• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନାରୀବାଦ-ଏକ ଅନୁଭବର କଥା

Share on FacebookShare on TwitterShare on Whatsapp

-ସୁସ୍ମିତା ବେହେରା

କିଛି ବର୍ଷ ଆଗରୁ ପାରିବାରିକ ହିଂସାକୁ ନେଇ ଜଣେ ଉଚ୍ଚପଦସ୍ଥ ପୋଲିସ ଅଫିସରଙ୍କ ସହିତ ଆଲୋଚନା କରିଥିଲି। କୌଣସି ଅସ୍ତ୍ରରେ ଆଘାତ କରିବା, ମାଡ଼ ମାରିବା, ଲହୁ ଲୁହାଣ କରିବା କେବଳ ହିଂସା ନୁହେଁ। ଜଣେ ସ୍ତ୍ରୀ କୁ ସ୍ୱାମୀ ଓ ପରିବାରର ଅନ୍ୟମାନେ ଉପଯୁକ୍ତ ସହଯୋଗ ନ କରିବା ( ଆର୍ଥିକ, ସାମାଜିକ), ତା ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିବା, ଉପେକ୍ଷା କରିବା, ଆକ୍ଷେପ କରି କଷ୍ଟ ଦାୟକ କଥା କହିବା , ଗୋଟିଏ ଛାତ ତଳେ ରହି ଅପରିଚିତ ପରି ଆଚରଣ କରିବା… ଏସବୁ ଭୟଙ୍କର ମାନସିକ ଉତ୍ପୀଡ଼ନ ର ଗୋଟିଏ ଗୋଟିଏ ଉଦାହରଣ, ଯାହାର ପ୍ରମାଣ ତା ପାଖରେ ସଂଗ୍ରହ କରିବା କଷ୍ଟକର ହୋଇଥାଏ । ଏସବୁ ମାନସିକ ଉତ୍ପୀଡ଼ନ ଗୋଟିଏ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଲୋକ ସହିପାରେ ତା ପରେ ସେ ବିଦ୍ରୋହୀ ହେବା ସ୍ୱାଭାବିକ। ଦୁଃଖଦ ବିଷୟଟି ହେଲା ଏହା ସ୍ୱାଭାବିକ ଭାବେ ଓ ବହୁଳ ଭାବେ ସମାଜରେ ଘଟି ଚାଲିଛି ।

ଜୁନ, ୨୦୧୮ ରେ ଗ୍ଲୋବାଲ ଥୋମାସ ରିଉଟର ସର୍ଭେ ଯେତେବେଳେ ଘୋଷଣା କଲା ମହିଳା ମାନଙ୍କ ପାଇଁ ଭାରତ ଏକ ଅସୁରକ୍ଷିତ ଦେଶ ସେତେବେଳେ ବାକି ଦେଶ ସମୂହ ପାଇଁ ଏହା ଏକ ଚମକପ୍ରଦ ଓ ଆଶ୍ଚର୍ଯ୍ୟଜନକ ଖବର ଥିଲା ମାତ୍ର ଭରତରେ  ଜନ୍ମିତ ଜଣେ ମହିଳା ନିଜର ସ୍ଥିତି ଓ ପରିସ୍ଥିତିକୁ ଅନୁଧ୍ୟାନ କଲେ ଏହି କଥାର ସତ୍ୟତା ସହଜରେ ଅନୁଭବ କରି ପାରିବେ। ସେଥିପାଇଁ କୌଣସି ସର୍ଭେର ଆବଶ୍ୟକତା ହିଁ ନାହିଁ।

