• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Literature

ଉଚ୍ଚାଭିଳାଷ ଓ ନାରୀ

Share on FacebookShare on TwitterShare on Whatsapp

ସୁସ୍ମିତା ବେହେରା

କୋମଳ ଗାନାତ୍ରା.. ଗୁଜୁରାଟ ର ଏକ ଅନାମଧେୟ ଗାଁ ରେ ରହୁଥିବା ଓ ଶିକ୍ଷକତା କରୁଥିବା ଜଣେ ମହିଳାଙ୍କ ନାମ ଥିଲା। ୨୦୧୨ ମସିହା ପୂର୍ବରୁ ତାଙ୍କର କିଛି ପରିଚୟ ନ ଥିଲା। ସେ  ଅନ୍ୟ ସାଧାରଣ ନାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଯେ, ଉଚ୍ଚ ଶିକ୍ଷିତା ଥିଲେ କିନ୍ତୁ ଲକ୍ଷ୍ୟ ସ୍ଥିର ନ ଥିଲା। ସେ ବୁଦ୍ଧିମତୀ ଥିଲେ କିନ୍ତୁ
ଉଚ୍ଚାଭିଳାଷି ନ ଥିଲେ। Salvador Dali ଙ୍କ ମତରେ “Intelligence without ambition is a bird without wings.”..Salvador Dali is a Spanish surrealist artist, known for his Painting, drawing, photography, sculpture, writing, film and jewelry ..

ସୁଇଜରଲାଣ୍ଡରେ ରହୁଥିବା ଜଣେ ଏନ.ଆର.ଆଇଙ୍କୁ କୋମଳ ବିବାହ କରିବାର ପନ୍ଦର ଦିନ ଭିତରେ ସ୍ୱାମୀ ତାଙ୍କୁ  ସବୁଦିନ ପାଇଁ ଛାଡିଦେଇ ସୁଇଜରଲାଣ୍ଡ ଫେରିଗଲେ। ନ୍ୟାୟ ପାଇଁ କୋମଳ ସବୁ ସମ୍ପର୍କିତ ବିଭାଗ ଓ ଉଚ୍ଚ ପଦାଧିକାରୀଙ୍କୁ ଭେଟିଲେ, ଅନୁରୋଧ କଲେ ହେଲେ  ନିରାଶ ହେଲେ। ଶେଷରେ ନିଷ୍ପତ୍ତି ନେଲେ ଯେତେ କଷ୍ଟ ପଡୁ ପଛେ ୟୁ.ପି.ଏସ. ସି ଦେବେ ଏବଂ ସରକାରଙ୍କ ଏକ ଅଂଶ ହୋଇ ମହିଳା ଓ ଶିଶୁମାନଙ୍କ ଉନ୍ନତି ପାଇଁ କାମ କରିବେ। ସେ ଏମିତି ଏକ ଗାଁ ରେ ରହୁଥିଲେ ଯେଉଁଠି ଇଣ୍ଟରନେଟ ନ ଥିଲା, ଇଂରାଜୀ ଖବରକାଗଜ ଆସୁ ନ ଥିଲା, କୋଚିଂର କୌଣସି ସୁବିଧା ନ ଥିଲା । ଭାଗ୍ୟକୁ ସେ କେବେ ତାଙ୍କ ପିତାଙ୍କ ଘରେ ଲିଙ୍ଗ ଭେଦର ଶିକାର ହୋଇ ନ ଥିଲେ। ତାଙ୍କ ପିତା ତାଙ୍କୁ ଯଥା ସମ୍ଭବ ଉଚ୍ଚଶିକ୍ଷା ପ୍ରଦାନ କରିଥିଲେ। ଏମିତି ଏକ ଘଡ଼ିସଂଦ୍ଧି ମୁହୂର୍ତ୍ତରେ ପୁଣି ଥରେ ପିତା ଓ ଭାଇ ତାଙ୍କର ମନୋବଳ ଦୃଢ଼ କଲେ। ସେ  ନିଜର ଇଚ୍ଛା ଶକ୍ତିକୁ ମଜବୁତ କରି ଗୋଟିଏ ଲକ୍ଷ୍ୟ ନେଇ କଠିନ ପରିଶ୍ରମ କଲେ ଓ ତୃତୀୟ ଚେଷ୍ଟା ରେ ଦେଶର ସବୁଠୁ କଷ୍ଟ ପରୀକ୍ଷା ୟୁ.ପି.ଏସ.ସି ପାଶ କଲେ । ସେ ତ ଶିକ୍ଷୟିତ୍ରୀ ଥିଲେ  କିନ୍ତୁ ନିଜର ଉଚ୍ଚାଭିଳାଷ ପାଇଁ  ଆଜି ତାଙ୍କ ପାଖରେ ସବୁ ଅଛି, ଗୋଟିଏ ସୁଖୀ ପରିବାର, ସମାଜରେ ପ୍ରତିଷ୍ଠା ଓ ପ୍ରାଚୁଯ୍ୟ ବି।

