• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

‘ଏ ମାଟିର ଡାକ’ ପୁସ୍ତକର ଇଂରାଜୀ ଅନୁବାଦ ‘ଦି କଲ୍ ଅଫ୍ ଦି ମଦରଲାଣ୍ଡ’ ଲୋକାର୍ପିତ

‘ଏ ମାଟିର ଡାକ’ ପୁସ୍ତକର ଇଂରାଜୀ ଅନୁବାଦ ‘ଦି କଲ୍ ଅଫ୍ ଦି ମଦରଲାଣ୍ଡ’ ଲୋକାର୍ପିତ
Share on FacebookShare on TwitterShare on Whatsapp

-ବିଶ୍ୱଭୂଷଣଙ୍କ କୃତି ଓ କୀର୍ତ୍ତି ପ୍ରେରଣାର ଉତ୍ସ ହୋଇ ରହିବ–ରାଜ୍ୟପାଳ

-ଓଡିଆ ଅସ୍ମିତାକୁ ସୁଦୂର ପ୍ରସାରୀ କରିବାକୁ ବିଶ୍ୱଭୂଷଣଙ୍କ ଆହ୍ୱାନ

ଭୁବନେଶ୍ୱର:୮/୫– ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ପ୍ରବୀଣ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟିର ଡାକ’ର ଇଂରାଜୀ ଅନୁବାଦ ‘ଦି କଲ୍ ଅଫ୍ ଦି ମଦରଲାଣ୍ଡ’କୁ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ୮ ତାରିଖରେ ଲୋକାର୍ପିତ କରିଛନ୍ତି। ଜୟଦେବ ଭବନ ପ୍ରେକ୍ଷାଳୟଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଅନୁବାଦିତ ପୁସ୍ତକକୁ ଲୋକାର୍ପିତ କରିବା ସହିତ ବିଶ୍ୱଭୂଷଣଙ୍କ କୃତି ଓ କୀର୍ତ୍ତିିର୍ ଆଗାମୀ ପୀଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି।
ରାଜ୍ୟପାଳ କହିଥିଲେ, ଶ୍ରୀହରିଚନ୍ଦନ ସମୃଦ୍ଧ ସାହିତ୍ୟିକ ପରମ୍ପରାର ଜଣେ ପ୍ରବୀଣ ଲେଖକ ଓ ଯଶ୍ୱସୀ ବକ୍ତା। ତାଙ୍କ ରଚିତ ଅନେକ ପୁସ୍ତକ ଇତିହାସ, ରାଜନୀତି ଏବଂ ସମାଜ ପ୍ରତି ଥିବା ତାଙ୍କର ଗଭୀର ଅନୁଶୀଳନ ଓ ସଂପର୍କକୁ ପ୍ରତିଫଳିତ କରେ। ଏହିସବୁ ପୁସ୍ତକ ପାଠକୀୟ ପ୍ରଶଂସା ଲାଭ କରିବା ଗୌରବର କଥା। ‘କଲ୍ ଅଫ୍ ଦି ମଦରଲାଣ୍ଡ’ ପୁସ୍ତକରେ ପ୍ରବନ୍ଧଗୁଡ଼ିକ ଭାବ ଉଦ୍ରେକକାରୀ। ବିଶେଷକରି ଏହା ଓଡ଼ିଶାର ଐତିହାସିକ ଏବଂ ସମସାମୟିକ ବାସ୍ତବତାକୁ ପ୍ରତିଫଳିତ କରୁଛି। ଓଡିଶାରେ ସାମାଜିକ ପରମ୍ପରାର ଗର୍ବିତ ଇତିହାସ ଏବଂ ପାଇକ ବିଦ୍ରୋହ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭଳି ପ୍ରବନ୍ଧଗୁଡ଼ିକ ଅତୀତର ଦୃଢ଼ ଗୌରବର ଭାବନା ଜାଗ୍ରତ କରେ। ଓଡିଶାରେ ମହାବାତ୍ୟାର ତାଣ୍ଡବଲୀଳା ଏବଂ ପରେ ଏହାର ପୁନଃନିର୍ମାଣ ବିଷୟରେ ତାଙ୍କର ବର୍ଣ୍ଣନା ଲୋକଙ୍କ ଅଦମ୍ୟ ମନୋଭାବ ବିଷୟରେ ଅନେକ କିଛି କୁହେ।


