• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରସଙ୍ଗ

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରସଙ୍ଗ
Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୧/୧୨/୨୦୨୪ ବୁଧବାର ୧୧ ତାରିଖ ବିଧାନସଭାରେ ସାମ୍ବାଦିକଙ୍କ ପାଇଁ ପେନସନ୍‍ ଓ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ସହ ପ୍ରେସ୍ ଏକାଡେମୀ ଗଠନ କରିବାକୁ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଦାବି କରିଛନ୍ତି। ସ୍ୱାସ୍ଥ୍ୟବୀମାରେ ଥିବା ଅସଙ୍ଗତି ଦୂର କରିବା ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି । ଶୂନ୍ୟ କାଳରେ ବିରୋଧୀଦଳ ବିଧାୟକ ଶ୍ରୀ ଦାସ ଏହି ସବୁ ପ୍ରସଙ୍ଗ ଉଠାଇ ତୁରନ୍ତ ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଥିଲେ, ପୂର୍ବ ସରକାର ସାମ୍ବାଦିକଙ୍କ ପାଇଁ ପାଞ୍ଚଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରିଥିବାବେଳେ ଏଥିରେ ସେମାନଙ୍କ ବାପା ଓ ମାଆଙ୍କୁ ସାମିଲ କରାଯାଇ ନାହିଁ । ତେଣୁ ସାମ୍ବାଦିକଙ୍କ ବାପା ଓ ମାଆଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଉ । ଏହା ନହେବା ଫଳରେ ସାମ୍ବାଦିକଙ୍କ ପିିତାମାତା ବୀମା ସୁବିଧାରୁ ବଂଚିତ ରହୁଛନ୍ତି । ସ୍ୱାସ୍ଥ୍ୟବୀମା ବ୍ୟବସ୍ଥାରେ ରହିଥିବା ଏଭଳି ଅସଙ୍ଗତି ଦୂର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେ କହିଥିଲେ, ସାମ୍ବାଦିକଙ୍କ ପାଇଁ ଦେଶର ୧୭ଟି ରାଜ୍ୟ ପେନସନ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶାରେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ରାଜ୍ୟ ସରକାର ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପାଇଁ ପେନସନ୍‍ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ । ଗଣମାଧ୍ୟମର ବହୁସଂଖ୍ୟକ ପ୍ରତିନିଧି ଲୋକସେବା ଭବନକୁ ଯାଇପାରୁ ନାହାନ୍ତି । ଖବର ସଂଗ୍ରହ ପାଇଁ ସେମାନଙ୍କୁ ପ୍ରବେଶ ଅନୁମତି ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ । ନୂଆ ସରକାର ଲୋକସେବା ଭବନକୁ ପ୍ରବେଶ ନେଇ ଥିବା ପ୍ରତିବନ୍ଧକ ଉଠାଇ ନେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । କେବଳ କୌଣସି କାର୍ଯ୍ୟକ୍ରମ ହେଲେ ସେମାନଙ୍କୁ ସଚିବାଳୟ ପ୍ରବେଶ ଅନୁମତି ମିଳୁଛି । ତେଣୁ ଗଣମାଧ୍ୟମ ପ୍ରତିନଧିଙ୍କୁ ଲୋକସେବା ଭବନକୁ ସବୁଦିନିଆ ପ୍ରବେଶ ପାଇଁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଛନ୍ତି । ବେଳେବେଳେ ଅଫିସର ଓ ସାମ୍ୱାଦିକଙ୍କ ମଧ୍ୟରେ ଉପୁଜୁଥିବା ବିବାଦ ଫଳରେ ଖବର ସଂଗ୍ରହରେ ବାଧା ସୃଷ୍ଟି ହେଉଛି । ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ଅଛନ୍ତି । ଏସବୁକୁ ଗୁରୁତର ସହ ବିଚାର କରିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବିଭିନ୍ନ ସମୟରେ ସାମ୍ବାଦିକଙ୍କ ବୀମା ଅର୍ଥ ପରିମାଣ ବୃଦ୍ଧି, ସେମାନଙ୍କ ସାମାଜିକ ସୁରକ୍ଷା ଦୃଷ୍ଟିରୁ ପେନସନ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ସାମ୍ବାଦିକମାନଙ୍କ ପାଇଁ ଥିବା ସୁରକ୍ଷା ଆଇନ ଲାଗୁ ଏବଂ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦେବା ପାଇଁ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି । ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଗତ ୫ ତାରିଖରେ ରାଜଭବନରେ ତାଙ୍କୁ ଅଲ ଓଡ଼ିଶା ମିଡିଆ ଆସୋସିଏସନ ପକ୍ଷରୁ ସ୍ୱାସ୍ଥ୍ୟବୀମା ଅର୍ଥରାଶି ବୃଦ୍ଧି ଏବଂ ସାମ୍ବାଦିକଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା ଉପରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା । ବହୁ ଘାତ ପ୍ରତିଘାତ ସତ୍ତ୍ୱେ ସାମ୍ବାଦିକ ମାନେ ଖବର ସଂଗ୍ରହ କରୁଛନ୍ତି ।ସାମ୍ବାଦିକମାନେ ଜନସାଧାରଣଙ୍କ ନିକଟରେ ସରକାରଙ୍କ ଯୋଜନା ସମେତ ବିଭିନ୍ନ ଖବରକୁ ନିରନ୍ତର ଭାବେ ପହଞ୍ଚାଉଛନ୍ତି । ସାଧାରଣଲୋକଙ୍କୁ ନିରବଚ୍ଛିନ୍ନ ଭାବେ ସେବା ଯୋଗାଉଥିଲେ ମଧ୍ୟ ସେମାନେ ସମ୍ମାନ ପାଇପାରି ନାହାନ୍ତି । ସମ୍ବିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିଲେ ମଧ୍ୟ ସାମ୍ବାଦିକମାନଙ୍କୁ ସାମ୍ବିଧାନିକ ଅଧିକାର ମିଳିନାହିଁ । ଏଣୁ ଓଡ଼ିଶା ସରକାରଙ୍କୁ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରଦାନ ନେଇ ରାଷ୍ଟ୍ରପତି ନିର୍ଦେଶ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ବୁଧବାର ବିଧାନସଭାରେ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଉଠିଥିବା ପ୍ରସଙ୍ଗ ସମେତ ସାମ୍ବାଦିକଙ୍କ ଅନ୍ୟାନ୍ୟ ଦାବି ବିଚାରକୁ ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com