ଆମେ ସମସ୍ତେ ଜାଣୁ ଯେ, ଆମ ସମାଜର ପ୍ରାୟ ୫୦ ପ୍ରତିଶତ ମହିଳା। ସବୁଠୁ ଜଟିଳ କଥାଟି ହେଲା ଭାରତରେ ବିଭିନ୍ନ ଧର୍ମ, ଜାତି, ପରମ୍ପରା ଓ ବିଶ୍ୱାସ ରେ ବନ୍ଧା ଲୋକ ବସବାସ କରନ୍ତି। ଭିନ୍ନ ଭିନ୍ନ ସମୁଦାୟରେ  ମହିଳାମାନଙ୍କ ସ୍ଥିତି ଭିନ୍ନ। ସେ ଯାହା ହେଉନା କାହିଁକି ସ୍ଵାଧିନତା ପରବର୍ତ୍ତୀ କାଳରେ ମହିଳା ଅଧିକାରର ସ୍ୱର କିଛି ସମୟ ପାଇଁ ହଜିଗଲା। ପରେ ପରେ ଆମ ଦେଶର ସମ୍ବିଧାନ ଘୋଷଣା କଲା ଯେ ମହିଳାମାନେ ପୁରୁଷ ଅପେକ୍ଷା ଦୁର୍ବଳ ଶ୍ରେଣୀର ( ଆଜିବି ମହିଳା ମାନଙ୍କୁ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ବିଭାଗରେ ସ୍ଥାନ ମିଳେ) ସେଥିପାଇଁ ସେମାନଙ୍କୁ ଆଗକୁ ବଢ଼ିବାକୁ ସହଯୋଗ ଆବଶ୍ୟକ ଯଦ୍ୱାରା ପାଶ୍ଚାତ୍ୟ ମହିଳାମାନଙ୍କ ପରି ସେମାନଙ୍କୁ ଏତେ କଷ୍ଟ ସ୍ୱୀକାର କରିବାକୁ ପଡିବନାହିଁ । ସମୟକ୍ରମେ ମହିଳାମାନଙ୍କୁ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବେ ଅବିହିତ କରିବା ଆରମ୍ଭ କଲା ସମାଜ।

ଫେମିନିସିମ ବା ନାରୀବାଦ ଏକ ଦୃଢ଼, ପ୍ରଗତିଶୀଳ ଦର୍ଶନ ଓ ଦୃଷ୍ଟିଭଙ୍ଗୀ। ଆମେ ପ୍ରଥମେ ସ୍ୱପ୍ନ ଦେଖି ଜାଣିଲେ ହିଁ ପୂରଣ ପାଇଁ ଚେଷ୍ଟା କରି ପାରିବା। ନାରୀବାଦ ଯଦିଓ ପାଶ୍ଚାତ୍ୟ ଦର୍ଶନତତ୍ତ୍ୱ ଦ୍ୱାରା କିଛି ମାତ୍ରାରେ ପ୍ରଭାବିତ କିନ୍ତୁ ଏହା ଆମ ନିଜ ଦେଶରେ ୧୮୫୦ ମସିହା ବେଳକୁ ଆରମ୍ଭ ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଭାରତରେ ନାରୀବାଦର ଆରମ୍ଭ ପୁରୁଷମାନଙ୍କ ଦ୍ୱାରା ହିଁ ହୋଇଥିଲା । ଏହି ସମୟରେ ସତୀଦାହ ପ୍ରଥାର ଉଚ୍ଛେଦ, ବିଧବା ବିବାହର ପ୍ରଚଳନ, ବାଲ୍ୟ ବିବାହ ବନ୍ଦ କରିବା ସହିତ ସମ୍ପତ୍ତିରେ ନାରୀ ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପରବର୍ତ୍ତୀ କାଳରେ ( ୧୯୧୫-୪୭) ଉପନିବେଶବାଦ ବିପକ୍ଷରେ ମହିଳା ମାନେ ବାପୁଙ୍କ ନେତୃତ୍ୱରେ ଅହିଂସା ଆନ୍ଦୋଳନରେ  ଯୋଗଦେଇ ସ୍ୱାଧୀନତା ସଂଗ୍ରାମକୁ ସଫଳ କରିବାରେ ଅନେକ ସହଯୋଗ କରିଛନ୍ତି ଯାହାର ପ୍ରମାଣ ଆମେ ଇତିହାସରୁ ପାଉ।

ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ (୧୯୪୭-୨୦୧୦) ନାରୀ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତି ବିଶେଷ ଅନୁଭବ କଲେ ଯେ , ବୈଷମ୍ୟତା କେବଳ ନାରୀ ଓ ପୁରୁଷ ଭିତରେ ନାହିଁ ବରଂ ଏହା ବିଭିନ୍ନ ସମୁଦାୟ ଜାତି, ଧର୍ମ, ଭାଷା ଓ ଅର୍ଥନୈତିକସ୍ତରକୁ ନେଇ ମଧ୍ୟ ରହିଛି। ପାରିବାରିକ ହିଂସା, ପିଲା ଉପରେ ଅଧିକାର, ଦୈନିକ ମଜୁରିରେ ଅନ୍ତର, ବିନା ପାରିଶ୍ରମିକରେ କାମ ଏବଂ ଆହୁରି ଅନେକ ସମସ୍ୟାକୁ ନେଇ  ସ୍ୱର ଉତ୍ତୋଳନ କରାଗଲା।  ଏହି ସମୟର ସବୁଠୁ ବଡ଼ ଆହ୍ଵାନ ଥିଲା ଗୋଟିଏ ସମ୍ପ୍ରଦାୟର ମହିଳାମାନଙ୍କ ଅଧିକାରକୁ ନେଇ ସ୍ୱର ଉତ୍ତୋଳନ କଲାବେଳେ ଅନ୍ୟ ସମୁଦାୟରେ ତାହା ସମସ୍ୟା ସୃଷ୍ଟି  ଯେମିତି ନ କରୁ।

 

ନାରୀ କିଏ ? ତାର ଅଧିକାର ର ପ୍ରସଙ୍ଗ କାହିଁକି ? ନାରୀବାଦ ପୁରୁଷ ସହିତ କିପରି ସମ୍ପର୍କିତ ?
ଆମେ ଜାଣୁ ପରିବାରରୁ ସମାଜ, ସମାଜରୁ ରାଷ୍ଟ୍ର। ଆଉ ପରିବାର କହିଲେ ଉଭୟ ନାରୀ ପୁରୁଷ ଙ୍କୁ ନେଇ ଗଠିତ। ନାରୀ ଓ ପୁରୁଷ ଉଭୟ ମଣିଷ କିଛିଟା ଶାରୀରିକ ଗଠନରେ ଭିନ୍ନତା ଥାଏ। କିନ୍ତୁ ସମାଜର ଏକ ଅଲିଖିତ ନିୟମ ଭାବେ ପୁରୁଷ, ମହିଳାମାନଙ୍କୁ ବିଭିନ୍ନ ରୂପରେ ନିଜ ଅଧୀନରେ ରଖିବା ଆରମ୍ଭ କଲା, ମହିଳା ମାନଙ୍କ ସ୍ଵଭାବିକ ଚରିତ୍ର କିପରି ହେବା ଉଚିତ ତାକୁ ମଧ୍ୟ ନିର୍ଦ୍ଧାରିତ କରାଗଲା। ଜଣେ ମହିଳା ଭାବେ ସେ ନମ୍ର, ଭଦ୍ର, ସହିଷ୍ଣୁ, ତ୍ୟାଗୀ, କ୍ଷମାଶୀଳା, ଧର୍ଯ୍ୟଶୀଳା, ଯତ୍ନ ଶିଳା, ସହଯୋଗୀ, ପରିପକ୍ୱ ହେବା ଆବଶ୍ୟକ। ପୁରୁଷ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚରିତ୍ର ଗଠନ ଦିଗରେ ଗୁରୁତ୍ୱ ଆରୋପ କରାଗଲା ନାହିଁ, ଫଳରେ ଗୋଟିଏ ସମାଜରେ ଥାଇ ପୁରୁଷ ଯେଉଁ ସ୍ୱାଧୀନତା, ସମ୍ମାନ ଓ ଅଧିକାର ହାସଲ କରି ପାରିଲା ଜଣେ ନାରୀ ପାଇଁ ତାହା କେବଳ ସ୍ଵପ୍ନ ହୋଇ ରହିଗଲା ଓ ସେ ଏକ ଚାପରେ ରହିଲା।

