ଭୁବନେଶ୍ୱର-୨୧/୧- ଖରିଫ ୨୦୨୪ ଓ ରବି ୨୦୨୪-୨୫ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ, ଓଡ଼ିଶା ୟୁନିଟ (ଓଡିଶା ପାଇଁ ଏସଏଲବିସି ସଂଯୋଜକ) ଭାବେ ପୁରସ୍କୃତ ହୋଇଛନ୍ତି।

ଗତ ଜାନୁଆରୀ ୧୮-୧୯ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୧୩ତମ ଜାତୀୟ ସମୀକ୍ଷା ସମ୍ମିଳନୀରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ବୃହତ ରାଜ୍ୟ-ସମବାୟ ବ୍ୟାଙ୍କ ବର୍ଗରେ ପ୍ରଥମ ପୁରସ୍କାର ପାଇଛି ଏବଂ ୟୁକୋ ବ୍ୟାଙ୍କ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବର୍ଗରେ ତୃତୀୟ ପୁରସ୍କାର ପାଇଛି।
ଖରିଫ ୨୦୨୪ ବର୍ଷରେ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜିକୃତ ୨୨. ୪୧ ଲକ୍ଷ ଚାଷୀଙ୍କ ମଧ୍ୟରୁ, ଏହି ବ୍ୟାଙ୍କଗୁଡ଼ିକ ମିଳିତ ଭାବରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପଞ୍ଜୀକୃତ କରିଥିଲେ। ସେଥିରେ ଋଣଗ୍ରହୀ ଏବଂ ଅଣ-ଋଣଗ୍ରହୀ ଉଭୟ ବର୍ଗ ଅନ୍ତର୍ଭୁକ୍ତ ଥିଲେ। ସେହିପରି, ୨୦୨୪-୨୫ ରବି ବର୍ଷରେ ସେମାନେ ରାଜ୍ୟରେ ମୋଟ ୧. ୮୧ ଲକ୍ଷ ପଞ୍ଜିକରଣ ମଧ୍ୟରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପଞ୍ଜୀକୃତ କରିଥିଲେ।