• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ଆମ ସରକାର ବିଭିନ୍ନ ଯୋଜନା କରିଛନ୍ତି: ମୁଖ୍ୟମନ୍ତ୍ରୀ

Share on FacebookShare on TwitterShare on Whatsapp

କଟକ:୨୬/୧- ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଜନସାଧାରଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା ରୂପେଲି ନଗର କଟକର ବିଶାଳ ହୃଦୟ ଉପରେ ଠିଆ ହୋଇଛୁ। ଆମ ସମ୍ବିଧାନ ଆମକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାତୃଭାବର ମହାନ ଭାବରେ ବାନ୍ଧି ରଖିଛି। ଏହା ହିଁ ଭାରତବାସୀଙ୍କ ପାଇଁ ବିଶ୍ୱରେ ନିଆରା ପରିଚୟ ସୃଷ୍ଟି କରିଛି।
ସେ କହିଥିଲେ, ଆମର ମୌଳିକ ଅଧିକାରର ସୁରକ୍ଷା ପାଇଁ ଆମେ ଯେପରି ସଚେତନ ରହିଛୁ, ଠିକ୍ ସେହିପରି ଆମେ ଆମର ମୌଳିକ କର୍ତ୍ତବ୍ୟ ଗୁଡିକର ଅନୁପାଳନ କରିବା ପାଇଁ ମଧ୍ୟ ସଚେତନ ରହିବା ଅତ୍ୟନ୍ତ ଜରୁରୀ । ତା’ହେଲେ, ଆମେ ଏକ ଆଦର୍ଶ ଗଣତାନ୍ତ୍ରିକ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ କରିପାରିବା। ଗତ ପ୍ରାୟ ୧୯ ମାସ ହେବ ଓଡିଶା ଦ୍ରୁତ ବିକାଶର ଯାତ୍ରୀ ହୋଇଛି। ରାଜ୍ୟବାସୀଙ୍କ ଭଲପାଇବା ତଥା ଅସୀମ ଆଶୀର୍ବାଦକୁ ପାଥେୟକରି ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ସରକାର ଅନବରତ ଭାବେ କାର୍ଯ୍ୟକରୁଛି। ଆମର ଲକ୍ଷ୍ୟ ହେଉଛି ଆସନ୍ତା ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡିଶା ଗଠନ କରିବା। ଯେତେବେଳେ ୨୦୩୬ ମସିହାରେ ଆମେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା, ଆମ ରାଜ୍ୟ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟର ପତ୍ୟକ ନାଗରିକ, ପ୍ରତ୍ୟକ ଅଞ୍ଚଳ, ପ୍ରତ୍ୟକ ଜିଲ୍ଲା ସମୃଦ୍ଧ ହେବା ଉଚିତ। ଅନ୍ୟଥା, ଏହି ପରିକଳ୍ପନାକୁ ସାକାର କରି ହେବ ନାହିଁ। ଏଥିପାଇଁ ଆମ ସରକାର ମୋଦୀଜୀଙ୍କର ମନ୍ତ୍ର, ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ’ ମନ୍ତ୍ରରେ ଉଦବୁଦ୍ଧ ହୋଇ କାର୍ଯ୍ୟ କରୁଛି।


