• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Media

ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ -କଂଗ୍ରେସ

Share on FacebookShare on TwitterShare on Whatsapp

-୧୦ ମାସ ହେଲା ଚାନ୍ଦବାଲି ଏସଡିପିଓ ପଦବୀ ଖାଲି
-ଏକ ନିଲଠା ଅଲାଜୁୁକ ସରକାରଙ୍କ ଶାସନ ଚାଲିଛି

 

ଭୁବନେଶ୍ୱର :୨୪/୧୨-ଚାନ୍ଦବାଲିରେ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ଏବଂ ହତ୍ୟା ଉପରେ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲେଚନା କରିଛି। ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, କଂଗ୍ରେସ ସବୁବେଳେ ନାରୀ ସୁରକ୍ଷା ଉପରେ ଆନ୍ଦୋଳନ କରୁଛି । ବିଧାନସଭାରେ ବିଧାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ପିସିସି ସଭାପତି ନାରୀ ସୁରକ୍ଷାକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ଓ ରାଜରାସ୍ତାକୁ ଓହ୍ଲଉଛନ୍ତି। ସରକାର କିନ୍ତୁ ଆଦୌ ସଚେତନ ନୁହନ୍ତି । ୧୫ମାସ ଭିତରେ ସବୁଠୁ ବେଶୀ ନାରୀ ନିରର୍ଯ୍ୟାତନା ଘଟିଛିା ମୋଟ ଯୌନ ନିର୍ଯ୍ୟାତନା ମାମଲା ୯୧୮୧ ହୋଇଥିବାବେଳେ ୮୨୨୭ ଅପହରଣ ଓ ୫୪୬୪ଟି ଅଣ ଯୌତୁକ ନିର୍ଯ୍ୟାତନା ହୋଇଛି । ମାଲକାନଗିରି, ଧଉଳି ଏବଂ ବର୍ତ୍ତମାନ ଚାନ୍ଦବାଲିରେ ଜଣେ ଦଶ ବର୍ଷର ତୃତୀୟ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଘଟିଛି । ଏହା ଅତ୍ୟନ୍ତ ବେଦନାଯୁକ୍ତ । କୌଣସି ଦୁଷ୍କର୍ମ ଅପରାଧୀ ଦଣ୍ଡ ପାଉ ନାହାନ୍ତି ।
ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଛନ୍ତି, ଚାନ୍ଦବାଲି ଦୁଷ୍କର୍ମ ହୃଦୟ ବିଦାରକ । ଦୁଷ୍କର୍ମ କଲାପରେ ଅପରାଧି ମୁଣ୍ଡକୁ ପଥରରେ ଅପରାଧୀ ଛେଚି ଦେଇଥିଲା । ଖୋଦ ବିଜେପି ସଭାପତି ମନ ମୋହନ ସାମଲଙ୍କ ନିଜସ୍ୱନିର୍ବାଚନ ମଣ୍ଡଳୀର ଅବସ୍ଥା ଏୟା। ଦୀର୍ଘ ୧୨ ମାସ ହେଲା ଚାନ୍ଦବାଲିରେ ଏସଡିପିଓ ନାହାନ୍ତି । ଆଇଆଇସି ଚୋରା ମଦର କଣ୍ଟ୍ରୋଲ ରୁମ ଖୋଲିଛନ୍ତି । ଅବାଧ ନିଶାଦ୍ରବ୍ୟ କାରବାର ଚାଲିଛି । କଂଗ୍ରେସ ଦାବୀ କରିଛି, ପୀଡିତା ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ଆଇଆଇସିଙ୍କୁ ଦଣ୍ଡିତ କରାଯାଉ । କଂଗ୍ରେସ ଓ ଲୋକଙ୍କ ଚାପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି କିନ୍ତୁ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ।


ପିସିସି ସାଧାରଣ ସମ୍ପାଦକ ମଧୁସ୍ମିତା ସେଠୀ କହିଛନ୍ତି, ୨୮ ହଜାର ନାରୀ ଅତ୍ୟାଚାର ମାମଲା ଥିଲା। ବର୍ତ୍ତମାନ ୨୦୨୪/୨୫ରେ ଏହା ୪୧ହଜାରରେ ପହଁଚିଛି। ରାଜ୍ୟରେ ଖୋଦ ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି କିନ୍ତୁ ତାଙ୍କ ହୃଦୟ ତରଳୁ ନାହିଁ । ଆମେ ପ୍ରତିବାଦ କରୁଛୁ ତଥାପି ସରକାର କିମ୍ବା ମନ୍ତ୍ରୀ ଉତ୍ତରଦାୟିତ୍ୱ ନେଉ ନାହାନ୍ତି । ସରକାର ଶକ୍ତିଶ୍ରୀ ଆରମ୍ଭ କରିଛନ୍ତି । ଶୂନ୍ୟ ସହନଶୀଳତା କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କିନ୍ତୁ ନାରୀ ଅତ୍ୟାଚାର, ଦୁଷ୍କର୍ମ ଆଦି ଘଟଣାରେ ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡିଛି । ବିଜେପି ସଭାପତି ପଦରେ ମନ ମୋହନ ସାମଲ ଅଛନ୍ତି, ତାଙ୍କୁ ଆମ ପ୍ରଶ୍ନ, ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟବାସୀଙ୍କୁ ସେ କି ଆଶ୍ୱାସନା ଦେବେ? କଂଗ୍ରେସ ମୁଖପାତ୍ର ଡଃ ମନୀଷା ଦାସ ପଟ୍ଟନାୟକ କହିଛନ୍ତି, ସରକାର ବର୍ତ୍ତମାନ ଜନତାଙ୍କ ପାଇଁ ଧୂତରାଷ୍ଟ୍ର ସାଜିଛି। ଯେହେତୁ ସରକାର ଏବଂ ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ତେଣୁ ଅପରାଧୀଙ୍କ ମନୋବଳ ବୃଦ୍ଧି ପାଇଛି। ପୋଲିସକୁ ମଧ୍ୟ ନିରପେକ୍ଷ ଅନୁସନ୍ଧାନ କରିବାକୁ ଦିଆଯାଉ ନାହିଁ । ବଲାତ୍କାରୀ ଓ ହତ୍ୟାକାରୀଙ୍କୁ ଫୁଲମାଳ ଦେଉଥିବା ଦଳଙ୍କ ଠାରୁ ଆଉ କଣ ଆଶା କରା ଯାଇପରେ । ଦଳର ନେତା ସାଂସଦଙ୍କ ଝିଅ ବାହାଘରେ ଫୋଟୋ ଉଠାରେ ବ୍ୟସ୍ତ କିନ୍ତୁ ସେମାନଙ୍କୁ ରାଜ୍ୟର ଦୁଷ୍କର୍ମ ଘଟଣା ଦେଖାଯାଉ ନାହିଁ । ରାଜ୍ୟରେ ଏକ ନିତାନ୍ତ ଅଯୋଗ୍ୟ ଏବଂ ନିକମ୍ମା ମହିଳା କମିଶନ ଅଛନ୍ତି । ତାଙ୍କ ସଦସ୍ୟ ରାତି ୮ ଟାରେ ଘରୁ ଝିଅପିଲା ନ ବାହାରିବା ପାଇଁ ତାଗିଦ କରୁଛନ୍ତି । ପ୍ରକୃତରେ ଆମେ ଏକ ନିଲଠା, ଅଲାଜୁକ ସରକାର ଦ୍ୱାରା ଶାସିତ ହେଉଛୁ ବୋଲି ଡଃ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com