• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ରାଜ୍ୟରେ ଗୁଟଖା ଉତ୍ପାଦନ ଓ ବିକ୍ରି ଉପରେ କଟକଣା

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୨୨/୧-ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ। ଏହାର ଉତ୍ପାଦନ, ବିକ୍ରି ଉପର କଟକଣା କରାଯାଇଛି। ଗତ ୨୧ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି। ଗୁଟଖା ବିକ୍ରି କରୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଓଡ଼ିଶାର ପ୍ରାୟ ୪୨% ବୟସ୍କ ବ୍ୟକ୍ତି ଧୂଆଁବିହୀନ ତମାଖୁ ବ୍ୟବହାର କରନ୍ତି, ଯାହା ଜାତୀୟ ହାରଠାରୁ ପ୍ରାୟ ଦୁଇଗୁଣ। ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ୨୦୦୬ ଏବଂ ୨୦୧୧ର ନିୟମାବଳୀ ଅନୁଯାୟୀ ଯେ କୌଣସି ଖାଦ୍ୟ ପଦାର୍ଥରେ ତମାଖୁ ଏବଂ ନିକୋଟିନର ବ୍ୟବହାରକୁ ନିଷେଧ କରାଯାଇଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଓଡ଼ିଶା ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ରାଜ୍ୟରେ ତମାଖୁ କିମ୍ବା ନିକୋଟିନ ମିଶ୍ରିତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ କିମ୍ବା ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନିଷେଧାଦେଶ ସମସ୍ତ ଚର୍ବଣକ୍ଷମ କିମ୍ବା ସୁଗନ୍ଧିତ ଖାଦ୍ୟ ପଦାର୍ଥ ପାଇଁ ପ୍ରଯୁଜ୍ୟ ହେବ।ଗୁଟଖା, ପାନ ମସଲା କିମ୍ବା ଅନ୍ୟ ଯେ କୌଣସି ନାମରେ ବିକ୍ରି ହେଉଥିବା ଚର୍ବଣକ୍ଷମ ପଦାର୍ଥ ଉପରେ ଏହି କଟକଣା ଲାଗୁ ହେବ।

ତମାଖୁ ଏବଂ ପାନ ମସଲା ଅଲଗା ଅଲଗା ପ୍ୟାକେଟରେ ବିକ୍ରି କରାଯାଏ। ଯାହାକୁ ଗ୍ରାହକ ସହଜରେ ମିଶାଇ ବ୍ୟବହାର କରିପାରିବେ। ସେଗୁଡ଼ିକର ବିକ୍ରୟକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏହି ବିଜ୍ଞପ୍ତି ତାରିଖ ୦୩.୦୧.୨୦୧୩ ରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତିର ସ୍ଥାନ ନେବ ବୋଲି ସଦ୍ୟ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଜନସାଧାରଣଙ୍କ ବୃହତ୍ତର ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କାମଭମ୍ପତିଙ୍କ ନିର୍ଦ୍ଦେଶକ୍ରମେ ଏହି କଟକଣା ସମ୍ପୂର୍ଣ୍ଣ ରାଜ୍ୟରେ ଲାଗୁ କରାଯାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଚେତାବନୀ ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ସିଗାରେଟ ଓ ଅଦର ଟବାକୋ ପ୍ରଡକ୍ଟ ଆକ୍ଟ ୨୦୦୩ ଅନୁଯାୟୀ ଖୋଲା ସ୍ଥାନରେ ସିଗାରେଟ କି ଗୁଟଖା ସେବନକୁ ବନ୍ଦ କରାଯାଇଛି। ଓଡ଼ିଶାରେ ୨୦୧୩ରେ ଏହି ନିୟମ ଲାଗୁ ହୋଇଥିଲା। ଓଡ଼ିଶାର ୪୨ ପ୍ରତିଶତ ଲୋକ ତମାଖୁ ସେବନ କରୁଛନ୍ତି। ଯାହା ଜାତୀୟ ହାରରୁ ଦୁଇ ଗୁଣ ଅଧିକ। ଏହି ନିୟମକୁ କଡାକଡି ପାଳନ କରାଯାଇ ଦଣ୍ଡବିଧାନ କରାଯିବ।

କର୍କଟ ନିୟନ୍ତ୍ରଣ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲାପାଳ, ଖାଦ୍ୟ ସୁରକ୍ଷା ଅଧିକାରୀ ପୁଲିସ ଓ ପ୍ରବର୍ତ୍ତନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com