• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ନୂଆଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ

ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ନୂଆଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ
Share on FacebookShare on TwitterShare on Whatsapp

ଭୁବନେଶ୍ୱର ବିମାନବନ୍ଦରରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଭୁବନେଶ୍ୱର:୯ ଏପ୍ରିଲ- ନୂଆଦିଲ୍ଲୀରୁ ଫେରି ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଏପ୍ରିଲ 7 ଓ 8, ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଦିଲ୍ଲୀରେ ଅନେକ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛି। HCL କୁ ମୁଁ ଓଡ଼ିଶାରେ କ୍ୟାମ୍ପସ୍‍ କରିବା ପାଇଁ ପ୍ରସ୍ତାବ ଦେଇଛି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସକରାତ୍ମକ ମତାମତ ମିଳିଛି। ମୋ ପାଇଁ ସବୁଠୁ ଖୁସିର କଥା ହେଉଛି ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଓଡିଶାକୁ ନେଇ ଖୁବ୍‍ ଆଗ୍ରହୀ ଅଛନ୍ତି । ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଓଡ଼ିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ, ତାହା ସଫଳ ହେଉଛି ଏବଂ ଓଡ଼ିଶାକୁ ବ୍ୟାପକ ପୁଞ୍ଜି ଆସିବାର ସୁଯୋଗ ସୃଷ୍ଟି ହୋଇଛି।

ଦିଲ୍ଲୀରେ ଏହି ଗସ୍ତ ସମୟରେ ଆମେ ସମୁଦାୟ ୧୩ଟି ଚୁକ୍ତି ସ୍ୱାକ୍ଷର କରିଛୁ। ଏବଂ ଏହା ସହିତ ୧୫ଟି ଇନ୍‌ଭେଷ୍ଟ୍‌ମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ଆସିଛି। ଏହା ଦ୍ୱାରା ୧ଲକ୍ଷ ୩ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ୯୫ହଜାର ୧୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି IOCL ସହିତ ଆମର MoU । IOCL ଓଡିଶାରେ ୫୮ହଜାର ୪୨କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଏବଂ ଏହା ଦ୍ୱାରା ୨୪ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। IOCL, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିମିଟେଡ୍ ଏବଂ ପେଟ୍ରୋନେଟ୍ ଏଲ.ଏନ.ଜି ସହିତ ଆମର ଏମ.ଓ.ୟୁ ଯୋଗୁ ଓଡିଶାକୁ ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମାର୍ଗ ପ୍ରସ୍ତୁତ ହୋଇପାରିଛି। ଏହାଦ୍ୱାରା ପେଟ୍ରୋକେମିକାଲ କ୍ଷେତ୍ରରେ ଅନେକ ଡାଉନଷ୍ଟ୍ରିମ୍‍ ଓ ଆନ୍‍ସିଲାରି ୟୁନିଟ୍‍ ସ୍ଥାପନ ହେବାର ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି ଏବଂ ଓଡ଼ିଶାକୁ ଏକ ବନ୍ଦରଭିତ୍ତିକ ଅର୍ଥନୀତି କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ସଫଳ ହେବ।

ଏହି ଚୁକ୍ତିନାମା ଓଡିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ପେଟ୍ରୋକେମିକାଲ ବିକାଶ କ୍ଷେତ୍ରରେ ଓଡିଶା ପାଇଁ ଏହା ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ। ଏହି ଗସ୍ତରେ ଆମ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ଦକ୍ଷ ଯୁବ ବର୍ଗ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ୟାପକ ନିଯୁକ୍ତି ଆଣିପାରିବ । ଏହି ଗସ୍ତରେ ପ୍ରାୟ 25ରୁ ଅଧିକ ଶିଳ୍ପପତିମାନଙ୍କ ସହିତ ଆଲୋଚନା ହୋଇଛି । ଆଗାମୀ ଦିନରେ ମଧ୍ୟ ଆଲୋଚନା ହେବ। ଭବିଷ୍ୟତରେ ସେମାନଙ୍କ ସହିତ ପାର୍ଟନରସିପ୍ କରିବାର ସୁଯୋଗ ଉଜ୍ଜ୍ୱଳ ହୋଇଛି । ନୂଆ ସରକାର ଓଡ଼ିଶାରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ସମ୍ପର୍କରେ ସେ କହିଛନ୍ତି, ଆଜି ଦିଲ୍ଲୀରେ ମୁଁ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍‌ ଶାହାଜୀଙ୍କୁ ଭେଟି ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆବଶ୍ୟକ ସହଯୋଗ ସଂପର୍କରେ ଆଲୋଚନା କରିଛି। ଓଡିଶାରେ ନୂଆ ଅପରାଧୀକ ଆଇନ କାର୍ଯ୍ୟକାରୀ କରିବା, ନକ୍ସଲ ଦମନ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଛି ।

