ଭୁବନେଶ୍ୱର-୧୩/୧୧-ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲାପାଳ ଓ ଏସପି ସମ୍ମିଳନୀ ଅନୁଷ୍ଠିତ ହେବ। ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ସରକାରୀ ଯୋଜନା ଓ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ସମସ୍ତ ଜିଲାର ଜିଲାପାଳ ଓ ଏସପି ଉପସ୍ଥିତ ରହିବେ। -ପରୀକ୍ଷା ପରିଚାଳନରେ ବିଭ୍ରାଟ ସନ୍ଦେହ
ହାଇକୋର୍ଟର ଏଏସଓ ମୁଖ୍ୟ ପରୀକ୍ଷା ବାତିଲ
-ସାନି ପରୀକ୍ଷା ଡିସେମ୍ବର ୭ରେ
ଭୁବନେଶ୍ୱର-୧୩/୧୧-ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ପରୀକ୍ଷାକୁ ହାଇକୋର୍ଟ ବାତିଲ କରିଛନ୍ତି। ପରୀକ୍ଷା ପରିଚାଳନରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ଏହାକୁ ବାତିଲ କରାଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଡିସେମ୍ବର ୭ ତାରିଖରେ ସାନି ପରୀକ୍ଷା କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏଏସଓ ପଦ ପାଇଁ ପ୍ରାଥମିକ ପରୀକ୍ଷାରେ ୭୧୧୩ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହୋଇଥିଲେ।
ପରୀକ୍ଷା ପରିଚାଳନା କରୁଥିବା ଏଜେନ୍ସିର କାର୍ଯ୍ୟକଳାପକୁ ନେଇ ହାଇକୋର୍ଟ ସନ୍ଦେହ ପ୍ରକାଶ କରିଥିଲେ। ଫଳରେ ଏହି ପରୀକ୍ଷା ବାତିଲ କରାଯାଇଛି।