
ଭୁବନେଶ୍ୱର:୨୭/୧୦-ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଶିକ୍ଷକ ଶିକ୍ଷା ବିଭାଗ ପକ୍ଷରୁ ଗତ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ‘ଶିକ୍ଷଣ ଶିକ୍ଷାଦାନ ବିକାଶ’ ବିଷୟରେ ଚାରିଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ଡ଼. ଝୁମକି ରଥ ଓ ବିଭାଗ ମୁଖ୍ୟ ଡ଼. କଲ୍ୟାଣୀ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆର ଆଇ ଇ ଭୁବନେଶ୍ୱର, ଏସ ଏସ ଏଲ ଟି ଆଇ ଭୁବନେଶ୍ୱର, ଡି ଆଇ ଇ ଟି ଖୋର୍ଦ୍ଧା, ଆର ଏନ ଆଇ ଏ ଏସ ଇ କଟକ, ଏନ ଡି ଡବ୍ଲୁ ସି ଟି ଇ ଭୁବନେଶ୍ୱରରୁ ଖ୍ୟାତନାମା ଶିକ୍ଷାବିତ ତଥା ବିଶେଷଜ୍ଞମାନେ ଯୋଗଦେଇ ଭାଷା, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଆଇ ସି ଟି ଓ କଳା ସମନ୍ୱିତ ଶିକ୍ଷା ବିଷୟରେ ଶିକ୍ଷାର୍ଥୀ ଓ ଅଧ୍ୟାପକଙ୍କ ସକ୍ରିୟ ସହଯୋଗରେ ବିଭିନ୍ନ ଶିକ୍ଷଣ ସାଧନ ପ୍ରସ୍ତୁତ କରିଥିଲେ। ନୂତନ ଅଭିନଵ ଶିକ୍ଷଣ ଶୈଳୀ ପାଇଁ ଜ୍ଞାନ ପ୍ରାପ୍ତ କରିଥିଲେ। ଅନ୍ତିମ ଦିବସରେ ଆୟୋଜିତ ପ୍ରତିଯୋଗିତାରେ ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ଓ ନୂତନତ୍ତ୍ୱର ସମନ୍ୱୟ ପ୍ରଦର୍ଶିତ ହୋଇଥିଲା ।