• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କରିବା ସହ ମୁକୁଳା ଡ୍ରେନ୍‌ ବନ୍ଦ କରିବା ପାଇଁ ନିର୍ଦ୍ଦେଶ

ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କରିବା ସହ ମୁକୁଳା ଡ୍ରେନ୍‌ ବନ୍ଦ କରିବା ପାଇଁ ନିର୍ଦ୍ଦେଶ
Share on FacebookShare on TwitterShare on Whatsapp

୧୬ଟି ନୂଆ ଏନ୍‌.ଏ.ସି, ୭ଟି ନୂଆ ମୁନିସିପାଲିଟି ଘୋଷଣା

ଭୁବନେଶ୍ୱରର ୩୯୪ଟି ଅର୍ଥନୈତିକ ଦୁର୍ବଳ ପରିବାରକୁ ଗୃହ ଆବଣ୍ଟିତ

ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସଂପ୍ରସାରିତ

‘ନେସ୍‌ନାଲ କମନ୍‌ ମୋବିଲିଟି କାର୍ଡ’ର ଶୁଭାରମ୍ଭ

‘ଆମ ବସ୍‌’ ବୁକିଂ କରିବା ପାଇଁ ହ୍ୱାଟ୍‌ସ ଆପ୍ ଟିକେଟିଂ ସେବା ଆରମ୍ଭ

୧୫୭ କୋଟିରେ ୪୩ଟି ବହୁମୁଖୀ କେନ୍ଦ୍ର, ଏମାରଏଫ , ପ୍ଲାଜ୍‌ମା ପାଇରୋଲିସିସ୍ ୟୁନିଟ୍ ଲୋକାର୍ପିତ, ୬ଟି ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପିତ

ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସ୍ଥାନୀୟ ଜନପ୍ରତିନିଧି ମାନେ ଅଧିକ ଦାୟିତ୍ୱବାନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର:31/8- ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କରିବା ସହ ମୁକୁଳା ଡ୍ରେନ ବନ୍ଦ କରିବା ପାଇଁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ରେ ଆମେ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନ ଦେଖୁଛୁ। ରାଜ୍ୟର ସହରାଞ୍ଚଳ ଗୁଡିକ ହେଉଛି ବିକାଶର ପ୍ରତିଛବି। ତେଣୁ, ଯଦି ସହରାଞ୍ଚଳ ଗୁଡିକର ରାସ୍ତା, ଘାଟ ପରିସ୍କାର ପରିଚ୍ଛନ୍ନ ନ ରୁହେ, ଗର୍ତ୍ତମୁକ୍ତ ନ ରହେ ତେବେ ଆମର ଲକ୍ଷ୍ୟ ଅପୂରଣୀୟ ରହିବ। ତେଣୁ, ଆସନ୍ତା ଏପ୍ରିଲ ମାସ ମଧ୍ୟରେ ରାଜ୍ୟର ସମସ୍ତ ପୌରାଞ୍ଚଳର ରାସ୍ତାଘାଟ ଗୁଡିକ ଯେପରି ଗର୍ତ୍ତମୁକ୍ତ ହେବ ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଆସନ୍ତା ବର୍ଷ ଏପ୍ରିଲରେ ଯେଉଁ ଜନଶୁଣାଣି ହେବ ସେଥିରେ ଯେପରି ରାସ୍ତାଘାଟ, ପଟ୍‌ହୋଲ୍‌ରେ ଭର୍ତ୍ତି ଥିବା ଅଭିଯୋଗ ନ ଆସେ। ୨୦୨୬ ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ପୌରାଞ୍ଚଳ ନିଜେ ନିଜେ ସାର୍ଟିଫିକେଟ ଦେବେ ଯେ, ତାଙ୍କ ଅଞ୍ଚଳ ପଟ୍‌ହୋଲ୍ ମୁକ୍ତ ହୋଇସାରିଛି।

