• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

Share on FacebookShare on TwitterShare on Whatsapp

ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର, ୧୩/୭-ଲୋକଙ୍କ ସରକାର କହୁଥିବା ବିଜେପି ଶାସନରେ ସାଧାରଣ ଜନତା ଅସୁରକ୍ଷିତ। ବର୍ଷ ଏକ ଉପଲବ୍ଧି ଅନେକର ନାରା ଦେଉଥିବା ସରକାରରେ ମହିଳା ଓ ଛାତ୍ରୀ ସଂପୂର୍ଣ୍ଣ ଅସୁରକ୍ଷିତ। ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଜଣେ ବିଇଡି ଶେଷବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି । ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସର ନିଷ୍କ୍ରିୟତା ସରକାରର ଅସଲ ମୁଖା ଫର୍ଦ୍ଦାଫାସ ହୋଇଛି । ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳା ଓ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସରକାର ବିପକ୍ଷରେ ଆଜି ଯୁବ ଓ ଛାତ୍ର ବିଜେଡିର କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରି ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟ ଘଟଣା ଓ ମାମଲା ବେଳକୁ ବିଜେପି ସମର୍ଥୀତ ଛାତ୍ର ସଂଗଠନ ଏବିଭିପି ଆନ୍ଦୋଳନ କରି ରାଜରାସ୍ତାକୁ ଆସୁଥିଲା ବେଳେ ଏଫଏମ୍ କଲେଜ ଘଟିଥିବା ସଂଗୀନ ଘଟଣାକୁ ନେଇ କାହିଁକି ତତ୍ପରତା ପ୍ରକାଶ କରୁନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି ସରକାର ନିଜର ଦୋଷ ତ୍ରୁଟିକୁ ତରବରିଆ ଭାବେ ଚାପି ଦେବାକୁ ଚେଷ୍ଟା କରୁଛି ବୋଲି ଯୁବ ଓ ଛାତ୍ର ବିଜେଡି ଅଭିଯୋଗ କରିଛି ।


ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଗତ ଜୁଲାଇ ୧ତାରିଖରେ ଲିଖିତ ଭାବେ ଜୈନିକ ଅଧ୍ୟାପକ ତାଙ୍କଠାରୁ ଶାରୀରିକ ଅନୁଗ୍ରହ ଚାହୁଁଥିଲା ଭଳି ସଂଗୀନ ଅଭିଯୋଗ କରିଥିଲେ । ଅଧ୍ୟକ୍ଷ ଏହି ଅଭିଯୋଗକୁ ଗୁରୁତର ସହ ନେଇନଥିଲେ। ଫଳରେ ଅଧ୍ୟକ୍ଷ କୌଣସି ତ୍ୱରିତ ପଦକ୍ଷେପ ନ ନେବାରୁ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ନ୍ୟାୟ ପାଇବାରେ ବିଫଳ ହେବାରୁ ସେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି ତାଙ୍କ ଦୁଃଖ ଜଣାଇଥିଲେ। ଯାହାକୁ ପ୍ରତାପ ଷଡଙ୍ଗୀ ଗଣମାଧ୍ୟମରେ ସ୍ୱୀକାର ମଧ୍ୟ କରିଛନ୍ତି । କିନ୍ତୁ ବିଡମ୍ୱନାର କଥା ଶ୍ରୀ ଷଡଙ୍ଗୀ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ଛାତ୍ରୀ ଜଣକ ବାରମ୍ୱାର ସୋସିଆଲ ମିଡିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏଭଳି ବଡ଼ ଘଟଣାକୁ ହାଲକା ଭାବେ ନେବା ଦ୍ୱାରା ଆଜି ଛାତ୍ରୀ ଜଣଙ୍କ ଦୀର୍ଘ ୧୨ ଦିନ ଧରି ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ।


ଛାତ୍ରୀ ଜଣଙ୍କ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟା ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରିଲେ ନାହିଁ । ହେଲେ ଜଣେ ସାଧାରଣ ଛାତ୍ରୀ ଏହି ସରକାରଠାରୁ ସୁରକ୍ଷା ଓ ନ୍ୟାୟ କିଭଳି ଆଶା କରିବ ? ଛାତ୍ରୀ ଜଣଙ୍କ ଏବିଭିପିର ସଦସ୍ୟା ହୋଇଥିଲେ ମଧ୍ୟ ଆମ ପାଇଁ ଛାତ୍ରୀର ସୁରକ୍ଷା ଓ ସମ୍ମାନ ସର୍ବଉପରେ। ଏହି ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଲଢେଇ ଜାରି ରଖିବ । ବିଧାୟକ ଡ.ବ୍ୟୋମକେଶ ରାୟ, ଶ୍ରୀ ଦେବୀ ରଂଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ବିଜେଡି ଯୁବ ଓ ଛାତ୍ର ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା ।

ଆଜି ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ପୀଡିତାଙ୍କ ଚିକିତ୍ସା ସମ୍ପର୍କରେ ବିଜେଡିର ପ୍ରତିନିଧିଦଳ ଡାକ୍ତରୀ ଟିମ ସହ ଆଲୋଚନା କରିଥିଲେ। ତାଙ୍କ ଉତ୍ତମ ଚିକିତ୍ସା ପାଇଁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com