ଉଚ୍ଚାଭିଳାଷ ..ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ଦୃଢ଼ ଇଚ୍ଛା ଶକ୍ତି ଓ ସେଥିପାଇଁ ଲଗାତାର ଉଦ୍ୟମକୁ ହିଁ ମୁଁ ବୁଝେ। ଉଚ୍ଚାଭିଳାଷ ବଦଳରେ ଆମେ ଅନେକ ସମୟରେ ଆଉ କେତୋଟି ଶବ୍ଦର ବହୁଳ ବ୍ୟବହାର କରିଥାଉ ଯାହାର ଖୁବ ପାଖାପାଖି ଅର୍ଥ ହେଉଛି ଉଚ୍ଚାଭିଳାଷ ..ଯେମିତି କି ଆକାଂକ୍ଷା, ଉଚ୍ଚ ଆଶା, ଲକ୍ଷ୍ୟ, ସ୍ବପ୍ନ, ଇତ୍ୟାଦି…। ଆମେ ଏସବୁ ଶବ୍ଦକୁ କିନ୍ତୁ ସେତେଟା ନକରାତ୍ମକ ଭାବରେ ଦେଖି ନ ଥାଉ, ଯେତିକି ଜଣେ ସ୍ତ୍ରୀ ଟି ଉଚ୍ଚାଭିଳାଷି ବୋଲି କହିଲେ ବୁଝୁ।

ଉଚ୍ଚାଭିଳାଷ ବା ସମାନ ଅର୍ଥକୁ ବୁଝାଉ ଥିବା ଯେ କୌଣସି ଶବ୍ଦ ଆମେ ଉପଯୁକ୍ତ ଭାବେ ନିଜକୁ ଗଢି ବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସ୍ତ୍ରୀ ପୁରୁଷ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ ନିର୍ବିଶେଷରେ ସମସ୍ତେ ନିଜର ସ୍ବପ୍ନ ପୂରଣ ପାଇଁ ଉଚ୍ଚାଭିଳାଷ ରଖିବା ଉଚିତ ଓ କ୍ରମାଗତ ଭାବେ ସେ ଦିଗରେ ପ୍ରଚେଷ୍ଟା କରିବା ଉଚିତ।