ହକି ମହାକୁମ୍ଭ ଭଳି ପ୍ରବନ୍ଧଗୁଡ଼ିକ ଓଡିଶାର ସାଂସ୍କୃତିକ ଏବଂ କ୍ରୀଡ଼ା ପୁନରୁତ୍ଥାନକୁ ଜାଜ୍ଜୁଲ୍ୟମାନ କରୁଥିବା ବେଳେ, ଗଣତନ୍ତ୍ର ପ୍ରତି ବିପଦ ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଦେବା ପାଇଁ ଏକ ସମୟୋଚିତ ଚେତାବନୀ ଭାବେ କାର୍ଯ୍ୟ କରେ। ବିପଦରେ ମାନବାଧିକାର ପ୍ରବନ୍ଧଟି ଅନୁରୂପ ଭାବରେ ଆକର୍ଷଣୀୟ ହୋଇଛି। ଯାହା ମୌଳିକ ଅଧିକାର କ୍ଷୟ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ନିରନ୍ତର ସତର୍କତାର ଜରୁରୀ ଆବଶ୍ୟକତା ବିଷୟରେ ଗମ୍ଭୀର ଚିନ୍ତାଧାର ପ୍ରକାଶ କରୁଛି ବୋଲି ରାଜ୍ୟପାଳ କହିଥିଲେ।
ଏତଦ୍‌ବ୍ୟତୀତ ଶ୍ରୀ ହରିଚନ୍ଦନଙ୍କ ଲେଖାରେ ତାଙ୍କର ସ୍ପଷ୍ଟ ଚିନ୍ତାଧାରା ପ୍ରକାଶ କରିବାରେ ସ୍ପଷ୍ଟତା ରହିଛି। ଲେଖାଗୁଡ଼ିକ ନିର୍ଭୀକ ସଚ୍ଚୋଟତା, ଗଠନମୂଳକ ସମାଲୋଚନା ଏବଂ ସମାଜର ବିବେକକୁ ଜାଗ୍ରତ କରିବା ସହ ମାତୃଭୂମିର ଉନ୍ନତି ପାଇଁ ସେବା କରିବାର ଦିଗ ପ୍ରତିଫଳିତ କରିଛି। ତାଙ୍କ ପ୍ରବନ୍ଧ ମାଧ୍ୟମରେ ସେ କେବଳ ସୂଚନା ଦେଇନାହାନ୍ତି, ବରଂ ପ୍ରେରଣା ଦେଇଛନ୍ତି। ନ୍ୟାୟପୂର୍ଣ୍ଣ, ସମାବେଶୀ ଏବଂ ସ୍ୱାବଳମ୍ବୀ ଓଡିଶା ଗଠନରେ ପ୍ରତ୍ୟେକ ନାଗରିକ, ନେତା ଏବଂ ଅନୁଷ୍ଠାନର ଭୂମିକା ଏବଂ ଦାୟିତ୍ୱ ସମ୍ପର୍କରେ ସେ ଲେଖା ମାଧ୍ୟମରେ ଏସବୁ ମନେ ପକାଇ ଦେଇଛନ୍ତି। ତାଙ୍କ ଅଭିଜ୍ଞତା ଏବଂ ଆଶା, ସ୍ମୃତି ଏବଂ ସଂକଳ୍ପର ସ୍ୱର ତାଙ୍କ କଲମ ମାଟିର ଆତ୍ମାକୁ ଛୁଇଁଛି। ଏହା ଲୋକଙ୍କୁ ଆତ୍ମ ନିରୀକ୍ଷଣ କରି ଗର୍ବ ଏବଂ ନୂତନ ଭାବନା ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି। ତାଙ୍କ ବାର୍ତ୍ତାକୁ ହୃଦୟଙ୍ଗମ କରି ଏକ ବିକଶିତ ଓଡିଶା–ବିକଶିତ ଭାରତ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ‘ଏ ମାଟିର ଡାକ’ର ଇଂରାଜୀ ଅନୁବାଦ ଉନ୍ମୋଚନ କରିବା ସହିତ ସେ ବିଶ୍ୱଭୂଷଣ ହରିଚନ୍ଦନଙ୍କର ନିରନ୍ତର ଉଜ୍ଜ୍ୱଳତାରେ ପରିପୂର୍ଣ୍ଣ ଦୀର୍ଘ ଜୀବନ କାମନା କରିଥିଲେ।


ଶ୍ରୀ ହରିଚନ୍ଦନ ବକ୍ତବ୍ୟ ରଖି ପୁସ୍ତକ ରଚନାରେ ନିଜର ମାର୍ମିକ ଭାବନା, ଅନୁଭବ ଓ ଉପଲବ୍ଧି ସଂପର୍କରେ ଅବତାରଣା କରିବା ସହ ଓଡିଆ ଜାତିକୁ ଆଗକୁ ନେବା ପାଇଁ ଓଡିଆ ଅସ୍ମିତାକୁ ସୁଦୂର ପ୍ରସାରୀ କରିବାକୁ ଆହ୍ୱାନ ଦେଇଥିଲେ। ଏତଦ୍‌ବ୍ୟତୀତ ସର୍ବଦା ସ୍ପର୍ଦ୍ଧା, ସ୍ୱାଭିମାନର ସହ କାର୍ଯ୍ୟ କରି ଓଡିଆ ଜାତିର ଗୌରବକୁ ରୁଦ୍ଧିମନ୍ତ କରିବା ପାଇଁ ସମସ୍ତେ ଜାତୀୟତାବୋଧରେ ଉଦ୍‌ବୁଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ। ଏହି ସମାରୋହରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଲେଖକ ବିଜୟାନନ୍ଦ ସିଂହ, ଅନୁବାଦକ ବିଜୟ କୁମାର ନନ୍ଦ, ଶିକ୍ଷାବିତ ଯତୀନ୍ଦ୍ର କୁମାର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଦ୍ୟାପୁରୀ ପବ୍ଲିକେସନର ଜୀବାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com