• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ଘଟଣା

Share on FacebookShare on TwitterShare on Whatsapp

ଗୃହ ବିଭାଗ ଅସୁସ୍ଥ, ମୁଖ୍ୟମନ୍ତ୍ରୀ ଅସହାୟ:ବିଜେଡି

-ପିସିସି ଗଠନ କଲା ଅନୁଧ୍ୟାନ କମିଟି

 

 

ଭୁବନେଶ୍ୱର:୬/୮-ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ସହ ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ମାରିଦେବା ପ୍ରସଙ୍ଗ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡ଼ା ପଞ୍ଚାୟତରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ କିରୋସିନ ଢାଳି ହୋଇ ଆତ୍ମାହୂତି ଦେବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି। ଘଟଣାରେ ସରକାରଙ୍କ ନିଷ୍କ୍ରିୟତା ଓ ପୋଲିସ ବିଭାଗର ଦାୟିତ୍ୱହୀନତାକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।
ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି, ମୁଖପାତ୍ର ଇପ୍ସିତା ସାହୁ ଓ ସୋଫିଆ ଆଲାମ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ପୋଲିସର ନିଷ୍କ୍ରିୟତା ଓ ଦୁର୍ବଳ ଶାସନ ପାଇଁ ପୁଣି ଜଣେ ଛାତ୍ରୀଙ୍କୁମୃତ୍ୟୁ ମୁଖକୁ ଠେଲି ଦେଇଛି ବିଜେପି ସରକାର। ଆଉ କେତେ ଜଣ ଜଳିଲେ, ଏ ସରକାର ଚେତିବେ ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେପି ସରକାରକୁ ଆସିବା ପରେ ଶାନ୍ତିପ୍ରିୟ ଓଡ଼ିଶାରେ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ପୀଡ଼ିତା ଛାତ୍ରୀ ଜନୈକ ଯୁବକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଲା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗକୁ ପୋଲିସ୍ ଗ୍ରହଣ ନ କରି ଯେଉଁ ନମ୍ବରରୁ ତୁମକୁ ଫୋନ୍ କଲ୍ କିମ୍ବା ମେସେଜ୍ ଆସୁଛି ସେ ନମ୍ବରକୁ ବ୍ଲକ କରି ନିରାପଦରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପୋଲିସର କର୍ତ୍ତବ୍ୟ ପାଳନରେ ଚରମ ଅବହେଳା ନୁହେଁ କି ବୋଲି ବିଜେଡି ପ୍ରଶ୍ନ କରିଛି ।
ମୁଖ୍ୟମନ୍ତ୍ରୀ ପୋଲିସ୍ ମହା ନିର୍ଦେଶକଙ୍କୁ ଜିରୋ ଏଫଆଇଆର ରେଜିଷ୍ଟ୍ରେସନ କରିବା ପାଇଁ ନିର୍ଦେଶ ଦେଇଥିଲେ, ସେ ନିର୍ଦେଶକୁ କ’ଣ ପାଇଁ ପୋଲିସ୍ ଓ ଡିଜିପି କାର୍ଯ୍ୟକାରୀ କଲେ ନାହିଁ ? ଯଦି ପୋଲିସ୍ ପୀଡ଼ିତାଙ୍କ ଏତଲାକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତାହେଲେ ଆଜି ଆଉ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇ ଥାଆନ୍ତା । ପୀଡ଼ିତା ମୃତ୍ୟୁବରଣ କଲା ପରେ କେନ୍ଦ୍ରାପଡ଼ା ଏସପି ଘଟଣାସ୍ଥଳରେ ପହଞ୍ଚି ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଠାରୁ ମୁଁ ତଦନ୍ତ ଦାୟିତ୍ୱ ହାତକୁ ନେଉଛି। ଆମର ପ୍ରଶ୍ନ ଏପର୍ଯ୍ୟନ୍ତ ପୋଲିସ୍ ତଦନ୍ତ ଦାୟିତ୍ୱ କେଉଁ ଆଉଟ୍ସୋର୍ସିଂ ସଂସ୍ଥା ଦ୍ୱାରା କରାଉଥିଲେ କି ? ତାଙ୍କ ବୟାନରୁ ଜଣାପଡୁଛି, ପୋଲିସ୍ ତା’ କାର୍ଯ୍ୟରେ ଶତପ୍ରତିଶତ ଅବହେଳା କରିଛି । ପୋଲିସର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଚଳାଇବାରେ ଅସହାୟ । ଏହି ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ ଏବଂ ଅପାରଗ ପୋଲିସ ମହା ନିର୍ଦେଶକ ଦାୟିତ୍ୱରୁ ଅବ୍ୟାହତି ନିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଆନ୍ଦୋଳନ ଜାରି

