ଭୁବନେଶ୍ୱର:3/12/2024- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର 3 ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବେ I ଭୁବନେଶ୍ୱରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ I 4 ତାରିଖରେ ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ Iପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75ତମ ବାର୍ଷିକ ଉତ୍ସବରେ ଯୋଗଦେବେ I ସେହିଦିନ ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହ ଓ ସମରକୌଶଳ ପ୍ରଦର୍ଶନରେ ଉପସ୍ଥିତ ରହିବେ I 5 ତାରିଖରେ ଓୟୁଏଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ଭୁବନେଶ୍ୱର ନ୍ୟାୟିକ ଅଦାଲତ ନୂଆ ଅଟ୍ଟାଳିକା ଉଦଘାଟନ କରିବେ I 7 ତାରିଖରେ ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଛି I ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି ହୋଇଛି I

