ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର


ଭୁବନେଶ୍ୱର:25/7-କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଏହି କରିତକର୍ମା ବାବୁଙ୍କର ଦରମା ୭୬ ହଜାର ୮୮୦ ଟଙ୍କା । କଟିକାଟି ପାଉଛନ୍ତି ୬୯ ହଜାର ୬୮୦ । କିନ୍ତୁ ଘରୁ ବାହାରିଛି ନଗଦ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା। ବ୍ୟାଙ୍କ ଓ ବୀମା ଜମା ରାଶିର ପରିମାଣ ୧ କୋଟି ୩୨ ଲକ୍ଷ ୮୫ ହଜାର ୭୫୪ ଟଙ୍କା। ଏହାବ୍ୟତୀତ ଦେଢ଼ କେଜି ସୁନା ସହିତ ଅନ୍ୟାନ୍ୟ ସଂପତ୍ତି ଠୁଳ କରିଥିବା ଜଣାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଜୟପୁ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ସଂପତ୍ତି ଠାବ କରାଯାଇଛି। ଏକାଧିକ ଘର ସହ ସ୍ୱର୍ଣ୍ଣ ଅଳଙ୍କାର, ସୁନା ବିସ୍କୁଟ ଓ କଏନ ଜବତ ହୋଇଛି ।
ଧରାପଡ଼ିଲେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ସେହିଭଳି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀ ସୌରଭ ତ୍ରିପାଠୀଙ୍କୁ ଭିଜିଲାନ୍ସ ଧରିଛି ସେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଜଣେ ବ୍ୟକ୍ତିଙ୍କ କାମ କରେଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କର ଦୁଇଟି ଠିକଣା ଉପରେ ଚଢ଼ାଉ କରିଛି। ସୌରଭ ୨୦୨୪ ମାର୍ଚ୍ଚ ମାସରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲେ।