି ମୌଳିକ ତତ୍ତ୍ୱ ଯଥା- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହିତ ଆତ୍ମାର ସଂଯୋଗରେ ନିର୍ମିତ ହୋଇଥାଏ । ଏହା ପ୍ରକୃତି ଓ ଶରୀର ସହ ସମନ୍ୱୟ ରକ୍ଷା କରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ, ଏହାକୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି ଭାବରେ ଗ୍ରହଣ କରିଛି । ଆୟୁର୍ବେଦ, ଯୋଗ, ଆଧ୍ୟାତ୍ମିକତାର ସଦୁପୋଯୋଗକରି ଏକ ସୁସ୍ଥ ନିରାମୟ ଜୀବନଶୈଳୀ କିପରି ଭାବେ ପାଇପାରିବେ ତାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଆମ ସମସ୍ତଙ୍କର ସମ୍ମାନନୀୟା ରାଷ୍ଟ୍ରପତି । ତାଙ୍କ ଜୀବନର ସଂଗ୍ରାମ ଓ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣା।

କିନ୍ତୁ ଦୁଃଖର କଥା ୨୦୧୪ ପର୍ଯ୍ୟନ୍ତ ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ରକମର ଅବହେଳିତ କରାଯାଉଥିଲା। ଧର୍ମକୁ ଆଖିଠାର ପରି ସ୍ୱାସ୍ଥ୍ୟ ବିଭାଗରେ କିଛି ଖର୍ଚ୍ଚ ପ୍ରବଧାନ କରି ଦୟିତ୍ଵ ସମ୍ପାଦନ କରିଦେଉଥିଲେ,। କିନ୍ତୁ ୯ ନଭେମ୍ବର ୨୦୧୪ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵତନ୍ତ୍ର ଭାବେ ଆୟୁଷ ମନ୍ତ୍ରଣାଳୟ ଗଠନ କରି ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ନୂଆ ଦିଶା ଓ ଦଶା ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଆୟୁର୍ବେଦ ଡାକ୍ତରଙ୍କୁ ଅନେକ ନୂଆ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ଆୟୁର୍ବେଦକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରୁ ଦେବ-ବୈଦ୍ୟ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ବା ଧନ୍ ତେରସ ଦିନଟିକୁ ‘ବିଶ୍ୱ ଆୟୁର୍ବେଦ ଦିବସ’ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଧନ୍ଵନ୍ତରୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଜଟଣୀ ଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ ‘ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ’ ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ପାରମ୍ପରିକ ସ୍ବାସ୍ଥ୍ୟ ବିଜ୍ଞାନ — ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ଉଦ୍ୟମରେ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଯୋଗ ଦିବସ ଭାବେ ଖୁବ୍ ଉତ୍ସାହର ସହିତ ପାଳନ କରାଯାଉଛି। ଆୟୁଷ ମନ୍ତ୍ରାଳୟ ଏହାର ଅନୁସନ୍ଧାନ ସଂସ୍ଥାନ ଦ୍ୱାରା ଆୟୁର୍ବେଦ ମାଧ୍ୟମରେ କର୍କଟ, ମଧୁମେହ ଓ ହୃଦ୍‌ରୋଗ ଇତ୍ୟାଦି ରୋଗର ନିୟନ୍ତ୍ରଣ ନିମିତ୍ତ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହାଦ୍ୱାରା ଏହି ସବୁ ଜଟିଳ ରୋଗ ଗୁଡ଼ିକର ସହଜ ସମାଧାନର ସୂତ୍ର ମିଳିପାରିବ।

