
ଭୁବନେଶ୍ୱର:୨୪/୧୨-ମାସେ ଘୁଞ୍ଚିଲା ପ୍ରଦୂଷଣ ପ୍ରମାଣପତ୍ର କଟକଣା। ବୈଧ ପ୍ରମାଣପତ୍ର ନ ଥିଲେ ଯାନବାହାନକୁ ତେଲ ମନା ନିଷ୍ପତ୍ତି ଫେବୃଆରୀ ପହିଲା ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି। ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକଣା ସମୟ ଅବଧି ବଢ଼ାଯାଇଛି । ପୂର୍ବରୁ ଜାନୁଆରୀ ପହିଲାରୁ କଟକଣା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ଏପଟେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ରାଜ୍ୟର ବିଭିନ୍ନ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସେହିପରି ଗାଡ଼ି ଉପରେ ଥିବା ବିଭିନ୍ନ ଜୋରିମାନା ନ ଦେଲେ ପ୍ରଦୂଷଣ ପରୀକ୍ଷା କରାଯାଉ ନ ଥିବାରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଜୋରିମାନା ଜମା କରିବାକୁ ଦିନ ସାରା ଧାଡ଼ିରେ ଛିଡ଼ା ହେଉଛନ୍ତି।