• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନିଜ ଦରମା ବଢ଼େଇ ବୁଦ୍ଧି ଶିଖିଲେ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୯/୧୨- ବିଧାୟକଙ୍କ ଦରମା ବଢ଼େଇ ମୋହନ ସରକାରକୁ ବେଜିତ୍‍ ହେବାକୁ ପଡ଼ିଛି । ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ବିଜେପି ବିଧାୟକ ଦଳ ବୈଠକ ବସି ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥବା ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
ବିଧାନସଭାର ଶୀତ ଅଧିବେଶନ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ସାରି ଦିଆଯାଇଥିଲା । ଶେଷଦିନ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ଚାରିଟି ବିଧେୟକକୁ ଗୃହରେ ପାରିତ କରାଯାଇଥିଲା । ଏହାକୁ କେହି ବିରୋଧ କରିନଥିଲେ । ବିଧାୟକଙ୍କ ଦରମା ସାଢ଼େ ତିନିଗୁଣା ବୃଦ୍ଧି କରାଯାଇଥିଲା । ୯୦ ହଜାରରୁ ବଢ଼ି ୩ ଲକ୍ଷ ୪୫ ହଜାର ହୋଇଥିଲା । ଅଧିକ ଦରମା ଓ ଭତ୍ତା ପାଇବାରେ ଓଡ଼ିଶାର ବିଧାୟକମାନେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏଭଳି ବ୍ୟବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସେନ୍ତାଷ ସୃଷ୍ଟି ହୋଇଥିଲା । ଏହା ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲା ।
ବିଧାନସଭାରେ ବିଧେୟକ ପାରିତ ହେବା ଭୁବନେଶ୍ୱର ଆସିଥିବା ବିଜେପିର ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ ଏକ ଦଳୀୟ ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିିଥିଲେ । ବିଧାନସଭାରେ ପାରିତ ହୋଇଥିବା ଏ ସଂକ୍ରାନ୍ତୀୟ ବିଧେୟକ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲା । ରାଜ୍ୟପାଳ ଏହାକୁ ଅନୁମତି ନ ଦେଇ ରଖିଛନ୍ତି । ଅମିତ ଶାହାଙ୍କ ପରି କେନ୍ଦ୍ରୀୟ ନେତାଙ୍କ ଅସନ୍ତୋଷ ଆଲୋଡ଼ନ ସୃଷ୍ଟି କରିଥିଲା । ନିଷ୍ପତ୍ତିର ପୁନଃବିଚାର ପାଇଁ ଦଳର ମନ୍ତ୍ରୀ ବିଧାୟକ ବାଟ ଖୋଜିଥିଲେ ।
ଗୁରୁବାର ବିଧାୟକମାନଙ୍କ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରସ୍ତାବ ବିଧାୟକମାନଙ୍କୁ ପଢ଼ି ଶୁଣାଇ ଦିଆଗଲା । କେନ୍ଦ୍ରୀୟ ନେତୃତ୍ୱଙ୍କ ଆଭିମୁଖ୍ୟ ମଧ୍ୟ ଜଣାଇ ଦିଆଗଲା । ଗଣମାଧ୍ୟମକୁ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଷ୍ପତ୍ତି ଜଣାଇଲେ ।
ଜନସେବକଙ୍କ ଦରମା ତିନିଗୁଣ ବଢ଼ାଇଥିବା ମୋହନ ସରକାର, ସରକାରଙ୍କ ଚାବିକାଠି ପାଇ ନିଜ ପାଇଁ ଭଣ୍ଡାର ଖୋଲି ଦେଇଥଲେ। ଏବେ ହଟ୍ଟହଟ୍ଟା ହେବାକୁ ପଡିଥିବା ବେଳେ ଲୋକମତକୁ ଆଧାର କରି ଦରମା ବୃଦ୍ଧି ସଂକ୍ରାନ୍ତ ପାରିତ ବିଧେୟକର ପୁନର୍ବିଚାର କରିବାକୁ ବିଧାୟକ ଦଳ ନିଷ୍ପତ୍ତି ନେଇଥିବା ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଛନ୍ତି। ତେବେ ଏହାର ଭିତିରି କଥା ଗୋପନୀୟ ରଖିଛି ବିଜେପି। ବିଜେପି ବିଧାୟକଙ୍କ ନିଷ୍ପତ୍ତି ପରେ ଏବେ ବିଜେଡି ପକ୍ଷରୁ ଏହାର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com