କଲେଜରେ ପଢ଼ୁଥିବା ସମୟରେ ମୋ ବାପାଙ୍କ ସ୍ବପ୍ନ ଥିଲା ମୁଁ ଓ.ଏ.ଏସ ହୁଅନ୍ତି। ସାମାଜିକ ଯୋଗାଯୋଗରେ ସ୍ନାତକୋତ୍ତର ସମୟରେ ଵିଵାହ ଓ ତାପରେ ୬/୭ ବର୍ଷ ପର୍ଯ୍ୟନ୍ତ ଓ.ଏ.ଏସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯୋଗୁଁ  ଧୀରେ ଧୀରେ ମୋର ଅଭିଳାଷ ଟିକକ ମରିମରି ଗଲା ଓ ସେ ଦିଗରେ ଆଗ୍ରହ ସଂପୂର୍ଣ୍ଣ କମିଗଲା। ମୋର ସବୁ ଅଭିଳାଷ କେନ୍ଦ୍ରିତ ହେଲା ଆଉ ଜଣକୁ ସଫଳ କରିବାର ପ୍ରତିଜ୍ଞା ନେଇ। ସେଥିପାଇଁ ସବୁ ଦୁଃଖ କଷ୍ଟ ଭୁଲି ମୁଁ ଏକାଗ୍ର ଚିତ୍ତରେ ଲକ୍ଷ୍ୟ ପଥରେ ଆଗେଇ ଥିଲି। ସେଥିରେ ସଫଳ ବି ହେଲି, ହେଲେ, ଗୋଟିଏ ଜନ୍ମ ହାରିଯିବା ପାଇଁ।

ଅଭିଳାଷ ବା ଆକାଂକ୍ଷା …ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଟିକିଏ ତଳେଇ କରି ଦେଖିଲେ ଜାଣି ପାରିବା ଏହା ଆମର ବ୍ୟକ୍ତିଗତ ବ୍ୟବହାର ଓ ମୁଲ୍ୟବୋଧ ଉପରେ ସମ୍ପୂର୍ଣ୍ଣ ଭାବେ ପର୍ଯ୍ୟବେସିତ ଅଟେ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେଭଳି ହୁଏ ନାହିଁ। ଯେତେବେଳେ ଉଚ୍ଚାଭିଳାଷ ପାଇଁ କୌଣସି ବ୍ୟକ୍ତି ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ସମ୍ପର୍କଠାରୁ ଦୂରେଇ ଯାଆନ୍ତି ବା ସେମାନଙ୍କୁ ଉପେକ୍ଷା କରନ୍ତି ସେତେବେଳେ ସେ  ଆସ୍ତେଆସ୍ତେ ସେ ସମ୍ପର୍କ ଗୁଡିକୁ ହରାଇ ବସନ୍ତି। ତେଣୁ, ଉଚ୍ଚ ଅଭିଳାଷ ସହିତ ବ୍ୟକ୍ତିଗତ ମୂଲ୍ୟବୋଧକୁ ନେଇ ନିଜ ଭିତରେ ଏକ ମୂଲ୍ୟାଙ୍କନ କରିବା ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ। ତାଛଡା ନିଜର ସାମର୍ଥ୍ୟର ମୂଲ୍ୟାଙ୍କନ, ଅପଚୟ କରୁଥିବା ସମୟ, ଅର୍ଥ, ଜ୍ଞାନ କୌଶଳର ମୂଲ୍ୟାଙ୍କନ ବି କରାଯିବା ଉଚିତ। ବେଳେବେଳେ ଆଖି ବନ୍ଦ କରି , ସ୍ଥିର ମୁଦ୍ରାରେ ନିଜର ଅଭିଳାଷ ପୂର୍ଣ୍ଣ  କରିବାର ରାସ୍ତାରେ ପ୍ରତ୍ୟେକ ଦୃଶ୍ୟପଟର ଆଗମନ ଓ ପ୍ରସ୍ଥାନକୁ  ଭଲ ଭାବେ ନିରୀକ୍ଷଣ କରିବା ଉଚିତ।

ଉଚ୍ଚାଭିଳାଷ …ସମୟ ଓ ସ୍ଥିତିକୁ ନେଇ ବଦଳି ଯାଇପାରେ।ଉଚ୍ଚ ଅଭିଳାଷ ବା ଏକ ସ୍ଥିର ଲକ୍ଷ୍ୟ ନିର୍ଦ୍ଧାରଣ ଏକ ସକାରାତ୍ମକ ଆଭିମୁଖ୍ୟ ଯେ କୌଣସି  ବ୍ୟକ୍ତିର ପୁରୁଷ ଓ ମହିଳା ନିର୍ବିଶେଷରେ ସମସ୍ତଙ୍କର ହୋଇପାରେ। ଏହା ସକାରାତ୍ମକ ଥିଲେ ଲକ୍ଷ୍ୟ ଆଡକୁ ଅଗ୍ରସର ହେଲା ବେଳେ ଯେତେ ବାଧା ବିଘ୍ନ ଆସିବ ତାକୁ ଆଡେଇ ଯିବା ସହଜ ହୁଏ।

