ମୁଁ ଜାଣି ନାହିଁ-ଶଙ୍କାରଚାର୍ଯ୍ୟ
ଭୁବନେଶ୍ୱର:୨୮/୩-ଶ୍ରୀମନ୍ଦିରର ଯେକୌଣସି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ରହିଛି। ଏହାସତ୍ତ୍ୱେ ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଆଲୋଚନା କରାଯାଇ ନ ଥିବା ଜଣାଯାଇଛି। ଏହା ଉପରେ ବଡ ଧରଣର ବୟାନ ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ରତ୍ନଭଣ୍ଡାର ଗଣତିମଣତି କଥା ମୁଁ ଜାଣି ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ତାଙ୍କୁ ଏ ସମ୍ପର୍କରେ କିଛି ସୂଚନା ଦେଇ ନଥିବା କିମ୍ବା ତାଙ୍କୁ ପଚାରି ନଥିବା ସେ ପ୍ରକାଶ କରିଛନ୍ତି । ସୁପ୍ରମକୋର୍ଟଙ୍କ ନିର୍ଦେଶ ପରି ବି ସେମାନେ ଏହା କରୁ ନାହାନ୍ତି ବୋଲି ଶଙ୍କାରଚାର୍ଯ୍ୟ କହିଛନ୍ତି। ଜାଗମରା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତରରେ ଶଙ୍କାରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହି ମନ୍ତବ୍ୟ ଦେଇଛନ୍ତି। ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରତ୍ନଭଣ୍ଡାର ଗଣତି ମଣତି କମିିଟି ଅଧ୍ୟକ୍ଷ କିମ୍ବା ଆଇନମନ୍ତ୍ରୀ ବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ନାହାନ୍ତି।