କଟକ-ଭୁବନେଶ୍ୱର ଡ୍ରେନେଜ୍ ବ୍ୟବସ୍ଥା ସମ୍ପର୍କରେ
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର:୨୯/୫-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କଟକ-ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅନ୍ୟ ପକ୍ଷରେ ଅଫିସରମାନେ ସ୍ଥିତି ଅନୁଧ୍ୟାନ କରୁ ନ ଥିବାରୁ ଭୁବନେଶ୍ୱରରେ ଅନେକ ରାସ୍ତାରେ ବର୍ଷା ଜଳ ଜମି ରହି ଜୀବନଯାତ୍ରା ବାଧାପ୍ରାପ୍ତ କରିଛି । ଡ୍ରେନ ପୋତି ହୋଇ ପଡ଼ିଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବାସହ ସାମାନ୍ୟ ବର୍ଷାରେ ବର୍ଷା ଜଳ ଡ୍ରେନ ଉପରେ ପ୍ରବାହିତ ହୋଇ ରାସ୍ତାରେ ଜମି ରହୁଛି।
ବାସ୍ତବତା
ବୈଠକରେ ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ କାର୍ଯ୍ୟ ସମାପ୍ତ ହୋଇଥିବା କୁହାଯାଇଛି। ବିଭାଗୀୟ ଅଧିକାରୀଙ୍କ ତଥ୍ୟ ଆଧାରରେ ବାକି ରହିଥିବା ଡ୍ରେନ ଗୁଡ଼ିକର ସଫେଇ କାର୍ଯ୍ୟ ଜୁନ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୮୦ ପ୍ରତିଶତ ଡ୍ରେନ ସଫେଇ ରିପୋର୍ଟ କେତଦୂର ସତ୍ୟ ଉପରେ ଆଧାରିତ ତାର ତଦନ୍ତ ହେବା ଉଚିତ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାର ଅବ୍ୟବହିତ ପୂର୍ବରୁ 29 ତାରିଖ ଅପରାହ୍ଣ ବର୍ଷାରେ ଶୈଳଶ୍ରୀବିହାର ସାଇମନ୍ଦିର ଛକ ରାସ୍ତା ଉପରେ ବର୍ଷା ଜଳ ଜମି ରହିଥିବା ଫଟୋ ଚିତ୍ର ସଂଲଗ୍ନ କରୁଛୁ ।