
ଭୁବନେଶ୍ୱର:୧୧/୧୧-ସ୍ୱାମୀ ପ୍ରଣବାନନ୍ଦଙ୍କ ଦ୍ୱାରା ଅନ୍ତର୍ଜାତୀୟ ପଞ୍ଜକୃତ ସେବା ପ୍ରତିଷ୍ଠାନ ଭାରତ ସେବାଶ୍ରମ ସଂଘ ପ୍ରତିଷ୍ଠା କରାଯାଇଛି। ଏହି ପ୍ରତିଷ୍ଠାନର ବର୍ତ୍ତମାନ ଅଧ୍ୟକ୍ଷ ଅଛନ୍ତି ୯୯ ବର୍ଷ ବୟସ୍କ ଶ୍ରୀମତ ସ୍ୱାମୀ ମାଧବାନନ୍ଦଜୀ ମହାରାଜ। ବୁଧବାର (୧୨ ତାରିଖ)ସନ୍ଧ୍ୟା ସମୟରେ ଭାରତ ସେବାଶ୍ରମ ସଂଘ ୩୪ ଉଦୟଗିରି ବିହାର, ପାତ୍ରପଡା, ଭୁବନେଶ୍ୱରରେ ସେ ପଦାର୍ପଣ କରିବେ। ତାଙ୍କ ସହ ସଂଘର ଯୁଗ୍ମ ସମ୍ପାଦକ ସ୍ୱାମୀ ଧ୍ୟାନେଶାନନ୍ଦଜୀ ମହାରାଜ ଆସୁଛନ୍ତି । ସେ ଏଠାରେ ଗୋଟିଏ ଦିନ ରହି ପରଦିନ ପୁରୀସ୍ଥିତ ଭାରତ ସେବାଶ୍ରମ ସଂଘର ଏକଶତ ବର୍ଷ ଅନୁଷ୍ଠାନରେ ଯୋଗ ଦେବେ। ଭୁବନେଶ୍ୱର ଭକ୍ତ ଓ ଶିଷ୍ୟମାନେ ସ୍ୱାମୀଜୀଙ୍କୁ ଆସି ଦର୍ଶନ କରିପାରିବେ। ମୋବାଇଲ ନମ୍ବର ୯୪୧୦୪୪୫୦୬୫ ରେ ଯୋଗାଯୋଗ କରିବାକୁ କୁହାଯାଇଛି ।