ବିଭିନ୍ନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାର ନିୟମିତ ସମୀକ୍ଷା କରନ୍ତି। ଓଡ଼ିଶା ସହିତ ଆଜିର ଆଲୋଚନା ମଧ୍ୟ ଏକ ନିୟମିତ ସମୀକ୍ଷା ଥିଲା। ଏହି ବୈଠକରେ ଆମର ଆଲୋଚନା ଖୁବ୍ ସକାରାତ୍ମକ ଥିଲା। ମାନ୍ୟବର ଗୃହମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଏବଂ ରାଜ୍ୟରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ବିଭିନ୍ନ ପରିସ୍ଥିତିକୁ ସାମ୍‍ନା କରିବା ପାଇଁ ସରକାର ପୋଲିସ୍‍ ବାହିନୀକୁ ସଶକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ପୋଲିସ୍‍ ବାହିନୀରେ ୧୨ ହଜାରରୁ ଅଧିକ ନିଯୁକ୍ତି କରାଯିବ।

କେନ୍ଦ୍ର ସରକାରଙ୍କ ସହିତ ଆଲୋଚନାରେ ଅନେକ ବିଷୟ ସ୍ଥାନ ପାଇଥିଲା। ନୂଆ ଅପରାଧୀକ ଆଇନର କାର୍ଯ୍ୟକାରୀତା ପାଇଁ ଅନେକ ପଦକ୍ଷେପ ମଧ୍ୟରେ ୨୦ଟି ନୂଆ ସାଇବର ପୋଲିସ ଷ୍ଟେସନ ସ୍ଥାପନ, ସବୁ ସବ୍‌ଡିଭିଜନରେ ଫରେନ୍‌ସିକ ଭେଇକିଲ୍ ମୁତୟନ ଆଦି ପଦକ୍ଷେପ ରହିଛି। ଏହାସହିତ ସାଇବର କ୍ରାଇମ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଓଡିଶା ସାଇବର କ୍ରାଇମ କମାଣ୍ଡ ସେଣ୍ଟର ଗଠନ କରିବା ପାଇଁ ଚିନ୍ତା କରୁଛନ୍ତି । ଏହାସହିତ ପ୍ରତ୍ୟେକ ପୋଲିସ ଷ୍ଟେସନରେ ଗୋଟିଏ ଗୋଟିଏ କ୍ରାଇମ ସିନ୍‌ ଅଫିସର ପଦବୀ ମଧ୍ୟ ସୃଷ୍ଟି କରାଯିବା ସଂପର୍କରେ ମଧ୍ୟ ଚିନ୍ତା କରାଯାଉଛି । ଏହି ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୨୦୦୦ ନୂଆ ଟ୍ରାଫିକ ପୋଲିସ ପଦବୀ ମଧ୍ୟ ସୃଷ୍ଟି କରାଯିବ। ସେହିପରି ନକ୍ସଲ ଦମନ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ମାଓ ଦମନ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ୧୦ଟି ଜିଲ୍ଲାର ଯେଉଁ ଅଳ୍ପ କିଛି ଅଂଶରେ ଯେଉଁଠି ମାଓବାଦୀ ଅଛନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆମର ପ୍ରସ୍ତୁତିକୁ ସୁଦୃଢ଼ କରାଯାଉଛି। ମାଓ ଦମନ ପାଇଁ ଓଡିଶାରେ ଆମେ ସବ୍‌ ଡିଭିଜନ ସ୍ତରରେ ମାଇକ୍ରୋ ପ୍ଲାନିଂ କରାଯାଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ହେରନ୍, ୟୁଏଭି, ଡ୍ରୋନ୍, ଇଣ୍ଟରସେପ୍ଟର ଆଦି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ରାଜ୍ୟ ସରକାର ମଧ୍ୟ ସ୍ବତନ୍ତ୍ର ଭାବେ Ex-Servicemen ମାନଙ୍କୁ ନେଇ ଷ୍ଟ୍ରାଇକିଂ ଫୋର୍ସ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୩ଟି ସ୍ବତନ୍ତ୍ର ବାଟାଲିୟନ ଗଠନ କରାଯିବ।

ସେହିପରି ଓଡ଼ିଶା ଏକ ଶିଳ୍ପୋନ୍ନତ ରାଜ୍ୟ ଭାବରେ ଗଢ଼ି ଉଠିବାର ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହି କ୍ଷେତ୍ରରେ ମଧ୍ୟ ଆଇନ୍‍ ଶୃଙ୍ଖଳା ନିୟନ୍ତ୍ରଣର ଆବଶ୍ୟକତା ଅଛି। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା OISF ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଗୃହମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶାର କାର୍ଯ୍ୟକ୍ରମକୁ ଆହୁରି ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ।

ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ପଦକ୍ଷେପ ନିଶ୍ଚୟ ସଫଳ ହେବ। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ବିମାନ ବନ୍ଦର ଠାରେ ମନ୍ତ୍ରୀ, ବିଧାୟକ ଓ ବିପୁଳ ସଂଖ୍ୟାରେ ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com