ସେ କହିଥିଲେ ଯେ, ଶାସନ ବ୍ୟବସ୍ଥାକୁ ସମାଜର ଶେଷ ସ୍ତରକୁ ଆଣିବା ପାଇଁ ଶେଷ ଧାଡିରେ ଥିବା ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା କ୍ଷେତ୍ରରେ ସ୍ୱାୟତ୍ତ ଶାସନର ଏକ ମହତ୍ତ୍ୱପୂର୍ଣ୍ଣ ବ୍ୟବସ୍ଥା। ଲର୍ଡ ରିପନ୍ ୧୮୮୨ ରେ ଏହାକୁ ଆରମ୍ଭ କରିଥିଲେ ମଧ୍ୟ ୯୦ ଦଶକରେ ଏହା ସାମ୍ବିଧାନିକ ମାନ୍ୟତା ଲାଭକଲା। ମାହତ୍ମା ଗାନ୍ଧୀ ମଧ୍ୟ ଗ୍ରାମ୍ୟ ସ୍ୱରାଜ୍ୟ ଉପରେ ଗୁରୁତ୍ୱ ଦେଇ ଆସିଥିଲେ। ତେବେ ଅନେକ ଛୋଟ ଛୋଟ ସମସ୍ୟା ପାଇଁ ଲୋକମାନେ ସ୍ଥାନୀୟ ପ୍ରତିନିଧିଙ୍କ ଉପରେ ନିର୍ଭର ନହୋଇ ବିଧାୟକ କିମ୍ବା ସାଂସଦଙ୍କୁ ଅନୁରୋଧ କରିଥାନ୍ତି। ଯଦି ସ୍ଥାନୀୟ ସଂସ୍ଥାର ଅଧିକାରୀ କିମ୍ବା ଜନପ୍ରତିନିଧି ସେମାନଙ୍କ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବେ, ତେବେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଏ ସବୁ ସମସ୍ୟାରେ ମୁଣ୍ଡ ପୁରେଇବାକୁ ଆବଶ୍ୟକ ହୁଅନ୍ତା ନାହିଁ ବୋଲି ସେ ମତ ଦେଇଥିଲେ। ସରକାର ଏକ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ରଖି ସହରାଞ୍ଚଳର ଲୋକଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ଏବଂ ଗୁଣାତ୍ମକ ମୌଳିକ ସେବା ଯୋଗାଇଦେବାକୁ ଅନେକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ଥାନୀୟ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଲୋକଙ୍କ ସମସ୍ୟା ସମାଧାନ ଦିଗରେ ସେମାନେ ଅଧିକ ସଚେତନ ଓ ଦାୟିତ୍ୱବାନ ହୁଅନ୍ତୁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୧୬ଟି ନୂତନ ଏନ୍‌.ଏ.ସି ଯଥା ବଲାଙ୍ଗୀର ଜିଲ୍ଲାର ଲୋଇସିଂଗା, ବରଗଡ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡମ୍ବା, ନରସିଂହପୁର, ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ସେହିଭଳି ୭ଟି ନୂତନ ମୁନିସିପାଲିଟି ଯଥା- ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା ମୁନିସିପାଲିଟି ପ୍ରତିଷ୍ଠା କରାଯିବାର ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ ୨୧ଟି ଏନ୍‌.ଏ.ସି ସୃଷ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ତନ୍ମଧ୍ୟରୁ ୧୨ଟି ଏନ.ଏ.ସି ଗଠିତ ହେବା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି ୧୨ଟି ନୂତନ ବିଜ୍ଞପିତ ଏନ୍‌.ଏ.ସି ସହିତ ଆଉ ୧୬ଟି ନୂଆ ଏନ୍‌.ଏ.ସି ସୃଷ୍ଟି ହେବ। ସମୁଦାୟ ୨୮ଟି ନୂଆ ଏନ୍‌.ଏ.