ବିବାହର କିଛି ବର୍ଷ ପରେ ମୋ ଜୀବନର ମୋଡ଼ ବଦଳିଗଲା। ମୃତ ପ୍ରାୟ ମୋର ଆଶା, ଆକାଂକ୍ଷା ପୁଣି ପୁନର୍ଜୀବିତ ହେଲା। ମୁଁ ଦୃଢ଼ ହେଲି, ସଂକଳ୍ପବଦ୍ଧ ହେଲି, ନିଜକୁ ପ୍ରସ୍ତୁତ କଲି ଅନ୍ଧାରରେ ବାଟ ଚାଲିବାକୁ। ନିଜର ଆବଶ୍ୟକତାର ଗୁରୁତ୍ୱ ଅନୁସାରେ ଚିଠା ପ୍ରସ୍ତୁତ କଲି।
ଆକାଶ ଛୁଇଁବାକୁ ହେଲେ, ଆକାଶ ଉଚ୍ଚର ସିଡିଟିଏ ନିଜକୁ ହିଁ ତିଆରି ବାକୁ ପଡିବ। ମାଟିକୁ କାମୁଡି ପଡି ରହିବାକୁ ହେଲେ ମନରେ ଅମାପ ବଳ ଓ ଧର୍ଯ୍ୟ ରଖିବାକୁ ପଡେ।

ଉଚ୍ଚ ଅଭିଳାଷ ପୋଷଣ କରିବା ଏକାନ୍ତ ବ୍ୟକ୍ତିଗତ ହୋଇପାରେ କିନ୍ତୁ ତାକୁ ପୂରଣ କରିବା ରାସ୍ତାରେ ବେଳେବେଳେ ଅନେକ ଲୋକ ଯୋଡି ହୋଇଯାନ୍ତି । ଭାଗ୍ୟ ଓ ଭବିତବ୍ୟ ଅନୁକୂଳ ହେଲେ ମେଣ୍ଟର ବି ମିଳିଯାନ୍ତି , ପରସ୍ପରର ସହଯୋଗ ମାଧ୍ୟମରେ ପରସ୍ପରକୁ ସଫଳତା ଆଡକୁ ଟାଣି ନେବାକୁ ।

ଅଭିଳାଷ କେବଳ ସାମର୍ଥ୍ୟ ଭିତରେ ହିଁ ରହିବ, ଅନେକ ଲୋକଙ୍କ ମତ… ତା ହେଲେ କୁହନ୍ତୁ  କେତେ ଜଣ ଜାଣିଛନ୍ତି ନିଜର ସାମର୍ଥ୍ୟର ସୀମାରେଖା ? କେତେ ଜଣ କହିବେ ସ୍ବପ୍ନ ଦେଖିବାର  ବି ଏକ ସୀମା ଅଛି ?  ଦୂର ଦିଗବଳୟ ଯାଏ ଯଦି ଦୃଷ୍ଟି ନ ଯିବ, ତେବେ ରାସ୍ତା ତିଆରି କେତେବାଟ ଯାଏ ହେବ ?

