ଭୁବନେଶ୍ୱର:୨୩/୭- ରାଜ୍ୟବ୍ୟାପୀ ହେଉଥିବା ନାରୀ ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ କଂଗ୍ରେସ ଦଳର ଅବିରାମ ସଂଗ୍ରାମ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ଏହି ସଭାରେ ସଭାପତି ଶ୍ରୀ ଦାସଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖ ନାରୀ ନ୍ୟାୟ ଆନ୍ଦୋଳନ ଏକ ସନ୍ତୋଷଜନକ ପର୍ଯ୍ୟାୟକୁ ଏବଂ ଅତ୍ୟାଚାରୀତ ନାରୀଙ୍କ ପାଇଁ ନ୍ୟାୟର ଉପଯୁକ୍ତ ବ୍ୟବସ୍ଥା ନକଲା ପର୍ଯ୍ୟନ୍ତ ଏହା ଆଗକୁ ଜୋରଦାର ହେବା ସହିତ ଅବିରାମ ଭାବେ ଜାରି ରହିବ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ତେବେ ଏତେସବୁ ବିଭତ୍ସ ଘଟଣା ଘଟିବା ପରେ ମଧ୍ୟ ସରକାରଙ୍କୁ ସାମାନ୍ୟତମ ଲଜ୍ଜାବୋଧ ହେଉନି ବୋଲି ସଭାପତି ଶ୍ରୀ ଦାସ କଟୁକ୍ତି ପ୍ରକାଶ କରିଥିଲେ।

ଗଣମାଧ୍ୟମକୁ ନିଜ ବକ୍ତବ୍ୟରେ ସଭାପତି ଶ୍ରୀ ଦାସ କହିଥିଲେ ଯେ ପ୍ରତ୍ୟହ ନାରୀ ନିର୍ଯାତନା ପାଇଁ ରାଜ୍ୟର ଜନତା ମର୍ମାହତ ଏବଂ ଲଜ୍ଜିତ। କିନ୍ତୁ ରାଜ୍ୟ ସରକାର କିଛି ହୃୃଦୟଙ୍ଗମ କଲାଭଳି ଦେଖାଯାଉ ନାହିଁ। ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତପରେ ଆମେରିକା ରାଷ୍ଟ୍ରପତି, ଆମେରିକୀୟ ନାଗରିକ ନଯିବା ପାଇଁ ବାରଣ କରିଛନ୍ତି। ଆମ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ଲୋକସଭା ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ଓଡ଼ିଶାଗସ୍ତ ସମୟରେ ନାରୀ ନିର୍ଯାତନା ବିଷୟରେ ସରକାରଙ୍କୁସୂଚାଇଥିଲେ। ଏପରିକି ବର୍ତ୍ତମାନ ସୁପ୍ରିମକୋର୍ଟ ଓଡ଼ିଶାରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଆମକୁ ଲଜ୍ଜା ଅନୁଭବ ହେଉଛି ବୋଲି ନିଜ ତରଫରୁ ଉଲ୍ଲେଖ କରିଛନ୍ତି। ବିଧାନସଭାରେ ଗଣ୍ଡଗୋଳ ହେବା ସମୟରେ ଆମେ ଗୃହ କମିଟି ଗଠନ କରିବାପାଇଁ ଦାବି କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ। ଯାହାଫଳରେ ଜଗତସିଂହପୁର, ନୟାଗଡ଼, ଗୋପାଳପୁର, ବାଲେଶ୍ୱର ଏବଂ ବଳଙ୍ଗା ଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟି ଚାଲିଛି। ଆମେ କିନ୍ତୁ ବିରୋଧି ଦଳ ହିସାବରେ ଲଜ୍ଜିତ। ତେଣୁ ଆମେ ଚୁପ ହୋଇ ବସିପାରିବୁ ନାହିଁ। ନିର୍ବାଚନ ବର୍ତ୍ତମାନ ନାହିଁ ଏବଂ ଏହା ନିର୍ବାଚିତ ରାଜନୀତି ପାଇଁ ନୁହଁ। କେବଳ ନାରୀଙ୍କ ନ୍ୟାୟ ପାଇଁ ଆମେ ଲଢ଼ୁଛୁ।
ସରକାର ନା କିଛି କରୁଛନ୍ତି ନା ଗାଦି ଛାଡ଼ୁଛନ୍ତି। ତେଣୁ ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ। ଯଦି ନ ଆଣୁଛି ତେବେ କଂଗ୍ରେସ ଅନସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡ଼ି ସମର୍ଥନ କରୁ। ଯଦି ବିଜେଡ଼ି କିଛିବି କରେନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ରାଜରାସ୍ତାରେ ମୂଲ୍ୟହୀନ ପ୍ରହସନବନ୍ଦ କରୁ ବୋଲି ଶ୍ରୀ ଦାସ କହିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ତାରା ପ୍ରସାଦ ବାହିନୀପତି, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।