ସି ଓ ୭ଟି ନୂଆ ମୁନିସିପାଲଟି ସୃଷ୍ଟି ହେବ। ଏହାଦ୍ୱାରା ରାଜ୍ୟର ଅଧିକ ଲୋକଙ୍କୁ ସହରର ମୌଳିକ ସୁବିଧା ଉପଲବ୍‌ଧ ହୋଇପାରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ଅନେକ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆଜିଠାରୁ ସହରର ସମସ୍ତ ଲୋକଙ୍କ ପାଇଁ ସରକାରୀ ଯୋଜନା ଗୁଡିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସଂପ୍ରସାରିତ ହେଲା ବୋଲି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ସହରର ଲୋକଙ୍କ ପାଇଁ ସରକାରୀ ଯୋଜନା ଗୁଡିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ମେ ମାସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୪ଟି ପୌରାଞ୍ଚଳରେ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ଟାଟାଷ୍ଟିଲ ଫାଉଣ୍ଡେସନ ସହଯୋଗ ଯୋଗାଇ ଦେଉଛି। ଏଥିପାଇଁ ସେ ଟାଟାଷ୍ଟିଲକୁ ଧନ୍ୟବାଦ ଦେଇଥିଲେ।ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ, ପ୍ରଶ୍ନ କିମ୍ବା ପ୍ରସ୍ତାବ ପାଇଁ ମୁଖ୍ୟମନ୍ତ୍ରୀ ଏକ ଟୋଲ୍ ଫ୍ରି ନମ୍ବର-୧୯୨୯ ର ଶୁଭାରମ୍ଭ କରିଥିଲେ। ଏହି ନମ୍ବରକୁ ‘ସହର ସାଥି’ ବୋଲି ନାମିତ କରାଯାଇଛି। ଏହାଦ୍ବାରା ଲୋକମାନେ ଆଉ ପୌରପାଳିକା କାର୍ଯ୍ୟାଳୟକୁ ନ ଯାଇ, ଏହି ନମ୍ବରରେ ଫୋନ କଲେ, ସମସ୍ୟାର ସମାଧାନ କରାଯିବ। ଏହି ସେବା ୨୪ ଘଣ୍ଟା ଉପଲବ୍‌ଧ ହେବ। ‘ସହର ସାଥି’ କଲ୍ ସେଣ୍ଟରର ଶୁଭାରମ୍ଭ କରି ପୌରସଂସ୍ଥା କର୍ମଚାରୀଙ୍କ ପାଇଁ ସାଧାରଣ ଉପଭୋକ୍ତା ଗୋଷ୍ଠୀ CUG ନମ୍ବର ବଣ୍ଟନ ମଧ୍ୟ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ‘ନେସ୍‌ନାଲ କମନ୍‌ ମୋବିଲିଟି କାର୍ଡ’ର ମଧ୍ୟ ଶୁଭାରମ୍ଭ କରିଥିଲେ ଯେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜନସାଧାରଣଙ୍କ ପାଇଁ ୱାନ ନେସନ ୱାନ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ୱାରା ଦେଶର ଜନସାଧାରଣ ଯେକୌଣସି ସହରରେ ବିଭିନ୍ନ ଟ୍ରାନସ୍‌ପୋର୍ଟ ସେବା ସୁବିଧାରେ ପାଇପାରିବେ। ସେ କହିଥିଲେ ଯେ, ଆଜି ଓଡିଶା ମଧ୍ୟ ଏଥିରେ ସାମିଲ ହୋଇଛି ଏବଂ ନେସ୍‌ନାଲ କମନ୍‌ ମୋବିଲିଟି କାର୍ଡ ର ସୁବିଧା ଆଗାମୀ ଦିନରେ ଓଏସଆରଟିସି ବସ୍‌ ଗୁଡିକରେ ମଧ୍ୟ ଲାଗୁ କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହା ସହିତ ‘ଆମ ବସ୍‌’ ବୁକିଂ କରିବା ପାଇଁ ଏକ ହ୍ୱାଟ୍‌ସ ଆପ୍ ଟିକେଟିଂ ସେବା ମଧ୍ୟ ଆରମ୍ଭ କରିଥିଲେ । ଏହି ଡିଜିଟାଲ ଟିକେଟରେ ମହିଳାମାନଙ୍କ ପାଇଁ ୧୫ ପ୍ରତିଶତ ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ପାଇଁ ୧୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ମହିଳାମାନଙ୍କ ପାଇଁ ସୁଗମ ଓ ସମ୍ମାନଜନକ ଯାତ୍ରା ଆଣି ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ପ୍ରାୟ ୧୦୯ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୪୩ଟି ବହୁମୁଖୀ ଭବନର ଲୋକାର୍ପଣ କରିବା ସହିତ ଭୁବନେଶ୍ୱର ମହାନଗର ନିଗମ ପାଇଁ ହ୍ୱାଟ୍‌ସ ଆପ୍ ବଟ୍ ସେବା ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଲୋଗୋ ଉନ୍ମୋଚିତ ହେବା ସହିତ ୧୨ କୋଟି ଟଙ୍କା ବିନିଯୋଗରେ ପଳାଶୁଣୀରେ ଏକ ସାମଗ୍ରୀ ପୁନରୁଦ୍ଧାର ସୁବିଧା ଏବଂ ପ୍ରାୟ ୬ କୋଟି ଟଙ୍କା ବିନିଯୋଗରେ ଗାଡକଣରେ ପ୍ଲାଜ୍‌ମା ପାଇରୋଲିସିସ୍ ୟୁନିଟ୍ ସୁବିଧାର ଶୁଭାରମ୍ଭ କରାଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ ୩୦ କୋଟି ଟଙ୍କା ବିନିଯୋଗରେ ୬ଟି ଗୋଶାଳା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ। ଏହି ଚାରୋଟି କାର୍ଯ୍ୟକ୍ରମ ପାଇଁ ସମୁଦାୟ ୧୫୭ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଏହି ଅବସରରେ  କେତେକ ହିତାଧିକାରୀଙ୍କୁ ସୁଲଭ ବାସଗୃହ, ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ବଣ୍ଟନ କରିଥିଲେ । ବିଏମସି ପକ୍ଷରୁ ୩୧୦ଟି ଏବଂ ବିଡିଏ ପକ୍ଷରୁ ୩୮ଟି ଘର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ରେ ବିଭିନ୍ନ ବସ୍ତିର ୪୬ଟି ପରିବାରକୁ ମଧ୍ୟ ଗୃହ ଆବଣ୍ଟିତ କରାଯାଇଥିଲା। ସମୁଦାୟ ୩୯୪ଟି ଗୃହ ଆବଣ୍ଟିତ କରାଯାଇଛି।ସ୍ୱଚ୍ଛ ସର୍ବେକ୍ଷଣରେ ପୁରସ୍କୃତ ହୋଇଥିବା ପୌରାଞ୍ଚଳ ଭୁବନେଶ୍ୱର ମହାନଗର ନିଗମ, ଆସ୍କା ଓ ଚିକିଟି ପୌରାଞ୍ଚଳକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ କାମ କରୁଥିବା ଜଳସାଥୀ, ସ୍ବଚ୍ଛ ସାଥୀ, ପରିମଳ କର୍ମୀ ଓ ଶ୍ରେଷ୍ଠ ପୌରସଂସ୍ଥାକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହିତ ସହରାଞ୍ଚଳରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଧାମନଗର, ରେମୁଣା, କୋରାପୁଟ ପୌରାଞ୍ଚଳକୁ ୩କୋଟି ଟଙ୍କା ଲେଖାଏଁ ଏବଂ ସ୍ୱଚ୍ଛ ସର୍ବେକ୍ଷେଣରେ ଜାତୀୟସ୍ତରରେ ଉତ୍କର୍ଷ ହାସଲ କରିଥିବା ଆସ୍କା, ଚିକିଟି ଏବଂ ଭୁବନେଶ୍ୱର ମହାନଗର ନିଗମକୁ ୨କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର- ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com