• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ଉତ୍ସବ ପାଳିତ

Share on FacebookShare on TwitterShare on Whatsapp

ନୟାହାଟ:୫/୯-ସର୍ବଧର୍ମ ସସମନ୍ୱୟ ପୀଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ଉତ୍ସବ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ୱାବଧାନରେ ମହା ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା। ଶ୍ରୀ କୃଷ୍ଣ ନାଟ ମନ୍ଦିରରୁ ଶହ ଶହ ଭକ୍ତ ପ୍ରଭୁ ବାଳ ଗୋପାଳଙ୍କୁ ହୁଳ ହୁଳି, ହରି ବୋଲ, ନାମ କୀର୍ତ୍ତନ କରି ପ୍ରଥମେ କଦମ୍ବ ଗଛ ବେଢ଼ା ପରିକ୍ରମା ପରେ ସ୍ଵତନ୍ତ୍ର ପୂଜା ମଣ୍ଡପକୁ ପାଛୋଟି ନେଇଥିଲେ।

ସେଠାରେ ଷୋଡ଼ଶ ଉପଚାରରେ ପ୍ରଭୁଙ୍କୁ ପୂଜା ଅର୍ଚ୍ଚନା, ବନ୍ଦାପନା ଓ ବାତ୍ସଲ୍ୟ ମମତା ସହିତ ଝୁଲଣ ଆରମ୍ଭ ହୋଇଥିଲା। ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ ପରେ ପଞ୍ଚୁୟାତି ପୂଜା, ସଠି ପୂଜା ପରେ ୨୧ଦିନରେ ବ୍ରାହ୍ମଣ ଦେବତାଙ୍କ ଦ୍ଵାରା ଝୁଲଣ ମଣ୍ଡପରେ ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ରାଧା କୃଷ୍ଣ ପ୍ରେମ ଉପାସକ ହୋଇଥିବାରୁ ଏହି ପୀଠରେ ବୃନ୍ଦାବନ ଭଳି ସମସ୍ତ ପ୍ରକାରର ଉତ୍ସବ ଦେଖିବାକୁ ମିଳେ ବୋଲି ସେବକ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଛନ୍ତି। ବର୍ଷକରେ ପ୍ରାୟ ୩୦ଗୋଟି ରୁ ଅଧିକ ପର୍ବ ପାଳନ କରାଯାଏ। ଏହି ଉତ୍ସବରେ ବହୁ ଶ୍ରଦ୍ଧାଳୁ, ଭକ୍ତମାନେ ଏକାଠି ହୋଇଥିଲେ। ଶେଷରେ ସମସ୍ତ ଭକ୍ତ ସତ୍ୟ ନାରାୟଣ ପୂଜାର ପ୍ରସାଦ ପାଇଥିଲେ।

 

ଅଖଣ୍ଡ ନାମ ଯଜ୍ଞର ୪୫ବର୍ଷ ପୂର୍ତ୍ତି

 

ନୟାହାଟ:୬/୯, ବିଶ୍ଵର ମଙ୍ଗଳ ପାଇଁ ମହା ବିପତ୍ତି ନାଶନ ମହାମନ୍ତ୍ର ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନର ଅଖଣ୍ଡ ନାମ ଯଜ୍ଞର ୪୫ ବର୍ଷ ପୂର୍ତ୍ତି ଉତ୍ସବ ପୁରୀ ଜିଲ୍ଲା ମୟାହାଟସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ମହା ସମାରୋହରେ ଅନନ୍ତ ବ୍ରତ ତିଥିରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି।

ପ୍ରେମାଚାର୍ୟ ବାବା ମଧୁସୂଦନ ୧୯୮୦ ମସିହା ଅନନ୍ତ ବ୍ରତ ତିଥିରେ ଏହି ବିପତ୍ତି ନାଶନ ମହାମନ୍ତ୍ର ସ୍ଥାପନ କରିଥିଲେ, ଯାହାକି ଅଦ୍ୟାବଧି ଭକ୍ତ, ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ଅଖଣ୍ଡ ନାମ ଚାଲୁରହିଛି। ପ୍ରେମାଚାର୍ୟ ବାବା ମଧୁସୂଦନ ସର୍ବ ଧର୍ମ ସମନ୍ୱୟର ପ୍ରଚାରକ ଥିଲେ। ଚାଲୁଥିବା ଏହି ମହା ମାନବ ମନ୍ଦିରରେ ଅଖଣ୍ଡ ନାମ ଯଜ୍ଞରେ ସମସ୍ତ ମହାପୁରୁଷଙ୍କ ଫଟୋ ଚିତ୍ର ପୂଜା ପାଉଛନ୍ତି। ଏହି କ୍ରମରେ ଆଜି ବିଶ୍ଵ ଗୁରୁ ବାୟା ବାବାଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା।

ଏହି ଅଖଣ୍ଡ ନାମ ଯଜ୍ଞରେ ଖିରଭାଇ, ନଚି ଭାଇ, ବ୍ରଜ ଭାଇ, ସୁରିଆ ଭାଇ, ଧୋବେଇ ଭାଇ, ଟୁନିଆ ଭାଇ, ଟୁଲୁ ଭାଇ, ପାଗଳ ଭାଇ,ସବିତା ମା, ଅନୁ ମା, ଶାନ୍ତି ମା,ମୀନା ମା, ହର୍ଷ ମା, ନନ୍ଦୀ ମା, ପ୍ରମୁଖ ଭାଗ ନେଇଥିଲେ। ନୀଳମଣି ସାହୁ, ପ୍ରୀତି ରଞ୍ଜନ ଦାସ, ରମେଶ ବିଟି, ମହେଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଗୁରୁଦେବଙ୍କୁ ଷୋଡ଼ଶ ଉପଚାରରେ ପୂଜା ଅର୍ଚ୍ଚନା, ବନ୍ଦାପନା କରାଯାଇଥିଲା।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com