ଫେସବୁକରେ  ମୋର ପ୍ରିୟ ବନ୍ଧୁ, ପ୍ରିୟ ପାଠକ ମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲି …ଖୁବ ସରଳ ପ୍ରଶ୍ନ ..
ସ୍ତ୍ରୀ ଟିଏ ଉଚ୍ଚଭିଳାଷି ମାନେ କଣ …ମୋତେ ଆଶ୍ଚର୍ଯ୍ୟ କରି ଅଧିକାଂଶ ମତାମତ ନକରାତ୍ମକ ଥିଲା । ସ୍ତ୍ରୀ ଟି ଉଚ୍ଚାଭିଳାଷି ହେବା ଅର୍ଥ ହିଁ ଯେମିତି ଏକ ଅପରାଧ। ମାତ୍ର ଆମେ ଯେତେବେଳେ ଶୁଣୁ ଜଣେ ପୁରୁଷ ଉଚ୍ଚାଭିଳାଷି ବୋଲି ଆମ ଭିତରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସମ୍ମାନବୋଧ ସୃଷ୍ଟି ହୋଇଥାଏ। ଆମେ ଧରିନେଉ ଯେ, ସେ ଯେଉଁ ପ୍ରକାର ଉଚ୍ଚାଭିଳାଷ ପୋଷଣ କରିଛନ୍ତି ତାହା ତାଙ୍କର ନିଜସ୍ୱ ଚେଷ୍ଟାରେ ସଫଳ କରିବାର ସାମର୍ଥ୍ୟ ସେ ରଖନ୍ତି ଓ ସେଥିପାଇଁ ସେ ଯୋଗ୍ୟ ବ୍ୟକ୍ତି। କାହାରି ମନ ମସ୍ତିଷ୍କରେ ଥରଟିଏ ପାଇଁ ଆସେ ନାହିଁ ଯେ, ସେ ଜଣେ ଅପାରଗ ହୋଇ କିପରି ଏହା ଚିନ୍ତା କରୁଛନ୍ତି ?

ମୋ ମତରେ ଅଭିଳାଷ କେବଳ ପ୍ରାଚୁର୍ଯ୍ୟର ହୋଇ ନ ଥାଏ , ସାମାଜିକ ପ୍ରତିଷ୍ଠାର ବି ହୋଇପାରେ, ନିଜ କାମର ଗ୍ରହଣୀୟତା ବି ହୋଇ ପାରେ। ସମୟ ଓ ପରିସ୍ଥିତି ଅନୁସାରେ ଅଭିଳାଷ, ଆକାଂକ୍ଷା ବଦଳି ଯାଇପାରେ।

ଉଚ୍ଚଅଭିଳାଷ କେହି ବି ରଖନ୍ତୁ ସେ ପୁରୁଷ ହୁଅନ୍ତୁ ବା ନାରୀ, ଯଦିଓ ଏହା ବ୍ୟକ୍ତି କେନ୍ଦ୍ରିକ କିନ୍ତୁ ପରିବାର ଓ ସମାଜକୁ କୌଣସି ଭାବରେ ( ନକରାତ୍ମକ ଭାବେ) ପ୍ରଭାବିତ କରିବା ଅନୁଚିତ। କିଛି ନକରାତ୍ମକ ଅଭିଳାଷ ଯାହା ଅନ୍ୟକୁ ଶାରୀରିକ ଭାବେ, ମାନସିକ ଭାବେ, ଭାବନାତ୍ମକ ଦିଗରୁ, ମନସ୍ତତ୍ଵିକ ଭାବେ, ଆର୍ଥିକଭାବେ ଏବଂ ଧାର୍ମିକ ଭାବନାକୁ ଆଘାତ କରୁଥିବ ସେଥିରୁ ନିଶ୍ଚିତ ଭାବେ ବିରତ ରହିବା ଉଚିତ। ତା ସହିତ, ଭବିଷ୍ୟତର ସୁନେଲି ସ୍ବପ୍ନ ପାଇଁ ଆମ ବର୍ତ୍ତମାନକୁ  ଆମଠୁ ଦୁରେଇ ଦେଉ ନ ଥିବ ଯେମିତି।