ବର୍ତ୍ତମାନ, ସମାଜରେ ଏକ ଦ୍ରୁତ ପରିବର୍ତ୍ତନଶୀଳ ବାତାବରଣ ସୃଷ୍ଟି ହୋଇଛି। କ୍ଷୀପ୍ର ଗତିରେ ଟେକ୍ନୋଲୋଜି ବଦଳୁଛି। ଏଥି ସହିତ ତାଳ ଦେଇ ନ ଚାଲିଲେ, ଆମେ ପଛରେ ପଡିଯିବା। ତେଣୁ, ନୂତନ ବୈଷୟିକ ଜ୍ଞାନ କୌଶଳକୁ ଆଦୃତ କରି ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଆମେ କାର୍ଯ୍ୟ କରୁଛୁ। ଆମ ବିକାଶ ମଡେଲରେ ରହିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରେଖାଙ୍କିତ କରାଯାଇଥିବା ଚାରି ବର୍ଗ, ଯେପରିକି ଗରିବ, ଅନ୍ନଦାତା, ଯୁବ ଏବଂ ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା। ଓଡ଼ିଶା ଏକ ଜନମଙ୍ଗଳକାରୀ ରାଜ୍ୟ। ତେଣୁ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ଯେପରିକି ବିଜୁଳି, ପାଣି ଓ ସଡକ ପରି ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର, ଲୋକଙ୍କ ସରକାର, ଆପଣଙ୍କ ସରକାର ବିଭିନ୍ନ ଯୋଜନା କରିଛନ୍ତି।
ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାଥମିକ ତଥା ଉଚ୍ଚ ଶିକ୍ଷାର ସ୍ୱରୂପ ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି। ଏଇ କିଛି ଦିନ ପୂର୍ବେ ବାଣପୁର ଠାରେ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ମୁଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲି। ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆସନ୍ତା ଦିନରେ ଦେଶରେ ଏକ ମଡେଲ ହେବାକୁ ଯାଉଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ମୂଳଦୁଆକୁ ଶକ୍ତିଶାଳୀ ଭାବେ ଗଢିବେ, ଯାହାଦ୍ୱାରା ଗାଁ ସ୍କୁଲରେ ପଢିଥିବା ପିଲା ଟି, ସହରର ପିଲା ସହିତ ସମାନ ଭାବେ ପ୍ରତିଯୋଗିତା କରି ପାରିବ। ଆମ ରାଜ୍ୟରେ ନୂତନ ଶିକ୍ଷାନୀତି-୨୦୨୦ ଯାହା ଶୁଦ୍ଧ ରାଜନୈତିକ କାରଣରୁ ଲାଗୁ କରାଯାଇ ନ ଥିଲା, ବର୍ତ୍ତମାନ କାର୍ଯ୍ୟକାରୀ ହୋଇ ସାରିଛି। ଆମ ସରକାର ଦେଶର ହାତଗଣତି କିଛି ରାଜ୍ୟ ମଧ୍ୟରେ ଅନ୍ୟତମ, ଯେଉଁମାନେ ମୋଟ ବଜେଟର ୧୪ ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଛନ୍ତି।
ମୋଦୀଜୀଙ୍କର ଆଉ ଗୋଟିଏ ଜନ ମଙ୍ଗଳକାରୀ ଯୋଜନା ରାଜନୀତିର ଶିକାର ହୋଇଥିଲା, ଆୟୁଷ୍ମାନ ଭାରତ ଯୋଜନା। ଆମ ସରକାର ଆସିବା ପରେ ଏହି ଯୋଜନାକୁ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭାବେ ପ୍ରଣୟନ କରିଛନ୍ତି। ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ପ୍ରଣୟନ ହୋଇଛି। ଆଜି ଆମ ରାଜ୍ୟରେ ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାଢେ ତିନିକୋଟି ଲୋକ ଉପକୃତ ହେଉଛନ୍ତି ଏବଂ ବିଶ୍ୱ ସ୍ତରୀୟ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନେ ହେଉଛନ୍ତି ଆମ ଜନସଂଖ୍ୟାର ଅଧା। ଯେ ପର୍ଯ୍ୟନ୍ତ ଆପଣମାନଙ୍କର ବିକାଶ ହୋଇ ନାହିଁ, ସମୃଦ୍ଧ ଓଡିଶା ଗଠିତ ହେବ କିପରି? ଆମ ସରକାର ମଧ୍ୟ ନାରୀ ସୁରକ୍ଷା ସହିତ ନାରୀ ସମ୍ମାନକୁ ଅଧିକ ପ୍ରାଥମିକତା ଦେଇଛନ୍ତି। କେବଳ ମହିଳାଙ୍କ ବିକାଶ ପାଇଁ ଚଳିତ ବଜେଟରେ ରେକର୍ଡ ୮୯ ହଜାର ୮୬୨ କୋଟି ଟଙ୍କା କେବଳ ମା’ ମାନଙ୍କ ପାଇଁ ପ୍ରାବଧାନ କରାଯାଇଛି। ମହିଳା ହିଂସା ବିରୁଦ୍ଧରେ ଅପରାଧୀଙ୍କ ନିସ୍ତାର ନାହିଁ। ଦଳମତ, ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୋ ପାଇଁ ମହିଳାଙ୍କ ବିରୁଦ୍ଧରେ ହିଂସା କରୁଥିବା ବ୍ୟକ୍ତିର କେବଳ ଗୋଟିଏ ପରିଚୟ, ଏବଂ ତାହାର ଗୋଟିଏ ଠିକଣା, ‘ଜେଲ’। ଏଥିରେ କୌଣସି ରାଜନୈତିକ ସଂରକ୍ଷଣ ନାହିଁ। ଏହାର ପ୍ରମାଣ ହେଉଛି, ଯେତେ ସବୁ ମହିଳା ବିରୋଧୀ ହିଂସା ଘଟିଛି, ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଚାଷୀର ହସ ହିଁ ଆମ ପାଇଁ ସଫଳତା ଓ ସମୃଦ୍ଧିର ଆଶୀର୍ବାଦ । ତେଣୁ, ତାଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ୩୧୦୦ ଟଙ୍କାରେ ଧାନ କିଣୁଛନ୍ତି। ଏହି ପ୍ରକ୍ରିୟା ଉଭୟ ଖରିଫ ଓ ରବି ଋତୁ ପାଇଁ ଜାରି ରହିବ। ସଦ୍ୟତମ ତଥ୍ୟ ଅନୁସାରେ ୨୦୨୨ରେ ଓଡିଶାର ଚାଷୀଙ୍କ ମାସିକ ଆୟ ଥିଲା ମାତ୍ର ୫ ହଜାର ୧୧୨ ଟଙ୍କା, ଯାହା ଦେଶରେ ଶେଷ ଆଡୁ ଦ୍ୱିତୀୟ। କିନ୍ତୁ, ଆମ ସରକାରଙ୍କ ଇନପୁଟ ସହାୟତା, ସୁଭଦ୍ରା, ପିଏମ ଓ ସିଏମ କିଷାନ ଦ୍ୱାରା ପ୍ରତି ଚାଷୀ ପରିବାରଙ୍କ ବାର୍ଷିକ ଆୟ ଅତି କମରେ ପୂର୍ବ ଅପେକ୍ଷା ଅଧିକ ୬୧ ହଜାର ଟଙ୍କା ହୋଇଛି, କାରଣ ପ୍ରତ୍ୟକ ଚାଷୀ ପରିବାର ମଧ୍ୟରେ ଗୋଟିଏ ସୁଭଦ୍ରା ପରିବାର ରହିଛି ।

ଆମ ସରକାର ମାତ୍ର ୧୯ ମାସ ମଧ୍ୟରେ ୭.୭ ଲକ୍ଷ କୋଟି ଟଙ୍କାର ୩୦୦ ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛି । ଏହି ସମୟ ମଧ୍ୟରେ ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ୮୫ଟି ଶିଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଛି । ଏହାଦ୍ୱାରା ୧ ଲକ୍ଷ ୬୫ ହଜାର ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି । ସ୍ୱାଧୀନତାର ପ୍ରାୟ ୭୭ ବର୍ଷ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଅଞ୍ଚଳ ଯେପରିକି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡିଶାର କିଛି ଜିଲ୍ଲା ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିଲେ, ଏହା କାହାକୁ ଅଛପା ନାହିଁ। କିନ୍ତୁ, ଆମ ସରକାର ପୂର୍ବ ସରକାରମାନଙ୍କ ତ୍ରୁଟି ସୁଧାରିବା ପାଇଁ ଦକ୍ଷିଣ ତଥା ଉତ୍ତର ଓଡିଶା ବିକାଶ ପରିଷଦ ଟାସ୍କ ଫୋର୍ସ ଗଠନ କରିବା ସହିତ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସୁଦୃଢ କରିଛନ୍ତି।

ସରକାରଙ୍କ ନୀତିକୁ ସଫଳ କରିବାକୁ ହେଲେ ଏକ ସ୍ୱଚ୍ଛ, ଦକ୍ଷ, ପାରଦର୍ଶୀ, ସଂବେଦନଶୀଳ ଏବଂ ଦୁର୍ନୀତିମୁକ୍ତ ଶାସନ-ପ୍ରଶାସନ ଅତ୍ୟନ୍ତ ଆବଶ୍ୟକ। ପ୍ରଥମ ଦିନରୁ ମୁଁ ଏହା ଉପରେ ବ୍ୟକ୍ତିଗତ ଭାବେ ଜୋର୍ ଦେଉଛି। ଏଇ ସ୍ୱଳ୍ପ ସମୟ ଭିତରେ ଅନେକ ପ୍ରଶାସନିକ ସଂସ୍କାର ହୋଇଛି। ଆଜି ଜନସାଧାରଣ ନିଜ ନିଜ ଘରେ ବସି ୪୦୦ ରୁ ଅଧିକ ସରକାରୀ ସେବା ଅନ-ଲାଇନ ମାଧ୍ୟମରେ ପାଇ ପାରୁଛନ୍ତି। ସରକାରୀ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର ନିଯୁକ୍ତି ଦିଆଯାଇଛି ଏବଂ ଆମେ ଯାହା ସଂକଳ୍ପ କରିଥିଲୁ, ୫ ବର୍ଷ ମଧ୍ୟରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି, ତାହା ନିଶ୍ଚିତ ପୂରଣ ହେବ । ଦୁର୍ନୀତି ବିରୁଦ୍ଧରେ ଆମର ଅଭିଯାନ ବିପୁଳ ସଫଳତା ହାସଲ କରିଛି । ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀମାନେ ଏବେ ଭୟରେ ଦିନ ଗଣୁଛନ୍ତି । ଓଡ଼ିଶାର ଭିଜିଲାନ୍ସ ବିଭାଗ ଦେଶର ଶ୍ରେଷ୍ଠ ଦୁର୍ନୀତି ନିବାରଣ ବିଭାଗ ଭାବେ ପରିଚୟ ସୃଷ୍ଟି କରିପାରିଛି। ସାରା ଦେଶରେ ଦୁର୍ନୀତି ଖୋରଙ୍କ ବିରୁଦ୍ଧରେ ଦଣ୍ଡହାର ଓଡିଶାରେ ୫୦ ପ୍ରତିଶତରୁ ବି ଅଧିକ।

ଆଜି ଆମେ ଓଡ଼ିଶାର ପୁଅ ଝିଅ ଭାବରେ, ଆସନ୍ତୁ, ଆମ ଲୋକତନ୍ତ୍ରର ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଓ ସୁଦୃଢ଼ କରିବାକୁ ଶୁଦ୍ଧ ଅନ୍ତକରଣରେ ସଙ୍କଳ୍ପ ନେବା। ଆପଣମାନେ ସମସ୍ତେ ଆମ ରାଜ୍ୟର ଶକ୍ତି, ସାହସ ଓ ସମ୍ପତ୍ତି। ହାତକୁ ହାତ ମିଳେଇ, ଆସନ୍ତୁ, ଏକାଠି ହୋଇ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେବା।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com