Oxford Dictionary Defined Feminism as ” Advocacy of the rights of women” ( based on the theory of equality on sexes)
ଫେମିନିସିମ କୁ ନେଇ ସବୁଠୁ ଗ୍ରହଣୀୟ ସଂଜ୍ଞା ଟି ହେଲା ” Awareness of women oppression and exploitation in society, at work, within the family, and conscious action by women and men to change the situation ”
କିଛିକାଂଶ ରେ ମିଡିଆ , କିଛି ଅଖ୍ୟାତ ପୁରୁଷ ଅଧିକାର କର୍ମୀଙ୍କ ନାରୀବାଦ ବିପକ୍ଷରେ ଭୁଲ ଉପସ୍ଥାପନା ଓ ପ୍ରଚାର ଏବଂ ନାରୀବାଦକୁ ଠିକ ଭାବେ ବୁଝି ନ ପାରି କିଛି ନାରୀ ଅଧିକାର କର୍ମୀ ( so called )ଙ୍କ ଦ୍ୱାରା ମଧ୍ୟ ନାରୀବାଦର ମୂଳ ଉଦ୍ଧେଶ୍ୟଠୁ ଭିନ୍ନ ଏକ ନକାରାତ୍ମକ ଦିଗ ଆଡକୁ ଏହାକୁ ଟାଣି ନିଆଯାଉଛି  ବୋଲି ମୋର ଧାରଣା । ଏହା ନାରୀର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ର ପ୍ରସଙ୍ଗ । ଏହା ପୁରୁଷ ବିରୁଦ୍ଧରେ ଲଢେଇ ଆଦୌ ନୁହେଁ ବା ପୁରୁଷ ବିପକ୍ଷରେ ନୁହେଁ।

ନାରୀ ଜଣେ ମଣିଷ ଭାବେ ଖୁସିରେ ବଞ୍ଚିବା ପାଇଁ ପୁରୁଷ ସହିତ ସମାନ ଅଧିକାର ଅପେକ୍ଷା ରଖିବା ଆଦୌ ଅସମାଚୀନ ନୁହେଁ । ଅର୍ଥାତ ତାର ରୁଚି, ଲକ୍ଷ୍ୟ, ଜୀବନ ଶୈଳୀ ସମ୍ପର୍କରେ ସେ ପୁରୁଷ ପରି ମୁକ୍ତ ଚିନ୍ତାଧାରା ରଖିବାର ଅଧିକାର ତାର ରହିବା ଉଚିତ । କାର୍ଯ୍ୟସ୍ଥଳୀରେ ସମାନ ସୁବିଧା ସୁଯୋଗ ମିଳିବା ଉଚିତ। ମହିଳାମାନେ ଉଚ୍ଚ ପଦ ପଦବୀରେ ଖୁଵ କମ ସଂଖ୍ୟକ ଥିବା ଯୋଗୁଁ ପୁରୁଷ ସହକର୍ମୀ ମାନଙ୍କର ଆଚରଣ, ଦୃଷ୍ଟିଭଙ୍ଗୀ ଓ ଉପେକ୍ଷା ବେଳେବେଳେ ଅସହ୍ୟ/ ବିରକ୍ତିକର ହୋଇଥାଏ । ସେମିତି କିଛି ତିକ୍ତ ଅନୁଭୂତି ଅତୀତରେ ମୋତେ ବ୍ୟଥିତ କରିଥିଲା ଓ ମୁଁ ତାର ତୀବ୍ର ବିରୋଧ କରିଥିଲି।

