ଭୁୁବନେଶ୍ୱର:27/11/2024- ଛଅମାସ ଛୁଟିରେ ଥିବା ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଉ ୬ ମାସ ଛୁଟି ପାଇଁ ତାଙ୍କର ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଦେଇଥିଲେ । 27 ତାରିଖରେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା । ସେ କାର୍ଯ୍ୟରେ ଯୋଗଦେବେ ନା ନାହିଁ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏସବୁର ଅବସାନ ଘଟିଛି। ସୁଜାତା କାର୍ଯ୍ୟକ୍ଷେତ୍ରକୁ ଫେରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ତାଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି।
