
ଭୁବନେଶ୍ୱର:୧୦/୧୧-ଅସନ୍ତା ୨୭ ତାରିିଖରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧିବେଶନକୁ ସମ୍ବୋଧିତ କରିବେ। ପୂର୍ବରୁ କୌଣସି ରାଷ୍ଟ୍ରପତି କୌଣସି ବିଧାନସଭାକୁ ସମ୍ବୋଧିତ କରି ନଥିଲେ।


୨୮ ତାରିଖ ବିଧାନସଭାରେ ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ। ନଭେମ୍ବର ୨୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଧାନସଭା ବସିବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନରେ ୨୯ଟି କାର୍ଯ୍ୟଦିବସ ରହିଛି।