ମହିଳା ଅଧିକାରକୁ ନେଇ ଅନ୍ୟ ରାଜ୍ୟ ତୁଳନାରେ ଦକ୍ଷିଣ ଭାରତର ରାଜ୍ୟ ଗୁଡିକ ଆଗୁଆ। କେରଳରେ ମହିଳା ସାକ୍ଷରତା ହାର ୯୨.୦୭.% ଯାହା ଦେଶରେ ସର୍ବାଧିକ। ତାମିଲନାଡୁ ର ଚେନ୍ନାଇ ସହରରେ ମୁଁ କିଛି ଦିନ ରହିବାର ସୁଯୋଗ ପାଇଥିଲି । ସେଠାରେ ମୁଁ ଦେଖିଛି, ଗୋଟିଏ ସୁରକ୍ଷିତ ବାତାବରଣ ମହିଳା ମାନଙ୍କୁ  ନିଜ ନିଜର ସାମର୍ଥ୍ୟ ଅନୁସାରେ କାମ କରିବା ପାଇଁ କେତେ ଉତ୍ସାହିତ କରିଥାଏ। ସକାଳ ୮ ଟାରୁ ରାତି ୧୦ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ, ବେସରକାରୀ, ଛୋଟ ବଡ଼ ଶିଳ୍ପ ସଂସ୍ଥାରେ କାମ କରିବା ପାଇଁ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଯାଆନ୍ତି। ସେମାନଙ୍କ ର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ମହିଳା ଟ୍ରେନ ଯାତାୟାତ କରେ।

ତୁଳନାତ୍ମକ ଭାବେ ଦକ୍ଷିଣ ଭାରତ ଅପେକ୍ଷା ଭାରତର ଉତ୍ତର,ପୂର୍ବ ଓ ପଶ୍ଚିମ ରାଜ୍ୟ ଗୁଡିକ ନାରୀ ମାନଙ୍କ ପାଇଁ ଅଧିକ ଅସୁରକ୍ଷିତ ଅଟେ।  ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଓ ବ୍ୟବହାରିକ ସୁଶିକ୍ଷା ଅଭାବରେ ବଳାତ୍କାର, ଏସିଡ ଆକ୍ରମଣ, ହିଂସା, ଧମକ ଚମକ,  ଅଶ୍ଳୀଳ କଥାବାର୍ତ୍ତା, ମହିଳାଙ୍କ ପୋଷାକ ଉପରେ ଅସଭ୍ୟ ଟିପ୍ପଣୀ, ଅଶ୍ଳୀଳ ଜୋକ,   ଭିକଟିଂ ବ୍ଲେମିଂ, ପୁଅତ ପୁଅ ପରି ରହିବ , ଝିଅ ନିଜକୁ ସଂଯତ କରି ରହୁ, ଅସୁବିଧା ହେଉଛି ତ ଘରୁ ନ ବାହାରୁ…. ଏପରି ମନୋବୃତ୍ତି ଆପଣେଇ ଏକ ନକାରାତ୍ମକ ପରିବେଶ ସୃଷ୍ଟି କରାଯାଏ। ଥରେ ଭାବନ୍ତୁତ ଯେଉଁ ସୁଶିକ୍ଷା ଆମେ ଝିଅକୁ ଦେଉଛୁ ସେଇ ଶିକ୍ଷା ଆମେ ପୁଅକୁ ବି ଦେଇ ପାରିବା ! ତା ସହିତ ଏସବୁ ଅନ୍ୟାୟକୁ ଯଦି ତୀବ୍ର ବିରୋଧ କରି ପାରବା, ତାହେଲେ ହୁଏତ ରୁଗ୍ଣ ମାନସିକତା ରଖୁଥିବା କିଛି ପୁରୁଷ ନିଜକୁ ବଦଳାଇ ବାକୁ ଟିକିଏ ଯତ୍ନବାନ ହୁଅନ୍ତେ  ଓ ଅପରାଧ ବା ଅତ୍ୟାଚାର କରିବାକୁ ସେମାନଙ୍କ ଭିତରେ ଭୟ ରୁହନ୍ତା।

