ଭୁବନେଶ୍ୱର25/2 – ଓଡିଶା ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସହଯୋଗରେ ଦ୍ୱିତୀୟ କୋଷାଧିକାରୀ କର୍ମଶାଳା ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ସ୍ୱାଗତ ଭାଷଣ ଦେବା ଅବସରରେ ଏହି କର୍ମଶାଳାର ଆୟୋଜନ ସମ୍ପର୍କରେ ଆଲୋକପାତ କରିବା ସହ ମହାଲେଖାକାର କାର୍ଯ୍ୟାଳୟ ଓ କୋଷାଗାର ସମୁଖୀନ ହେଉଥିବା ବିବିନ୍ନ ତ୍ରୁଟି ସମାଧାନ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।
ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତାଙ୍କ ଉଦଘାଟନୀ ଅଭିଭାଷଣରେ ଅବସର ଦିନ ଯେପରି ଅବସରପ୍ରାପ୍ତ କର୍ମଚାରୀ ପେନସନ ପାଇଁ ଅବସରର 3ମାସ ଆଗରୁ ଯେପରି ସେମାନଙ୍କର ଏଜି କାର୍ଯ୍ୟାଳୟରେ ପହଂଚିବାକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଥିଲେ। ଆସନ୍ତା ମେ ମାସରେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ଅବସରକାଳୀନ ପ୍ରାପ୍ୟ ଆବେଦନପତ୍ର ମାର୍ଚ୍ଚ 31 ସୁଦ୍ଧା ଏଜି କାର୍ଯ୍ୟାଳୟରେ ପହଂଚିବ। ପେନସନ ପ୍ରଦାନରେ ଏଜି ଓଡିଶା ଦେଶରେ ପ୍ରଥମ କାର୍ଯ୍ୟାଳୟ ଭାବେ ସମ୍ମାନିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଏହାସହିତ ରାଜ୍ୟ ସରକାର ନୂତନ ଆଇଟି ଓ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଥିବାରୁ ଏହାର ସଦୁପଯୋଗ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଜନସାଧାରଣ ଟ୍ରେଜେରି ଚାଲାଣ ପାଇଁ ଯେପରି ଘଣ୍ଟା ଘଣ୍ଟା ଧରି ଟ୍ରେଜେରି ଓ ବ୍ୟାଙ୍କ ଆଗରେ ଠିଆ ନ ହେବା ପାଇଁ ମୋବାଇଲ ଆପ ଡେଭେଲପ କରାଯିବ ବୋଲି ସେ କହିଥିଲେ।
ପ୍ରଧାନ ମହାଲେଖାକାର ଡି. ସାହୁ ଦେଶରେ Arjun ଏଜି ଉଚ୍ଚକୋଟିର ସେବା ପ୍ରଦାନ କରୁଥିବାରୁ ବିଗତ ଦୁଇ ବର୍ଷ ଧରି ପୁରସ୍କୃତ ହେଉଛି ପ୍ରକାଶ କରିଥିଲେ। ଆଜି ବିଭିନ୍ନ ରାଜ୍ୟର ଏଜି କାର୍ଯ୍ୟାଳୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡିଶା ଏଜି ବିଶ୍ୱସ୍ତରୀୟ ସେବା ଯୋଗାଇବା ସହ କାଗଜ ବିହୀନ କାର୍ଯ୍ୟାଳୟ ଭାବେ ଦେଶରେ ପ୍ରଥମ ହେବ ବୋଲି କହିଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତେ IFMS ର ସଦୁପଯୋଗ କରିବାକୁ ଅନୁରୋଧ କରିବା ସହ ରାଜ୍ୟ ସରକାରଙ୍କ ସହଯୋଗ କାମନା କରିଥିଲେ।
ଡିଡିଓଙ୍କ ଏକାଉଣ୍ଟରେ ପାଣ୍ଠି ପଡିରହିବା, ଏକାଉଣ୍ଟସରେ ଭୁଲ ବର୍ଗୀକରଣ, ବିଫଳ କାରବାର ତ୍ରୁଟି ସୁଧାର ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ବିତ୍ତ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ ଚନ୍ଦ୍ର ତ୍ରିପାଠୀ, ଯୁଗ୍ମ ଶାସନ ସଚିବ ଅନୀଲ ପୁରୋହିତ, କୋଷାଗାର ନିର୍ଦେଶକ ରୂପ ନାରାୟଣ ଦାଶ, IFMS ନିର୍ଦେଶକ ଦୀପଙ୍କର ସାହୁ, କିଶୋର ନାୟକ,ବରିଷ୍ଠ ଲେଖାଧିକାରୀ ଅଶୋକ କୁମାର ମିଶ୍ର,କୃଷ୍ଣ ଚନ୍ଦ୍ର ସାହୁ, ସରୋଜ କୁମାର ବେହେରା, ଅଞ୍ଜନ କୁମାର ମହାନ୍ତି, ସହକାରୀ ଲେଖାଧିକାରୀ ଭାରତୀ ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କର୍ମଶାଳା ଶେଷରେ ଉପ ମହାଲେଖାକାର ଏକାଉଣ୍ଟସ ବିକାଶ କୁମାର ଧନ୍ୟବାଦ ପ୍ରଦାନ କରିଥିଲେ।