ଅଭିଳାଷ ଓ ଇଚ୍ଛା ଦୁଇଟି ଶବ୍ଦ ବ୍ୟକ୍ତିଗତ ସ୍ତରରେ ବିଶେଷ ଭାବେ ବ୍ୟବହୃତ ହୁଏ ମୁଁ ଆଗରୁ କହିଛି କିନ୍ତୁ ଅଭିଳାଷ ନ ଥାଇ ମଧ୍ୟ ପରିବେଶ ଓ ପରିସ୍ଥିତି ଚାପରେ ଜଣେ ଭୂଲ ନିଷ୍ପତ୍ତି ନେଲେ ତାର ଫଳାଫଳ ଭୟାବହ ହୋଇପାରେ। ଏହା ଲେଖିବାର ଅର୍ଥ ହେଲା କୌଣସି ବ୍ୟବହାରିକ ତ୍ରୁଟି, ଅବୁଝାମଣା, ପୂର୍ବ ସର୍ତ୍ତର ଅବମାନନା, ଅସହିଷ୍ଣୁତା, ଅପ୍ରେମ ଯୋଗୁଁ କଳୁଷିତ ହେଉଥିବା ସମ୍ପର୍କ ଓ ତା ପରେ ସଂଗଠିତ ହେଉଥିବା ଅପରାଧ କୁ କେବେହେଲେ ଉଚ୍ଚାଭିଳାଷ ବୋଲି କୁହାଯାଇ ପାରିବ ନାହିଁ। ସମ୍ପର୍କଟିଏ ଗଢି ଉଠିଲା ବେଳେ କିଛି ଅଲିଖିତ ସର୍ତ୍ତ ସେଥିରେ ନିହିତ ଥାଏ। ଧୀରେଧୀରେ  ପୁରୁଣା ହେଲେ ଏବଂ ଲୋକ ଚରିତ୍ର ବଦଳି ଗଲେ ଅନ୍ତରଙ୍ଗତା ଗୁରୁତ୍ୱ ହରାଏ ତା ପରେ ଶକ୍ତିଶାଳୀ ଲୋକ ( ମହିଳା ହୁଅନ୍ତୁ ବା ପୁରୁଷ) ଜଣକ ନିଜର ସମସ୍ତ ଇଚ୍ଛା ଅନ୍ୟ ଉପରେ ଲାଦିବାର ଦାମ୍ଭିକତା ଦେଖାନ୍ତି। ତାକୁ ବିରୋଧ କଲେ, ଅପର ଲୋକଟି ଅପରାଧିକ ମନୋବୃତ୍ତିର ହୋଇଥିଲେ  ହତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ। ଖବରକାଗଜ ଲେଉଟାଇଲା ମାତ୍ରେ ଏହା ପ୍ରତି ଦିନର ଖବର ହେଲାଣି ଏବେ। ସମ୍ପର୍କ ଯେତେବେଳେ ଅସମ୍ପର୍କ ହୁଏ, ଏହା ଖୁବ ଜଟିଳ ହୋଇପଡେ, ତେଣୁ ସାବଧାନ ହେବା ନିହାତି ଜରୁରୀ ।

ମହିଳା ମାନଙ୍କୁ ମୋର ବିଶେଷ ଅନୁରୋଧ ସମସ୍ତଙ୍କ କଥା ଶୁଣନ୍ତୁ କିନ୍ତୁ ବିବେକ ଖଟାଇ କାମ କରନ୍ତୁ। ବିନା ପରିଶ୍ରମରେ ବା ଅକାରଣରେ ମିଳୁଥିବା ପ୍ରଶଂସା, ପ୍ରେମ, ପୁରସ୍କାର, ସାହାଯ୍ୟ, ସହଯୋଗ, ସଫଳତା, ଖ୍ୟାତି କେବେହେଲେ ତୁମ ନିଷ୍ଠାର ଫଳ ନୁହେଁ ତେଣୁ ତାଠୁ ଦୁରେଇ ରୁହନ୍ତୁ …ସୁରକ୍ଷିତ ରୁହନ୍ତୁ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com