ଓଡ଼ିଶାରେ ବର୍ତ୍ତମାନ ୩ଟି ସରକାରୀ ଆୟୁର୍ବେଦ କଲେଜ ଓ ଗୋଟିଏ ବେସରକାରୀ ଆୟୁର୍ବେଦ କଲେଜ କାର୍ଯ୍ୟରତ ଅଛି। ଆମ ରାଜ୍ୟରେ ବର୍ତ୍ତମାନ ଆୟୁର୍ବେଦ ଚିକିତ୍ସା ସେବା ଯୋଗାଇଦେବା ପାଇଁ ୫୨୦ଟି ଆୟୁର୍ବେଦ ଚିକିତ୍ସାଳୟ ଓ ୫ଗୋଟି ଆୟୁର୍ବେଦ ହସ୍‌ପିଟାଲ ମାନଙ୍କରେ ରୋଗୀ ସେବା ଯୋଗାଇ ଦିଆଯାଉଛି । ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଅଦ୍ୟାବଧି ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଇଛି । କୋଭିଡ଼ ମହାମାରୀ ସମୟରେ ଆୟୁଷ ଡାକ୍ତର ମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ “ଆମ ସରକାର ଢେଙ୍କାନାଳ ଓ ଗଞ୍ଜାମରେ ୨ଟି ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ଚିକିତ୍ସାଳୟ ନିର୍ମାଣ କରିଛନ୍ତି। ଏହାକୁ ଖୁବ୍ ଶୀଘ୍ର ଲୋକାର୍ପିତ କରାଯିବ ଏବଂ ଜନସାଧାରଣ ଏହି ୨ଟି ଅନୁଷ୍ଠାନରୁ ସ୍ୱାସ୍ଥ୍ୟ ସେବା ପାଇପାରିବେ। ନୂଆ ଚିକିତ୍ସାଳୟ ନିର୍ମାଣ ସହିତ ରାଜ୍ୟରେ ସେବା ଯୋଗାଇ ଦେଉଥିବା ବିଭିନ୍ନ ଆୟୁର୍ବେଦ ଚିକିତ୍ସାଳୟ ମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଯୋଗ, ଆୟୁର୍ବେଦ ଆଦି ସବୁ ହଜାର ହଜାର ବର୍ଷର ଜ୍ଞାନ। ଆଜି ଏହି ସବୁ ଚିକିତ୍ସା ପଦ୍ଧତିର ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଛି। ଆଜି ବିଶ୍ଵ ଭାରତୀୟ ଚିକିତ୍ସା ବିଜ୍ଞାନକୁ ଚାହିଁ ରହିଛି। ଆମ ଶାସ୍ତ୍ର, ପୋଥି, ପାଣ୍ଡୁଲିପି ଏପରିକି ଅଥର୍ବ ବେଦରେ ଥିବା ଚିକିତ୍ସା ବିଜ୍ଞାନ ସଂପୂର୍ଣ୍ଣ ଭାବେ ଅନୁସନ୍ଧାନ ଏବଂ ଆବିଷ୍କୃତ ହୋଇନାହିଁ। ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଅଛି। ଆଶା କରୁଛି ଆୟୁର୍ବେଦ ବିଜ୍ଞାନ ସହିତ ସମ୍ପୃକ୍ତ ଥିବା ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଅନେକ ସମୟରେ Allopathy ଓ Ayurveda କୁ ପରସ୍ପର ବିରୋଧୀ ଚିକିତ୍ସା ବିଜ୍ଞାନ ରୂପେ ଚିତ୍ରଣ କରାଯାଉଛି। କିନ୍ତୁ, ଏହା ଠିକ୍ ନୁହେଁ। ଉଭୟ ଚିକିତ୍ସା ପଦ୍ଧତି ପରସ୍ପରର ପରିପୂରକ। ଏହି ମନୋଭାବ ନେଇ ଚିକିତ୍ସା ବିଜ୍ଞାନୀ ମାନେ କାମ କଲେ, ଆମ ଦେଶରେ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଖୁବ୍ ଉପଯୋଗୀ ଓ ବିଶ୍ଵ ସ୍ତରୀୟ ହୋଇ ପାରିବ।

ଶେଷରେ ସେ କହିଥିଲେ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରି ଏହାକୁ ଏକ ଉତ୍କର୍ଷ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆମ ସରକାର ପଦକ୍ଷେପ ଗ୍ରହଣ କରିବେ। ଆପଣ ମାନଙ୍କୁ ଏହି ଅବସରରେ ମୁଁ ପୁଣି ଥରେ ଶୁଭେଛା ଓ ଅଭିନନ୍ଦନ ଜଣାଉଛି ଏବଂ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତୋରତ୍ତର ଉନ୍ନତି ପାଇଁ ପ୍ରାର୍ଥନା କରୁଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com