• About
  • Contact
Wednesday, July 22, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବୁଲା କୁକୁର ଓ ପ୍ରାଣୀଙ୍କ ଯୋଗୁଁ ସମସ୍ୟା

Share on FacebookShare on TwitterShare on Whatsapp

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁପାଳନ କରିବେ ସରକାର

ଭୁବନେଶ୍ୱର: ୪/୧- ରାଜ୍ୟରେ ବୁଲା କୁକୁର, ଗାଈ ଗୋରୁ ଆଦି ପ୍ରାଣୀଙ୍କ ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଚେତନତା ମୂଳକ କାର୍ଯ୍ୟକ୍ରମ ସହ ପ୍ରାଥମିକ ଚିକିତ୍ସା ତୁରନ୍ତ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବୁଲା କୁକୁରମାନଙ୍କ ଉତ୍ପାତ ଯୋଗୁଁ ନୂଆଦିଲ୍ଲୀ ସମେତ ଦିଲ୍ଲୀର ବିଭିନ୍ନ ଅଂଚଳରେ ଶିଶୁମାନଙ୍କୁ ମୂଲ୍ୟ ଦେବାକୁ ପଡ଼ୁଥିବା ସମ୍ପର୍କରେ ଏକ ଜାତୀୟସ୍ତରୀୟ ସମ୍ବାଦପତ୍ରରେ ପ୍ରକାଶିତସଂବାଦକୁ ଭିତ୍ତିକରି ସର୍ବୋଚ୍ଚ ନ୍ୟାୟାଳୟ ଗତ୨୦ଜୁଲାଇ୨୦୨୫ରେ ନିଜଆଡ଼ୁ ଏକ ମାମଲା ଆରମ୍ଭ କରିଥିଲେ । ଏହ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ ଏବଂ ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ଏଥି ନେଇ କି କି ପଦକ୍ଷେପ ନିଆଯାଇଛି ଓ ନିଆଯାଉଛି, ସେ ସମ୍ପର୍କରେ ବୈଠକରେ ମୁଖ୍ୟ ଶାସନ ସଚିବ ଆଲୋଚନାକରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ପଶୁମାନଙ୍କ ପ୍ରତି ସମସ୍ତେ ଦୟାଭାବ ପ୍ରଦର୍ଶନ କରିବା ଆବଶ୍ୟକ । କିନ୍ତୁ ମଣିଷମାନଙ୍କର ଜୀବନର ସୁରକ୍ଷା ଆମର ପ୍ରାଥମିକତା ରହିବ । ସେଥିପାଇଁ ଉଭୟ ପ୍ରାଣୀ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସଠିକ୍ ଭାବେ ଅନୁପାଳନ କରିବାକୁ ସମ୍ପୃକ୍ତ ସମସ୍ତ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସମେତ ବିଭିନ୍ନ ସ୍ତରରେ ଏଥିନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ଏବଂ କୁକୁର କାମୁଡିଲେ ତୁରନ୍ତ ପ୍ରାଥମିକ ଚିକିତ୍ସାଉପଲବ୍ଧ କରାଇବା ପ୍ରତି ସେ ଗୁରୁତ୍ୱ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Economy

ODISHA APPROVES ₹4,573CRORE INVESTMENT, CREATING

by ସଂକ୍ଷିପ୍ତ ଖବର
July 21, 2026

22,873 EMPLOYMENT OPPORTUNITIES • 23 investment proposals approved across 11 districts Bhubaneswar:21/7-The Government of Odisha, under the leadership of Chief...

Read more

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

ବାସ୍ତବ ସତ୍ୟକୁ ଲୁଚାଉଛନ୍ତି ସରକାର:ବିଜେଡି

July 20, 2026

ରଥଯାତ୍ରା-କେଉଁଟି ସତ ?

July 17, 2026

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com