ନାରୀ/ଝିଅ ଜଣେ ମଣିଷ। ମଣିଷ ଭାବେ ପରିବାରରୁ ଉପଯୁକ୍ତ ଲାଳନ ପାଳନ, ସ୍ନେହ ଆଦର , ଶିକ୍ଷା ସ୍ୱାସ୍ଥ୍ୟ ଗତ ସୁବିଧା ସୁଯୋଗ ସମାନ ଭାବେ ପାଇବାର ତାର ଅଧିକାର ଅଛି ଯାହା ଏଯାବତ ଗରିବ ପରିବାର ଗୁଡିକରେ  ସମ୍ଭବପର ହୋଇ ପାରିନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ କୁ ନେଇ ଆଜିକାଲି ସରକାରଙ୍କ ଅନେକ ମାଗଣା ପ୍ରକଳ୍ପ/ଯୋଜନା ଥିଲେ ମଧ୍ୟ ଏବଂ ଅର୍ଥର ଅଭାବ ବିଶେଷ ଭାବେ ନ ଥିଲେ ମଧ୍ୟ ସାଂସ୍କୃତିକ ଓ ବିଚାରଗତ ତାରତମ୍ୟ ବା ଅଭାବବୋଧ ଏବେବି ଗ୍ରାମାଞ୍ଚଳରେ ନାରୀ ଶିକ୍ଷା ର ମୁଖ୍ୟ ପ୍ରତିବନ୍ଧକ ଭାବେ ଛିଡା ହୋଇଛି । ୮୨.୪ % ପୁରୁଷ  ସାକ୍ଷରତା ହାର ( ଲିଟରେସି ରେଟ) ତୁଳନାରେ ମହିଳା  ସାକ୍ଷରତା ହାର କେବଳ ୬୫.୪୬ %  ମାତ୍ର। ନାରୀ ଶିକ୍ଷା ଆମ ସଂସ୍କୃତିର ବିବାହ ପରମ୍ପରା ସହିତ ମଧ୍ୟ ପରୋକ୍ଷରେ ଜଡିତ। ଝିଅଟିଏ ପାଠ ପଢି ବିବାହ କରି ଅନ୍ୟ ପରିବାରକୁ ଚାଲିଯିବ, ପୁଅ ରୋଜଗାର କରି ବାପା ମାଙ୍କୁ ପୋଷିବ ଏପରି ଏକ ଧାରଣା ରଖି  ଗ୍ରାମାଞ୍ଚଳରେ ଅନେକ ପିତା ମାତା ଝିଅକୁ ଉପଯୁକ୍ତ ଶିକ୍ଷାରୁ ବଂଚିତ କରିଥାନ୍ତି। ଯାହା ପରବର୍ତ୍ତୀ କାଳରେ କୌଣସି ଅସୁବିଧାର ସମ୍ମୁଖିନ ହେଲେ  ଶିକ୍ଷା ଅଭାବରୁ ଝିଅଟିର ମନୋବଳ ଆହୁରି ଦୁର୍ବଳ କରିଦିଏ।

ନାରୀବାଦ ସବୁବେଳେ ମାନବବାଦର କଥା ହିଁ କହି ଆସିଛି। ସମାଜରୁ ବୈଷମ୍ୟ ଦୂରକରି ପରସ୍ପର ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କଟିଏ ସ୍ଥାପନ କରି  ସମାଜକୁ ଦେଶକୁ ପ୍ରଗତି ପଥରେ ଆଗେଇ ନେବା  ଉଭୟ ପୁରୁଷ ଓ ମହିଳାଙ୍କର ଦାୟିତ୍ୱ। ଆସନ୍ତୁ ଆମେ ସମସ୍ତେ ନିଜ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ ରହି ନିଜ ନିଜ ଭାଗର କର୍ତ୍ତବ୍ୟ କରିବା (ପ୍ରତିଟି ପରିବାରର ଆବଶ୍ୟକତା ଭିନ୍ନ ) ଓ ଅଧିକାର ମଧ୍ୟ ହାସଲ କରିବା।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com