ବିଜୁ ଛାତ୍ର ଓ ଯୁବ ଜନତା ଦଳର ଘୋଷଣା ଆଧାରରେ ଅଗଷ୍ଟ ୧ ରୁ ୮ ତାରିଖ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦାବିରେ ଆଜି ଷଷ୍ଠ ଦିନରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଥିବା ଛାତ୍ରୀ ଓ ନାରୀ ବିରୋଧୀ ଘଟଣାର ପ୍ରତିବାଦରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯାତନା ଓ ଅପରାଧ ବିରୁଦ୍ଧରେ ତ୍ୱରିତ ଉପଯୁକ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ଡିଜିଙ୍କ ଉଦେଶ୍ୟରେ ନିକଟସ୍ଥ ଥାନା ଓ ଏସ୍ପି ଅଫିସରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।


ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ ଜାରି ରହିଥିବା ବେଳେ ଏହି କ୍ରମରେ ଆଜି ଭୁବନେଶ୍ୱରର ମହର୍ଷି ମହାବିଦ୍ୟାଳୟ, କଳହାଣ୍ଡିର ମଦନପୁର ଓ ରାମପୁର ଡିଗ୍ରୀ ମହାବିଦ୍ୟାଳୟ, ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ, କନ୍ଧମାଳ ଡିଗ୍ରୀ ମହାବିଦ୍ୟାଳୟ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, କଙ୍କଡ଼ାହାଡ଼ର ପରଜଙ୍ଗ ମହାବିଦ୍ୟାଳୟ, ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, କଟକର ବୀରେନମିତ୍ର ମହିଳା ମହାବିଦ୍ୟାଳୟ, ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳର କାମାକ୍ଷାନଗର ମହାବିଦ୍ୟାଳୟ, ବାଲେଶ୍ୱରର ଶିମୁଳିଆ ମହାବିଦ୍ୟାଳୟ, ନୂଆପଡ଼ାର ସିନାପାଲି ମହାବିଦ୍ୟାଳୟ, ମୟୂରଭଞ୍ଜର ବେତନଟି ମହାବିଦ୍ୟାଳୟ, ଅନୁଗୁଳର ତାଳଚେର ମହାବିଦ୍ୟାଳୟ, ବ୍ରହ୍ମପୁରର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଘଟଣାସ୍ଥଳ ପରିଦର୍ଶନ କରିବ ପିସିସି ଅନୁଧ୍ୟାନ କମିଟି

ଭୁବନେଶ୍ୱର:୬/୮-ରାଜ୍ୟରେ ନାରୀ ନିର୍ଯାତନା ଅଣାୟତ୍ତ ହୋଇପଡିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଲୋକଙ୍କୁ ସ୍ତବ୍ଧ କରିଦେଇଛି।

ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନ କରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତ୍ତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଏଥି ନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ୮ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ପିସିସି ଉପ ସଭାପତି ସସ୍ମିତା ବେହେରା ଅଧ୍ୟକ୍ଷା ରହିଥିବା ବେଳେ ସମ୍ପାଦିକା ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ମୁଖପାତ୍ର ସୋନାଲି ସାହୁ, ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପାନେଲିଷ୍ଟ ଅମ୍ରିତା ଦାସ ଓ ମଧୁସ୍ମିତା ଆଚାର୍ଯ୍ୟ ସଦସ୍ୟା ଅଛନ୍ତି। ସେମାନେ ଘଟଣାସ୍ଥଳ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com